ଇସ୍ତାନାବୁଲ: ଶୁକ୍ରବାର ନମାଜ ଲାଗି ଖୋଲିଲା ‘ହାଗିୟା ସୋଫିଆ’

Published By : Prameya-News7 Bureau | July 24, 2020 IST

ଇସ୍ତାନାବୁଲ : ତୁର୍କିର ଇସ୍ତାନାବୁଲସ୍ଥିତ ଐତିହାସିକ ହାଗିୟାସୋଫିୟାକୁ ଶୁକ୍ରବାର ନମାଜ ଲାଗି ଉନ୍ମୁକ୍ତ କରାଯାଇଛି। ଦୀର୍ଘ ୮୬ ବର୍ଷ ପରେ ଏଠାରେ  ପୁଣି ଥରେ ଶୁକ୍ରବାର ନମାଜ  ଅନୁଷ୍ଠିତ ହୋଇଥିବା ବେଳେ ଲୋକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା। ୧୫୦୦ ବର୍ଷ ପ୍ରାଚୀନ କିର୍ତ୍ତିରାଜିକୁ ୧୯୩୪ ମସିହାରେ ମ୍ୟୁଜିୟମରେ ରୂପାନ୍ତରିତ କରାଯାଇଥିଲା। ପୂର୍ବରୁ ଏହା ଏକ ଗିର୍ଜା ଥିଲା ବୋଲି କୁହାଯାଏ। ହେଲେ ତୁର୍କିର ଏକ ନ୍ୟାୟାଳୟ ଗତ ଦିନରେ ଏହାକୁ ମସଜିଦ୍‌ ବ୍ୟବହାର କରିବାକୁ ରାସ୍ତା ଉନ୍ମୁକ୍ତ କରିଦେଇଥିବା ବେଳେ ରାଷ୍ଟ୍ରପତି ରେସିପ୍ ତ୍ୟେପ୍ ଏର୍ଡୋଗାନ ମ୍ୟୁଜିୟମର ମସଜିଦ୍ ବ୍ୟବହାରକୁ ଅନୁମତି ଦେଇଥିଲେ।

{"id":304917,"sizeSlug":"large"}

ରାଷ୍ଟ୍ରପତି ଏର୍ଡୋଗାନ ୨୪ ଜୁଲାଇରୁ ଏଠାରେ ନମାଜ ହେବ ବୋଲି ଘୋଷଣା କରିଥିବା ବେଳେ ଏହି ସ୍ଥଳକୁ ମୁସଲମାନ, ଅଣମୁସଲମାନ ଓ ପର୍ଯ୍ୟଟକଙ୍କ ଆଗମନ ଉପରେ କୌଣସି କଟକଣା ରହିବ ନାହିଁ ବୋଲି କହିଥିଲେ। ଏହି ଐତିହାସିକ ସ୍ଥଳକୁ ୟୁନେସ୍କୋ ବିଶ୍ୱ ଐତିହ୍ୟ ମାନ୍ୟତା ମଧ୍ୟ ମିଳିଛି। ହେଲେ ଏହାର ମସଜିଦ୍ ବ୍ୟବହାର ନେଇ ଏର୍ଡୋଗାନଙ୍କ ଘୋଷଣାକୁ ବିଶ୍ୱର ଅନେକ ଧାର୍ମିକ ନେତା ଓ ରାଜନେତାମାନେ ବିରୋଧ କରିଛନ୍ତି । ଏହା ସତ୍ତ୍ୱେ ହାଗିୟାସାଫିୟାର ମସଜିଦ୍ ବ୍ୟବହାର ଆରମ୍ଭ ହୋଇଛି।

{"id":304921,"width":579,"height":277,"sizeSlug":"large"}

ଶୁକ୍ରବାର ନମାଜ ଲାଗି ସ୍ଥାନୀୟ ଗଭର୍ଣ୍ଣର ୟେରଲିକାୟା ଗୁରୁବାର ଟେଲିଭିଜନରେ ଲୋକଙ୍କୁ ସମ୍ବୋଧିତ କରିବା ସହ ନମାଜ ନିମନ୍ତେ ଘରୁ ସାଙ୍ଗରେ ଚଟେଇ ନେଇ ଆସିବାକୁ କହିଥଲେ। ସେହିପରି ଦେଶରେ କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ନମାଜ ବେଳେ ସୋସିଆଲ ଡିଷ୍ଟାନସିଂ ରକ୍ଷା କରିବା ସହ ଫେସମାସ୍କ ଓ ସାନିଟାଇଜର ବ୍ୟବସ୍ଥା ସହ ଆସିବାକୁ କହିଥିଲେ।

{"id":304923,"sizeSlug":"large"}

ତୁର୍କିର ହାଗିୟାସାଫିୟା ବିଶ୍ୱର ସର୍ବ ବୃହତ୍ତ ଗିର୍ଜାମାନଙ୍କ ମଧ୍ୟରେ ଅନ୍ୟତମ। ଷଷ୍ଠ ଶତାବ୍ଦୀରେ ବାଇଜେଣ୍ଟାଇନ ସମ୍ରାଟ ଜଷ୍ଟିନିୟନ ଏହାକୁ ତୋଳାଇଥିଲେ। ଗ୍ରୀକ୍‌ ଶୈଳୀରେ ନିର୍ମିତ ଏହି ଚର୍ଚ୍ଚରେ କଳା ଓ ସ୍ଥାପତ୍ୟର ଅନନ୍ୟ ନିଦର୍ଶନ ରହିଛି। ଏଣୁ ୟୁନେସ୍କୋ ଏହାକୁ ବିଶ୍ୱ ଐତିହ୍ୟ ତାଲିକାଭୁକ୍ତ କରିଥିବା ବେଳେ ଦ୍ୱିତୀୟବାର ଏହାର ମସଜିଦ୍‌ ବ୍ୟବହାର ହୋଇଛି। ପୂର୍ବରୁ ୧୪୫୩ ମସିହାରେ ଉସ୍ମାନିଆ ସୁଲତାନ କୁସ୍ତୁନତୁନିଆ (ଇସ୍ତାନାବୁଲ) ସହରକୁ ନିଜ ନିୟନ୍ତ୍ରଣକୁ ନେଇଥିବା ବେଳେ ଏହାକୁ ଚର୍ଚ୍ଚରେ ରୂପାନ୍ତରିତ କରିଦେଇଥିଲେ।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.