ସୁରକ୍ଷାକର୍ମୀଙ୍କ ଆଖିରେ ସାନିଟାଇଜର ସ୍ପ୍ରେ ମାରି ଫେରାର ହୋଇଛି ହାଇଦର, କଟକର ସମସ୍ତ ପ୍ରବେଶ ପଥ୍ ସିଲ୍, ସର୍ଚ୍ଚ ଅପରେସନ ଜୋରଦାର

Published By : Prameya-News7 Bureau | April 10, 2021 IST

କଟକ ୧୦।୦୪: ଗ୍ୟାଙ୍ଗଷ୍ଟର ହାଇଦର ଫେରାର। ଡାକ୍ତରଖାନା ବେଡ୍‌ରୁ ଚମ୍ପଟ ମାରିଛି କେନ୍ଦ୍ରାପଡାର କୁଖ୍ୟାତ ଗ୍ୟାଙ୍ଗଷ୍ଟର ହାଇଦର। ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ମାରିଛି।  ହାଇଦର ଧରିବା ପାଇଁ କଟକରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି। ସମସ୍ତ ପ୍ରବେଶ ପଥ ସିଲ୍ କରାଯିବା ସହ ନାକାବନ୍ଦୀ କରାଯାଇ ଯାଞ୍ଚ ଜାରି ରହିଛି। ଡିସିପିଙ୍କ ନେତୃତ୍ଵରେ ଅପରେସନ ଜୋରଦାର ଜାରି ରହିଛି।

ଗ୍ୟାଙ୍ଗଷ୍ଟର  ହାଇଦର ଫେରାର ନେଇ ଜେଲ୍ ଡିଜି ସନ୍ତୋଷ ଉପାଧ୍ୟାୟ ସ୍ପଷ୍ଟ କରିଛନ୍ତି। ସୁରକ୍ଷାକର୍ମୀଙ୍କୁ ସାନିଟାଇଜର ସ୍ପ୍ରେ ମାରି ହସ୍ପିଟାଲ୍ ବେଡରୁ ହାଇଦର ଫେରାର ମାରିଛି। ସୁରକ୍ଷାକାର୍ଯ୍ୟରେ ୪ ସୁରକ୍ଷାକର୍ମୀ ନିୟୋଜିତ ଥିଲେ। ହାଇଦରକୁ ଧରିବା ପାଇଁ ପୋଲିସର ଉଦ୍ୟମ ଆରମ୍ଭ ହୋଇ ଯାଇଛି। କଟକର ସମସ୍ତ ପ୍ରବେଶ ଏବଂ ପ୍ରସ୍ତାନ ପଥ ସିଲ୍ କରାଯାଇଛି।  ଡିଆଇଜି ଓ କଟକ ଡିସିପି ଏସବୁ ତଦାରଖ କରୁଛନ୍ତି। ଡିସିପିଙ୍କ ନେତୃତ୍ଵରେ ଅପରେସନ ଜୋରଦାର ଚାଲିଛି। ରାସ୍ତାରେ ନାକାବନ୍ଦୀ କରି ପୋଲିସ ଯାଞ୍ଚ କରୁଛି। ସର୍ଚ୍ଚ ଅପରେସନ ଜୋରଦାର କରାଯାଇଥିବା ଜେଲ୍ ଡିଜି କହିଛନ୍ତି।

ଏକାଧିକ ମାମାଲରେ ସଂପୃକ୍ତ ହାଇଦର ଗତ କିଛି ଦିନ ହେବ କଟକ ବଡ ମେଡିକାଲରେ ଚିକିତ୍ସାଧୀନ ଥିଲା। ଜେଲରୁ ଅଣା ଯାଇ ହାଇଦରକୁ ଡାକ୍ତଖାନାରେ ଭର୍ତ୍ତି କରାଯାଇଥିଲା। ଏସସିବିର ସର୍ଜରୀ ଓ୍ଵାର୍ଡରେ ସେ ଚୋକିତ୍ସାଧିନ ଥିଲା। ହଠାତ୍ ଶନିବାର  ଅପରାହ୍ନରେ ହାଇଦର ଫେରାର ହୋଇଯାଇଛି। ପୋଲିସ ସୁରକ୍ଷାରେ ଥାଇ ଗ୍ୟାଙ୍ଗଷ୍ଟାର କପିରି ଡାକ୍ତରଖାନାରୁ ପଳାଇଲା ତାହା ବଡ ପ୍ରଶ୍ନବାଚୀ ସୃଷ୍ଟି କରିଛି। ରଶ୍ମୀ ମହାପାତ୍ର ଓ ସେକ୍ ଚୁନା ହତ୍ୟା ମାମଲାରେ ହାଇଦର ଆଜୀବନ ଦଣ୍ଡ ଭୋଗୁଥିଲା  ହାଇଦର।

ଏସସିବି ସର୍ଜରୀ ବିଭାଗର ୫ ନମ୍ବର କ୍ୟାବିନ୍‌ରେ ହାଇଦରର ଚିକିତ୍ସା ଚାଲିଥିଲା। ତାକୁ ଜଗିବା ପାଇଁ ଚାରି ସୁରକ୍ଷାକର୍ମୀଙ୍କୁ ବି ନିୟୋଜିତ କରାଯାଇଥିଲା। ସୁରକ୍ଷାକର୍ମୀଙ୍କୁ ନିଶା ଦେଇ ଖସି ପଳାଇଥିବା ସନ୍ଦେହ କରାଯାଉଥିଲା। ରଶ୍ମୀ ମହାପାତ୍ର ଓ ସେକ୍ ଚୁନୀ ହତ୍ୟା ମାମଲାରେ ସମ୍ବଲପୁର ସର୍କଲ ଜେଲ୍‌ରେ ହାଇଦର ଆଜୀବନ ସଜା କାଟୁଥିବା। ଜେଲ୍‌ରେ ଅସୁସ୍ଥ ହେବାରୁ ପ୍ରଥମେ ତାକୁ ବୁର୍ଲାରେ ଭର୍ତ୍ତି କରାଯାଇଥିଲା। ପରେ କଟକ ଏସସିବି ସ୍ଥାନାନ୍ତର କରାଯାଇଥିଲା।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.