କରୋନାକୁ ବ୍ୟବହାର କରି ୟୁଜରଙ୍କ ଏହି ଭୁଲର ଫାଇଦା ନେଉଛନ୍ତି ହ୍ୟାକର୍ସ, ରହିଛି ଡାଟା ଚୋରିର ଭୟ
19/03/2020 at 5:32 PM

ନୂଆଦିଲ୍ଲୀ, ୧୯|୦୩: କରୋନା ଭାଇରସକୁ ନେଇ ସାରା ବିଶ୍ୱରେ ଆତଙ୍କ ସୃଷ୍ଟି ହୋଇଛି। ତେବେ ହ୍ୟାକର୍ସମାନେ ଏହି ସମୟରେ ଅନେକ ନୂଆନୂଆ ପନ୍ଥା ଆପଣାଇ ବ୍ୟକ୍ତିଗତ ତଥ୍ୟ ଚୋରି କରିବାରେ ଲାଗିଛନ୍ତି।
ବିଭିନ୍ନ ଟେକ୍ କମ୍ପାନୀ ଓ ହେଲ୍ଥ ଅର୍ଗାନାଇଜେସନ କରୋନା ଭାଇରସକୁ ନେଇ ଅନେକ ତଥ୍ୟ ଓ ରକ୍ଷା ପାଇବା ପାଇଁ ଉପାୟ ନିଜ ଓ୍ୱେବସାଇଟରେ କହୁଛନ୍ତି। ରିସର୍ଚ୍ଚ ଫାର୍ମ ଚେକ୍ ପଏଣ୍ଟର ରିପୋର୍ଟ ଅନୁସାରେ, ହ୍ୟାକର୍ସ ଲୋକଙ୍କୁ କ୍ଷତି ପହଁଚାଇବା ପାଇଁ ହଜାରରୁ ଅଧିକ ଏପରି ଓ୍ୱେବସାଇଟ ପ୍ରସ୍ତୁତ କରିଛନ୍ତି। ଯାହା ବିପଦଜ୍ଜନକ। ଏହି ଓ୍ୱେବସାଇଟକୁ ଆକସେସ କରିବା ଦ୍ୱାରା ଯୁଜରଙ୍କ ତଥ୍ୟ ଚୋରି ହେବାର ସମ୍ଭାବନା ରହିଛି।

ଟିଏଚଏନର ରିପୋର୍ଟ ଅନୁସାରେ, ହ୍ୟାକର୍ସ କରୋନା ଭାଇରସ କୋଭିଡ-୧୯ ଆଉଟବ୍ରେକକୁ କମ୍ପ୍ୟୁଟର ଭାଇରସରେ ଇନଜେକ୍ଟ କରିବା ପାଇଁ ବ୍ୟବହାର କରୁଛନ୍ତି। କାରଣ ଏବେ ଲୋକମାନେ କରୋନା ଭାଇରସର ନାମ ସହ ଜଡିତ ଡୋମେନକୁ କିଣିବାକୁ ଚାହୁଁଛନ୍ତି। ଏହାକୁ କିଣି ଡାର୍କ ଓ୍ୱେବରେ ଉଚ୍ଚ ଦାମରେ ବିକ୍ରି କରାଯାଉଛି। ଯାହାର ମୂଲ୍ୟ ୧୦ ଗୁଣ ଅଧିକ।
ହ୍ୟାକର୍ସମାନେ ଏହି ଡୋମେନ ବ୍ୟବହାର କରି କମ୍ପ୍ୟୁଟର ଓ ମୋବାଇଲକୁ ହ୍ୟାକ କରୁଛନ୍ତି। ତେବେ ଭାରତ ସରକାର, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଓ ଅନ୍ୟ ଅଥେଣ୍ଟିକାଲ ଓ୍ୱେବସାଇଟ ବ୍ୟତୀତ କିଛି ନୂଆ ଓ୍ୱେବସାଇଟ ଆକସେସ ନ କରିବା ପାଇଁ ବିଶେଷଜ୍ଞମାନେ ପରାମର୍ଶ ଦେଇଛନ୍ତି।