Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭାରତୀୟ ଶିକ୍ଷୟିତ୍ରୀଙ୍କ ପାକିସ୍ତାନ ପ୍ରେମ, ଷ୍ଟାଟସ୍ ଦେଲେ ‘ଆମେ ମ୍ୟାଚ୍ ଜିତିଗଲୁ’
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍ : କୋଭିଡ୍ ନେଲା ଆଉ ୪ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୩୩ କୋଭିଡ୍ ପଜିଟିଭ୍
  • ||
  • ନୂଆଦିଲ୍ଲୀ ସୀମାପୁରୀରେ ଅଭାବନୀୟ ଘଟଣା : ଘରେ ଲାଗିଲା ନିଆଁ, ୪ ମୃତ
  • ||
  • ଏବର୍ଷ ରାଜ୍ୟରେ ହାଡଭଙ୍ଗା ଶୀତ, ଅଧିକ ଦିନ ଥରାଇବ
  • ||
  • ସିଆରପିଏଫ କ୍ୟାମ୍ପରେ ରାତି ବିତାଇଲେ ଶାହ, ଯବାନଙ୍କ ସହ କଲେ ରାତ୍ରି ଭୋଜନ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସମ୍ବଲପୁର ବନ୍ଦ, ସେପଟେ ଡିଜିପି ଅଫିସ ଘେରାଉ କରିବ କଂଗ୍ରେସ
  • ||

ଲାଣ୍ଡି ପାଇଁ ବାୟା ହେଇ ଫେରାର ହେଲା, ଲାଣ୍ଡି ସହ କଥା ହେଇ ଧରାପଡ଼ିଲା, ଜେଲ୍‌ ଭିତରେ ଏମିତି ରଙ୍ଗୀନ ଜୀବନ ବିତାଉଥିଲା ହାଇଦର !

18/04/2021 at 9:20 PM

ଭୁବନେଶ୍ଵର/କଟକ ୧୮।୦୪:  ହାଇଦର ଗିରଫ ହେବା ପରେ ଏବେ ହାଇଦରର ଯୁଵତୀ ସହଯୋଗୀଙ୍କୁ ନେଇ ଚର୍ଚ୍ଚା।  ହାଇଦର ଲିଙ୍କରେ ଜଣେ ଯୁଵତୀ ଗିରଫ ହେଇ ଜେଲ୍ ଯିବା ପରେ ଏଵେ  ଯୁଵତୀମାନଙ୍କ ଭୂମିକା ଓ ଜେଲରେ ହାଇଦରର ଅୟାସୀକୁ ନେଇ ଅନେକ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି। ପୋଲିସ ରାଡାରରେ ଥିବା ଯୁଵତୀ ମାନେ ହାଇଦରର ସଵୁ ଆଵଶ୍ୟକତା ପୁରଣ କରୁଥିବା ଵେଳେ,ତା ଵଦଳରେ ପାଉଥିଲେ ଲକ୍ଷ ଲକ୍ଷ ଟଙ୍କା। 

ଲାଣ୍ଡି ପାଇଁ ବାୟା ହେଇ ଫେରାର ହେଲା।  ଲାଣ୍ଡି ସହ କଥା ହେଇ ହାଇଦ୍ରାବାଦରୁ ଧରାପଡ଼ିଲା ।   ଲାଣ୍ଡି ଓରଫ ଗେହ୍ଲି ଓରଫ ଅର୍ଚ୍ଚନା ପରିଡ଼ା। ବୟସ ୧୯।  କିନ୍ତୁ ୬୦ ବର୍ଷ ଗ୍ୟାଙ୍ଗଷ୍ଟର ହାଇଦରର ଭାରି ଖାସ ପସନ୍ଦ।  ସୂଚନା ଅନୁସାରେ ଵାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ଅର୍ଚ୍ଚନାକୁ ସମ୍ବଲପୁର ଜେଲରେ ହିଁ ପ୍ରଥମ ଥର ପାଇଁ ଭେଟିଥିଲା ଗ୍ୟାଙ୍ଗଷ୍ଟର ହାଇଦର।  ଯାହା ଚର୍ଚ୍ଚା ହେଉଛି ଯଦି  ସେଥିରେ କାଣିଚାଏ ବି ସତ ଥାଏ ତାହେଲେ ଲୋକଙ୍କ ଆଇନକାନୁନ ପୋଲିସ ବ୍ୟବସ୍ଥା ଉପରୁ ଆସ୍ଥା ହିଁ ତୁଟିଯିବ। 

ସୂଚନା ଅନୁସାରେ ହାଇଦରର କଅଁଳ ବୟସ ଝିଅ ଭାରି ପସନ୍ଦ । ଜେଲରେ ଥିବା ବେଳେ ବି ସେ ଇଚ୍ଛା ଅନୁସାରେ ଅଳ୍ପ ଵୟସର ଝିଅମାନଙ୍କ ସହ ଶାରୀରିକ ସମ୍ପର୍କ ରଖୁଥିଲା।  ତାର ଏ ଲାଳସା ଜେଲ୍ ଭିତରେ ଅନାୟସରେ ପୁରଣ ବି କୁଆଡ଼େ ହେଇଯାଉଥିଲା।  ହାଇଦରର ପୁଅ ଆଝାରୁଦ୍ଦିନ୍ ଏଥିରେ ସହଯୋଗ କରୁଥିଲା।  ବାଛି ବାଛି ଅବୁ ପାଇଁ ନୂଆନୂଆ ହସିନା ପଠାଉଥିଲା। 

ଡିସେମ୍ବର ୫ତାରିଖରେ ଭୁଵନେଶ୍ବରରୁ କିଛି ଅଳ୍ପ ଵୟସ୍କ ହସିନାଙ୍କୁ ନେଇ ସମ୍ବଲପୁର ଜେଲ୍ ଯାଇଥିଲା ଅଜୁ ।  ହାଇଦର ସାମ୍ନାରେ ଏହି ଝିଅ ମାନଙ୍କୁ କୁଆଡେ ପରେଡ୍ ବି  କରାଯାଇଥିଲା।  ଯିଏ ପସନ୍ଦ ଆସୁଥିଲା ତାକୁ ସେ ଗେହ୍ଲି ଡାକୁଥିଲା। ହାଇଦରର ଜେଲ ଜୀବନକୁ ରଙ୍ଗୀନ କରିବା ଲାଗି ଜେଲ୍ ଭିତରେ ରୁମ ବି କୁଆଡ଼େ ଯୋଗାଇ ଦିଆଯାଉଥିଲା। ଏହି ଭଳି ଢଙ୍ଗରେ ଅର୍ଚ୍ଚନା,ହାଇଦର ସମ୍ପର୍କରେ ଆସିଥିଲା। ତା ପରେ ହାଇଦରକୁ ମେଡିକାଲରେ ଭେଟିବା ଓ ତାର ନିର୍ଦ୍ଦେଶ ଆଉ ଆଦେଶ ଠିକଣା ଯାଗାରେ ପହଞ୍ଚାଇଵା ଏଵଂ କଥାଵାର୍ତ୍ତା ପାଇଁ ମୋଵାଇଲ ଯୋଗାଇ ଦେଵା କାମ କରୁଥିଲା ଅର୍ଚ୍ଚନା।  ଏଥିପାଇଁ ଅର୍ଚ୍ଚନା ମୋଟା ଆକାରରେ ଟଙ୍କା ପାଉଥିଲା।

ସମ୍ବଲପୁର ଜେଲ  ହେଉ ଅବା ଏସ ସି ବି ମେଡିକାଲ, ହାଇଦର ମନେ ପକାଇବା କ୍ଷଣି ହାଇଦର ପାଖରେ ପହଞ୍ଚି ଯାଉଥିଲା ଅର୍ଚ୍ଚନା।  ସମ୍ବଲପୁରରେ କାମ ଯୋଗାଇ ଦିଆଯିବା ସହ ମୋଟା ଅଙ୍କର ଟଙ୍କା ମିଳିବ ବୋଲି କହି ସଵୁ ଝିଅଙ୍କୁ ସମ୍ବଲପୁରର ଏକ ହୋଟେଲରେ ରଖାଯାଇଥିଲା। ତେବେ ହାଇଦର ଗିରଫ ପରେ ଗେହ୍ଲି ଓରଫ୍ ଅର୍ଚ୍ଚନାକୁ ପଚରାଉଚୁରା ସମୟରେ ସେ ହାଇଦର ପାଇଁ କାନ୍ଦି ପକାଇଥିବା ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି।

ସେପଟେ ହାଇଦରର ଆବଶ୍ୟକତା ପୂରଣ କରିବାରେ କିଏ କିଏ ଜେଲ୍‌ କର୍ମଚାରୀ ସଂପୃକ୍ତ ଥିଲେ ଏହାର ତଦନ୍ତ ଆରମ୍ଭ ହୋଇଛି।  ସେପଟେ ହାଇଦର ସୁରକ୍ଷା ଦାୟିତ୍ବରେ ଥିବା ୬ ପୋଲିସ କର୍ମଚାରୀଙ୍କୁ କମିଶନରେଟ ପୋଲିସ ପଚରାଉଚୁରା କରୁଛି।  ଏବେ ସୁଦ୍ଧା ୬ ଜଣ ଗିରଫ ହୋଇଛନ୍ତି। ସେମାନଙ୍କୁ ପଚରା ଉଚୁରା କରାଯାଉଛି। ସେପଟେ ହାଇଦର ଯେଉଁ କାର ନେଇ ହାଇଦ୍ରାବାଦ ଯାଇଥିଲା। ସେହି କାର ଏବେ କଟକ ଆସିଛି।

   Related Posts