କାଶ୍ମୀର ନିଷ୍ପତ୍ତିରେ ପାକ୍ ବାଉଳା : ସୋସିଆଲ ମିଡିଆରେ ଭୟର ବାତାବରଣ ଖେଳାଇବାକୁ ଉଦ୍ୟମ

Published By : Prameya-News7 Bureau | August 06, 2019 IST

ଭୁବନେଶ୍ବର ୬/୮: ଜାମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପରେ ପାକିସ୍ତାନ ଏବେ ଭୟଭୀତ । ଭୟ ଏତେ ଯେ ପାକିସ୍ତାନର ହ୍ୟାକର ମାନେ ସୋସିଆଲ ମିଡିଆରେ ବାଉଳି ଚାଉଳି ହେଉଛନ୍ତି ।

{"id":141600}

କାଶ୍ମୀର ନିଷ୍ପତ୍ତିରେ ପାକ୍ ବାଉଳା । ଖାଲି ପାକ୍ ସରକାର ନୁହେଁ, ସାଇବର ହ୍ୟାକର୍ ବି ଏବେ ସୋସିଆଲ୍ ମିଡିଆରେ ବାଉଳିଚାଉଳି ହେଉଛନ୍ତି ।  କେନ୍ଦ୍ର ସରକାରଙ୍କ ଐତିହାସିକ ନିଷ୍ପତ୍ତିକୁ ନେଇ ସାରା ଭାରତରେ ସେଲିବ୍ରେସନର ମାହୋଲ । ସଂସଦରୁ ସଡ଼କ, ସୋସିଆଲ ମିଡିଆ ସବୁଠି ନିଜର ଖୁସି ଜାହିର କରୁଛନ୍ତି ଭାରତୀୟ ।  ଯାହାକୁ ସହି ପାରୁ ନାହାନ୍ତି ଏହି ହ୍ୟାକରମାନେ । ଆରମ୍ଭ କରିଛନ୍ତି ନାପାକ୍ ପ୍ରୟାସ । ସୋସିଆଲ ମିଡିଆରେ ମିଳୁଛି ଧମକଚମକ । ଯାହାର ଶିକାର ହୋଇଛନ୍ତି ଓଲିଉଡ ଅଭିନେତା ସବ୍ୟସାଚୀ ମିଶ୍ର । ଧାରା ୩୭୦ ଉଚ୍ଛେଦକୁ ନେଇ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ଖୁସି ବ୍ୟକ୍ତି କରିଥିଲେ ସବ୍ୟସାଚୀ । ହେଲେ ବିଭିନ୍ନ ସାଇବର କ୍ରିମିନାଲମାନେ ଫେକ୍ ଆଇଡିରୁ ତାଙ୍କ ପ୍ରତିକ୍ରିୟା ଉପରେ ଭାରତ ବିରୋଧୀ କମେଣ୍ଟ ଦେବା ଆରମ୍ଭ କରିଥିଲେ । ୩୦ରୁ ୩୫ ଜଣ ଅଜଣା ୟୁଜର ଲଗାତର ନେଗେଟିଭ କମେଣ୍ଟ ଦେବା ପରେ ସବ୍ୟସାଚୀ ଓ ତାଙ୍କ ପ୍ରଶଂସକ ପ୍ରତିକ୍ରିୟାଶୀଳ ହୋଇ ସେମାନଙ୍କୁ ଜବାବ ଦେବା ଆରମ୍ଭ କରିଥିଲେ । ଏହା ପରେ ତାଙ୍କ ଆକାଉଣ୍ଟ ହ୍ୟାକ୍ କରିବାଠୁ ନେଇ ଜୀବନରୁ ମାରିବାକୁ ବି ଧମକ ଦେବାକୁ ପଛାଇ ନ ଥିଲେ ଏହି ହ୍ୟାକର୍ ମାନେ ।

{"id":141601}

ଭୁବନେଶ୍ବର ଡିସିପି ଅନୁପ ସାହୁଙ୍କୁ ସମସ୍ତ ଘଟଣା ସଂପର୍କରେ ସେ ଅବଗତ କରିଛନ୍ତି। ଡିସିପିଙ୍କ ପରାମର୍ଶକ୍ରମେ ସବ୍ୟସାଚୀ ଇନଷ୍ଟାଗ୍ରାମ ନିକଟରେ ଏନେଇ ଅଭିଯୋଗ ଦାଖଲ କରିଛନ୍ତି । ତେବେ ଖାଲି ସବ୍ୟସାଚୀ ନୁହେଁ, ଅନେକ ଭାରତୀୟଙ୍କ ପୋଷ୍ଟରେ ଏଭଲି କମେଣ୍ଟ ଦେଉଛନ୍ତି ଏହି  ହ୍ୟାକର୍ ମାନେ । ପାକିସ୍ତାନୀ ସାଇବର ଆର୍ମି, ମୁସଲିମ୍ ଲିବରେସନ ଆର୍ମି, ୟୁନାଇଟେଡ୍ ଇସଲାମିକ୍ ସାଇବର୍ ଫୋର୍ସ ନାଁରେ ମେସେଜ୍ କରୁଛନ୍ତି ।  ସୋସିଆଲ ମିଡିଆରେ ଭୟର ବାତାବରଣ ଖେଳାଇବାକୁ ଅପରାଧୀମାନେ ଉଦ୍ୟମ କରୁଛନ୍ତି । ଯାହାର କୌଣସି ପ୍ରଭାବ ଭାରତୀୟଙ୍କ ଉପରେ ପଡ଼ିବାର ନାହିଁ ।

{"id":141602}

ଏଭଳି ଫେକ୍ ଆଇଡିରେ ଲୁଚି ଲୁଚି ଧମକଚମକ ଦେବା ପାକିସ୍ତାନୀଙ୍କ ପୁରୁଣା ରୋଗ । ତେବେ ଏମାନଙ୍କ ଉପରେ ଦେଶର ସାଇବର୍ ଥାନା ଗୁଡ଼ିକ ଓ ବିଭିନ୍ନ ସୋସିଆଲ ମିଡିଆ କର୍ତ୍ତୃପକ୍ଷ କଡ଼ା ନଜର ରଖିବାର ଆବଶ୍ୟକତା ରହିଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.