Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସାଲେପୁର : ଆମ୍ବୁଲାନ୍ସକୁ ପିଟିଲା କାର୍, ଡ୍ରାଇଭର ଆହତ
  • ||
  • କଟକ : ସି-ସୋର ଘାଟରୁ ଅଜଣା ମୃତଦେହ ଉଦ୍ଧାର, ଭାସି ଆସିଥିବା ସନ୍ଦେହ
  • ||
  • ଚଣ୍ଡିଗଡ : ପଦ୍ମ ବିଭୂଷଣ ଫେରାଇଲେ ପଞ୍ଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରକାଶ ସିଂହ ବାଦଲ
  • ||
  • ନୂଆଦିଲ୍ଲୀ : ଅନଲାଇନ୍‌ରେ ହେବନାହିଁ CBSE ବୋର୍ଡ ପରୀକ୍ଷା, ପୂର୍ବଭଳି ପରୀକ୍ଷା ଦେବେ ଛାତ୍ରଛାତ୍ରୀ
  • ||
  • ଝାରସୁଗୁଡା : ବାପା ନା’ ରାକ୍ଷସ, ନିଶାଶକ୍ତ ଅବସ୍ଥାରେ ୧୧ ବର୍ଷର ଝିଅ ସହ କଲା ଦୁଷ୍କର୍ମ !
  • ||
  • କନ୍ଧମାଳ : ହଜିଗଲା ମା’ର ମମତା, ୪ ବର୍ଷ ଝିଅର ଗାଲ କାଟିଦେଲା ସାବତ ମା’ !
  • ||
  • ବଡବିଲ : ହାତୀ ଆକ୍ରମଣରେ ଚାଲିଗଲା ଜଣଙ୍କ ଜୀବନ, ଆତଙ୍କ ଖେଳାଇଛନ୍ତି ୧୧ଟିକିଆ ହାତୀ ପଲ
  • ||
  • ଓ୍ବାଶିଂଟନ୍ : ‘ପିଜ୍ଜା ହଟ୍’ର ଶୁଭାରମ୍ଭ କରିଥିବା ଫ୍ରାଙ୍କ୍ କାର୍ନିଙ୍କ ପରଲୋକ
  • ||
  • ବଲାଙ୍ଗୀର : ଭିଜିଲାନ୍ସ ପଞ୍ଝାରେ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଏକକାଳୀନ ୩ଟି ସ୍ଥାନରେ ଚଢାଉ
  • ||
  • ଭୁବନେଶ୍ବର : ଅଫଲାଇନ୍‌ରେ ହେବ ମାଟ୍ରିକ୍ ଏବଂ ଯୁକ୍ତ ୨ ପରୀକ୍ଷା : ଗଣଶିକ୍ଷା ମନ୍ତ୍ରୀ
  • ||

ହାଫିଜ୍‌ ସୟିଦ୍‌କୁ ୧୦ ବର୍ଷ ଜେଲ୍‌ ଦଣ୍ଡ‌, ମୁମ୍ବାଇ ଆକ୍ରମଣର ଥିଲା ମାଷ୍ଟର ମାଇଣ୍ଡ

19/11/2020 at 4:34 PM

ଇସ୍‌ଲାମାବାଦ ୧୯/୧୧: ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ତଥା ଟେରର ଫଣ୍ଡିଂ ମାମଲରେ ଲାହୋର ଜେଲ୍‌ରେ ଥିବା ହାଫିଜ୍‌ ସୟିଦ୍‌କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ। ପାକିସ୍ତାନର ଆଣ୍ଟି ଟେରୋରିଜମ୍‌ କୋର୍ଟ ଜମାତ ଉଦ ଦାବାର ମୁଖ୍ୟ ସୟିଦ୍‌କୁ ସଜା ଶୁଣାଇଛନ୍ତି। ଏହା ପୂର୍ବରୁ ସଇଦର ସହଯୋଗୀ ତଥା ଜମାତ ଉଦ ଦାବାର ପ୍ରବକ୍ତା ୟାହ୍ନା ମୁଜାହିଦକୁ ୩୨ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ କୋର୍ଟ।

ଗତବର୍ଷ ଫେବୃଆରୀରେ କୋର୍ଟ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା କରୁଥିବା ମାମଲାରେ ସୟିଦ୍‌କୁ ୧୧ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଥିଲେ। ମୁମ୍ବାଇରେ ୨୦୦୮ରେ ହୋଇଥିବା ଆତଙ୍କବାଦୀ ଆକ୍ରମଣ ପରେ ସୟିଦ୍‌ ଭାରତରେ ଓ୍ବାଣ୍ଟେଡ୍‌ ଲିଷ୍ଟରେ ରହିଛି। ଏହି ଆକ୍ରମଣରେ ୧୦ ଆତଙ୍କବାଦୀ ୧୬୬ ନିରୀହ ଲୋକଙ୍କ ଜୀବନ ନେଇଥିଲେ।  ତେବେ ପୂର୍ବରୁ ଆମେରିକା ସୟିଦ୍‌‌କୁ ବିଶ୍ବ ଆତଙ୍କବାଦୀ ବୋଲି ଘୋଷଣା କରିଥିଲା।

ହାଫିଜ୍‌ ସୟିଦ୍‌କୁ ଜୁଲାଇ ୨୦୧୯ରେ ଗିରଫ କରାଯାଇଥିଲା। ଏବେ ତା ବିରୋଧରେ ୪ଟି ମାମଲା ଚାଲିଛି। ସିଟିଡି ଦ୍ବାରା ଜମାତ ଉଦ ଦାବାର ନେତାଙ୍କ ବିରୋଧରେ ମୋଟ ୪୧ଟି ମାମଲା ରୁଜୁ କରାଯାଇଛି। ସେଥିମଧ୍ୟରୁ ୨୪ ମାମଲାର ଫଇସଲା ହୋଇସାରିଛି। ତେବେ ହାଫିଜ୍‌ ବିରୋଧରେ ଆତଙ୍କବାଦୀଙ୍କୁ ଆର୍ଥିକ ସହାୟତା, ଟଙ୍କା ହେରଫେର, ଜମି କେଳେଙ୍କାରୀ ମାମଲା ଚାଲିଛି ବୋଲି ଜଣାପଡ଼ିଛି।

   Related Posts