Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ମୁଜିବ ଓ ରଶିଦଙ୍କ ଘାତକ ବୋଲିଂ, ସ୍କଟଲାଣ୍ଡକୁ ୧୩୦ ରନରେ ହରାଇଲା ଆଫଗାନିସ୍ତାନ
  • ||
  • ଇଣ୍ଡିଆନ ପ୍ରିମିୟର ଲିଗ୍ (IPL)ରେ ସାମିଲ ହେଲେ ଆଉ ୨ଟି ନୂଆ ଟିମ । ୨ ଟିମ ଅହମ୍ମଦାବାଦ ଏବଂ ଲକ୍ଷ୍ନୌ ଆସନ୍ତାବର୍ଷ ହେବାକୁ ଥିବା ଆଇପିଏଲରେ ଅଂଶଗ୍ରହଣ କରିବେ ।
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୩୬୦ କରୋନା ଆକ୍ରାନ୍ତ, ଖୋର୍ଦ୍ଧାରୁ ସର୍ବାଧିକ ୧୮୦ ଡିସଚାର୍ଜ
  • ||
  • ସତ ହେଲା ଧୋନୀଙ୍କ ଭବିଷ୍ୟବାଣୀ, ୫ ବର୍ଷ ତଳେ କହିଥିଲେ- ଦିନେ ଏମିତି ହେବ…
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୪୨୫ କୋଭିଡ୍ ପଜିଟିଭ୍
  • ||
  • ପଡୋଶୀ ଘରୁ ମିଳିଲା ଯୁବକଙ୍କ ଝୁଲନ୍ତା ମୃତଦେହ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ୨ ପରିବାର ମଧ୍ୟରେ ରକ୍ତାକ୍ତ ସଙ୍ଘର୍ଷ : ୮ ଗୁରୁତର, ବୁଲିଲା ଟାଙ୍ଗିଆ ଓ କଟୁରୀ
  • ||
  • କାର୍ତ୍ତିକ ମାସର ପ୍ରଥମ ସୋମବାର : ଧବଳେଶ୍ୱର ପୀଠରେ ୧୪୪ ଧାରା, ମନ୍ଦିର ଖାଁ ଖାଁ
  • ||
  • ୫ ଦିନ ଯାଏଁ ଖସିବନି ପାରଦ, ୨୮ରୁ କାଁ ଭାଁ ବର୍ଷା
  • ||

କରୋନା ଅବସ୍ଥା ଦେଖି ସରକାରଙ୍କ ଉପରେ ବର୍ଷିଲେ ରଘୁରାମ ରାଜନ, କହିଲେ- ଦେଶ ଆଜି ଆତ୍ମମୁଗ୍ଧତାର ପରିଣାମ ଭୋଗୁଛି

4/05/2021 at 5:13 PM

ନୂଆଦିଲ୍ଲୀ ୦୪।୦୫: ରିଜର୍ଭ ବ୍ୟାଙ୍କର ପୂର୍ବତନ ଗଭର୍ଣ୍ଣର ରଘୁରାମ ରାଜନ ଭାରତରେ ସାଂପ୍ରତିକ କରୋନା ସ୍ଥିତିକୁ  ନେଇ ନେତୃତ୍ଵ ଏବଂ ଅଦୂରଦର୍ଶିତାଙ୍କୁ ଦାୟୀ କରିଛନ୍ତି। ସେ କହିଛନ୍ତି ଗତ ବର୍ଷ କରୋନାର ପ୍ରଥମ ଲହର ପରେ ଦେଶରେ ସରକାରଙ୍କଠୁ ନେଇ ଜନତା ମଧ୍ୟରେ ଉତ୍ପନ ଆତ୍ମମୁଗ୍ଧତାର ପରିଣାମ ଏବେ ଭାରତକୁ ଭୋଗିବାକୁ ପଡିଛି। ଭାରତରେ ଦୈନିକ ସାଢେ ତିନି ଲକ୍ଷରୁ ଅଧିକ ନୂତନ ସଂକ୍ରମିତ ଚିହ୍ନଟ ହେଉଛନ୍ତି। ସଂକ୍ରମଣ ନିୟନ୍ତ୍ରଣ ପାଇଁ ଲକ୍‌ଡାଉନ୍‌ ଲାଗୁ କରିବାକୁ ସରକାରଙ୍କ ଉପରେ ଚାପ ବଢିବାରେ ଲାଗିଛି।

ଇଣ୍ଟରନ୍ୟାସନାଲ ମନିଟରି ଫଣ୍ଡ(ଆଇଏମଏଫ)ର ମୁଖ୍ୟ  ଅର୍ଥନୀତିଜ୍ଞ ରହିଥିବା ରାଜନ ବ୍ଲୁମର୍ଗ ଟେଲିଭିଜନ ସହ ସାକ୍ଷାତକାରରେ କହିଛନ୍ତି, ଯଦି ଆପଣ ସାବଧାନ ରହିଥାନ୍ତେ ଏବଂ ବୁଝିଥାନ୍ତେ ଯେ ଏବେ ମଧ୍ୟ କରୋନାର ବିପଦ ଟଳିନାହିଁ ତେବେ ଆଜି ଏମିତି ଦିନ ଦେଖିବାକୁ ପଡିନଥାନ୍ତା। ଦୁନିଆର ଅନ୍ୟ ଦେଶରେ ବିଶେଷ କରି ବ୍ରାଜିଲ୍‌ରେ ସ୍ଥିତି କେମିତି ଥିଲା, ତାକୁ ଦେଖି ଆପଣଙ୍କୁ ବୁଝି ଯିବାର ଥିଲା ଯେ, ଭାଇରସ୍‌ ପୁଣି ଥରେ ଫେରୁଛି, ପୁଣି ପୂର୍ବ ତୂଳନାରେ ଅଧିକ ଘାତକ ହୋଇ। ରାଜନ କହିଛନ୍ତି, ଗତ ବର୍ଷ କରୋନା କେସ୍‌ କମିବା ପରେ ଭାରତକୁ ଲାଗିଲା ଯେ, ଖରାପ ସମୟ ବିତି ଯାଇଛି ଏବଂ ବର୍ତ୍ତମାନ  ସବୁ କିଛି ଖୋଲିବାର ସମୟ ଆସି ଯାଇଛି। ଏହି ଆତ୍ମମୁଗ୍ଧତା ଆଜି ଭାରତକକୁ ଭାରି ପଡିଛି।

ୟୁନିର୍ଭସିଟି ଅଫ ଚିକାଗୋରେ ଫାଇନାନ୍ସର ପ୍ରୋଫେସର ରାଜନ କହିଛନ୍ତି, କରୋନାର ପ୍ରଥମ ଲହରର ମୁକାବିଲାରେ ଭାରତର ସଫଳତାର ପରିଣାମ ଏହା ଯେ,  ସରକାର ନିଜ ଲୋକଙ୍କ ପାଇଁ ପର୍ଯ୍ୟାପ୍ତ ଭ୍ୟାକ୍ସିନ ପ୍ର ପ୍ରସ୍ତୁତ ଉପରେ ଧ୍ୟାନ ଦେଲେ ନାହିଁ। ବୋଧହୁଏ ଭାରତକୁ ଲାଗିଲା ଯେ, ଏବେ ତାଙ୍କ ପାଖରେ ଭ୍ୟାକ୍ସିନ ପ୍ରସ୍ତୁତ ପାଇଁ ସମୟ ଅଛି । ସେମାନଙ୍କୁ ଲାଗିଲା ଯେ, ଆମେ କରୋନାର ସଫଳ ମୁକାବିଲା କରି ସାରିଛୁ। ଏବେ ଯାଇ ସରକାରଙ୍କୁ ଚେତା ପଶିଲା ଏବଂ ବର୍ତ୍ତମାନ ଏମରଜେନ୍ସି ମୋଡ୍‌ରେ କାମ ଜାରି ରହିଥିବା ରଘୁରାମ ରାଜନ କହିଛନ୍ତି।

ସୂଚନାଯୋଗ୍ୟ, ୟୁପିଏ ସରକାର ଅମଳରେ ୨୦୧୩ରେ ରଘୁରାମ ରାଜନ ଆରବିଆଇର ଗଭର୍ଣ୍ଣର ଦାୟିତ୍ଵ ନେଇଥିଲେ। ସେ ମୋଦୀ ସରକାରଙ୍କ ନୀତିକୁ ସମାଲୋଚନା କରି ଆସିଛନ୍ତି। ଆରବିଆଇ ଡେଭିଡେଣ୍ଟ ଓ ସୁଧହାର ପ୍ରସଙ୍ଗରେ ତାଙ୍କର ମୋଦୀ ସରକାରଙ୍କ ସହ ମତଭେଦ ରହିଥିଲା। ସୁଧ ହାର ଅଧିକ ରଖାଯାଉଥିବା ବିଜେପି ରାଜନଙ୍କ ଉପରେ ଆରୋପ ଲଗାଇଥିଲା।

   Related Posts