Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

କରୋନାକୁ ନେଇ ଫିଲ୍ମ ତିଆରି କଲେ ଶାହରୁଖ ଖାନ : ଅଭିନୟ ଜରିଆରେ ଦର୍ଶାଇଲେ କରୋନା ରୋଗୀ କେମିତି ପୀଡିତ ହୋଇଥାନ୍ତି

24/03/2020 at 12:32 PM

ମୁମ୍ବାଇ ୨୪/୦୩ : ବଲିଉଡର କିଙ୍ଗ ଖାନ ଶାହରୁଖ କରୋନା ଉପରେ ଏକ ଭିଡିଓ ତିଆରି କରିଛନ୍ତି | କରୋନା ଭାଇରସରୁ ଦୁରେଇ ରହିବା ଓ ଏହାର ଲକ୍ଷଣ ସମ୍ପର୍କରେ ଫିଲ୍ମି ଅନ୍ଦାଜରେ ଏକ ଭିଡିଓ ରିଲିଜ କରିଛନ୍ତି | ଫିଲ୍ମରେ ଶାହରୁଖ ନିଜ ରୋଷେଇ ଘରେ ଥିବା ଦେଖିବାକୁ ମିଳିଛି | ଲୋକଙ୍କୁ ନିଜ ନିଜ ଘରେ ରହିବା ପାଇଁ ସେ ଅପିଲ କରିଛନ୍ତି | ଏହାପରେ ସମ୍ପୂର୍ଣ ଫିଲ୍ମ ଆରମ୍ଭ ହୋଇଛି |

ଏହାପରେ ସେ କରୋନା ଲକ୍ଷଣ ସମ୍ପର୍କରେ ଦର୍ଶାଇଛନ୍ତି | ସବୁଠାରୁ ପ୍ରଥମେ ଥଣ୍ଡା କାଶ ସମ୍ପର୍କରେ ଜଣାଇଛନ୍ତି | ଶାହରୁଖଙ୍କ ଗୀତ ସର୍ଦି ଖାସି ନା ମ୍ୟାଲେରିଆ ହୁଆ ଗୀତ ଉପରେ ଏହି ଭାଗଟି ସୁତ କରାଯାଇଛି | ଏହାପରେ ଥକାପଣ ଓ ଦୁର୍ବଳତା ସମ୍ପର୍କରେ ଦର୍ଶାଇଛନ୍ତି | ଏଥିରେ ସେ ‘କଲ ହୋ ନା ହୋ’ ର ଗୀତର ଏକ ଭିଜୁଆଲ ଦେଖାଇଛନ୍ତି | ଏହାପରେ ସେ ସାମାଜିକ ଦୂରତା ବଜାୟ ରଖିବା ପାଇଁ କହିଛନ୍ତି | ଏଥିରେ ସେ ଜିରୋ ଫିଲ୍ମର ଏକ ଦୃଶ୍ୟ ଦେଖାଇଛନ୍ତି |

ଏହାପରେ ଗଳାରେ କଷ୍ଟ ଅନୁଭବ ହେବା ଦେଖାଇଛନ୍ତି | ଏଥିରେ ସେ ‘ବାଦଶାହ’ ଫିଲ୍ମର ଏକ ଦୃଶ୍ୟ ଦେଖାଇଛନ୍ତି | ଏଥିରେ ସେ ପାଟି କରିବାକୁ ଚେଷ୍ଟା କରିଛନ୍ତି କିନ୍ତୁ ଗଳାରେ କଷ୍ଟ ଯୋଗୁଁ ପାଟି କରିପାରୁନାହାନ୍ତି | ଏହାପରେ ହାତ ମିଳାଇବା ଉପରେ ଦେଖାଇଛନ୍ତି | ଏଥିରେ ତାଙ୍କର କିଛି ଫିଲ୍ମର ଦୃଶ୍ୟ ଦେଖାଇଛନ୍ତି |ସୋସିଆଲ ଡିଷ୍ଟାନସିଂ ସମ୍ପର୍କରେ ସେ ଲୋକଙ୍କ ଭିଡରେ ବୁଲୁଥିବାର କିଛି ଦୃଶ୍ୟ ଦେଖାଇଛନ୍ତି |

ଏହାପରେ ଶେଷକୁ ସେ କହିଛନ୍ତି ଆପଣମାନଙ୍କୁ ଏହିଭଳି କୌଣସି କାମ କରିବା ଉଚିତ ନୁହେଁ | ଏହାସବୁ ଫିଲ୍ମି | ସେ ନିଜ ଅଭିନୟ ସମ୍ବନ୍ଧିତ ଏକ ଭିଡିଓ ଜାରି କରିଛନ୍ତି | ଏହା ପୂର୍ବରୁ ଶାହରୁଖ ‘ୱାର ଅଫ ୱାର୍ଲଡ’ ୱେବ୍ସସିରିଜରେ ଆସିଥିଲେ | ତାଙ୍କ ଶେଷ ଫିଲ୍ମ ଥିଲା ଜିରୋ | ରାଜକୁମାର ହିରନୀଙ୍କ ଆଗାମୀ ଫିଲ୍ମରେ ତାଙ୍କୁ ଦେଖିବାକୁ ମିଳିବ ବୋଲି ଶୁଣିବାକୁ ମିଳିଛି | ଏହି ଫିଲ୍ମର ସୁଟିଂ ଆସନ୍ତା ଅଗଷ୍ଟ ମାସରୁ ଆରମ୍ଭ ହେବାର ସମ୍ଭାବନା ରହିଛି |

କରୋନାକୁ ନେଇ ସିନେମା ଜଗତର ବିଭିନ୍ନ ସେଲିବ୍ରିଟି ଲୋକଙ୍କୁ ଅପିଲ କରୁଛନ୍ତି ନିଜ ନିଜ ଘରେ ରହିବାକୁ | ବାହାରକୁ ନ ବାହାରି ସଚେତନ ଓ ସୁରକ୍ଷିତ ରହିବାକୁ ଲୋକଙ୍କୁ ପରାମର୍ଶ ଦେଉଛନ୍ତି | ଅମିତାଭ ବଚ୍ଚନ, ଅଜୟ ଦେବଗନ, ସଲମାନ ଖାନ, ଅକ୍ଷୟ କୁମାର ଲୋକଙ୍କୁ ସଚେତନ ରହିବା ପାଇଁ ବାରମ୍ବାର ଅପିଲ କରୁଛନ୍ତି | ନିକଟରେ ଜନତା କର୍ଫ୍ୟୁ ଦିନ କରୋନା କମାଣ୍ଡୋଙ୍କ ପାଇଁ ତାଳି ବଜାଇବାକୁ ଶାହରୁଖ ସମର୍ଥନ ଜଣାଇଥିଲେ ଓ ଜନତାଙ୍କୁ ଧନ୍ୟବାଦ ଜଣାଇଥିଲେ | ଡାକ୍ତରଙ୍କ ନିଷ୍ଠାପର କାର୍ଯ୍ୟ ପାଇଁ ଡାକ୍ତରଙ୍କୁ ମଧ୍ୟ ଧନ୍ୟବାଦ ଜଣାଇଛନ୍ତି |

   Related Posts