୬ଟି ଦେଶର ପୋଲିସ ନୟାନ୍ତ, ବିଶ୍ୱର ସବୁଠୁ ଭୟଙ୍କର ଅପରାଧିକ ହ୍ୟାକିଂ ନେଟଓ୍ୱର୍କକୁ ଧରିବାକୁ ୟୁରୋପ-ଆମେରିକା ଟେନସନ୍

Published By : Prameya-News7 Bureau | January 28, 2021 IST

ନୂଆଦିଲ୍ଲୀ,୨୮/୦୧:    ଇଣ୍ଟରନ୍ୟାଶନାଲ୍ ଲ ଏନଫୋର୍ସମେଣ୍ଟ ଏଜେନ୍ସି ବୁଧବାର ଏକ ବଡ ଅଲାଇନ୍ ଠକେଇ ରାକେଟର ପର୍ଦ୍ଦାଫାସ କରିଛି । ଏହି ଠକମାନେ ବିଭିନ୍ନ ବ୍ୟକ୍ତିମାନଙ୍କଠାରୁ କୋଟି କୋଟି ଟଙ୍କା ଲୁଟି ନେଇଥିଲେ । ଏହି ଠକଙ୍କୁ ଧରିବା ପାଇଁ ୟୁରୋପର ୬ଟି ଦେଶ ସମେତ କାନାଡା, ଆମେରିକା ଏକ ଯୁଗ୍ମ ଅପରେସନ କରିଥିଲେ ।

ଏହି ହ୍ୟାକରମାନେ ଏମୋଟେଟ୍ ନାମକ ଏକ ନେଟଓ୍ୱାର୍କରେ ଲୋକଙ୍କୁ ଠକି ଚାଲିଥିଲେ । ଏହାକୁ ବିଶ୍ୱର ସବୁଠାରୁ ମାରାତ୍ମକ ମାଲଓ୍ୱେର୍ କୁହାଯାଏ । ଏହା ଇଣ୍ଟରନେଟରେ ହିଁ ବିଭିନ୍ନ ଅପରାଧ ଘଟାଇଥାଏ ।

ସାଇବର ଅପରାଧୀମାନେ ଏମୋଟେଟକୁ ବ୍ୟବହାର କରି ପ୍ରଥମେ କୌଣସି ବ୍ୟକ୍ତିଙ୍କ କମ୍ପ୍ୟୁଟରକୁ ଟାର୍ଗେଟ୍ କରିଥାନ୍ତି । ଏହାସହ ପୀଡିତ ବ୍ୟକ୍ତି ନିଜର ଅଜାଣତରେ କିଛି ଡାଉନଲୋଡ୍ କରିବା ପରେ ଆପେଆପେ ତାଙ୍କର ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଚୋରି ହୋଇଯାଏ ।

ସୁରକ୍ଷା ବିଶେଷଜ୍ଞଙ୍କ କହିବାନୁସାରେ, ଏମୋଟେଟ୍ ଦ୍ୱାରା ଅନେକ ବ୍ୟକ୍ତିଙ୍କ କମ୍ପ୍ୟୁଟରକୁ ହ୍ୟାକ୍ କରାଯାଇଛି । ଏହାସହ ଅନେକ ବିଜନେସ୍ ମଡେଲ ହ୍ୟାକରମାନେ ହାତେଇଛନ୍ତି । ଏହାକୁ ସେମାନେ ଅନ୍ୟ ହ୍ୟାକରଙ୍କୁ ବିକ୍ରି କରିଥାନ୍ତି ।

ଜର୍ମାନ ପୋଲିସର କହିବାନୁସାରେ, ଏମୋଟେଟ୍ ଦ୍ୱାରା ଦେଶରେ ପ୍ରାୟ ୧୪.୫ ମିଲିୟନ ୟୁରୋ ନଷ୍ଟ ହୋଇଛି । ସାରା ବିଶ୍ୱରେ ଏହା ସାହାଯ୍ୟରେ ୨.୫ ବିଲିୟନ ଡଲାର ଟଙ୍କା ଲୁଟ୍ ହୋଇଛି ।

ୟୁକ୍ରେନ ପୋଲିସ ହ୍ୟାକରମାନେ ବ୍ୟବହାର କରୁଥିବା କମ୍ପ୍ୟୁଟରକୁ ଜବତ କରିଛି । ତେବେ ଏଯାଏଁ କାହାରିକୁ ଗିରଫ କରାଯାଇ ନାହିଁ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.