ଉର୍ବଶୀ ରୌତେଲାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ : ତାଙ୍କୁ ବ୍ଲାକମେଲ୍ କରିବା ସହ ଆକାଉଣ୍ଟରେ ଅଶ୍ଳୀଳ ଫଟୋ ପୋଷ୍ଟ କରୁଛନ୍ତି ହ୍ୟାକର୍ସ

Published By : Prameya-News7 Bureau | April 26, 2020 IST

ମୁମ୍ବାଇ ୨୬/୪: ଲକଡାଉନ୍ ସତ୍ବେ ଉର୍ବଶୀ ରୌତେଲା ନିଜ ଫ୍ୟାନ୍ସଙ୍କୁ ଗ୍ଲାମରସ୍ ପୋଷ୍ଟରେ ସବୁବେଳେ ଏଣ୍ଟରଟେନ୍ କରନ୍ତି। ଏହି ସମୟରେ ଉର୍ବଶୀ ନିଜ ଫ୍ୟାନ୍ସଙ୍କୁ ଖରାପ ଖବର ଦେଇ କହିଥିଲେ ଯେ ତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଯାହା ପରେ ହ୍ୟାକର୍ସମାନେ ଏଥିପାଇଁ ଟଙ୍କା ଡିମାଣ୍ଡ କରିଥିଲେ। ଏହି ଘଟଣା ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ୍ ଏହାର ମାମଲା ରୁଜୁ କରିଥିଲା।

{"id":260393,"sizeSlug":"large"}

ନିକଟରେ ଉର୍ବଶୀ ଟ୍ବିଟ୍ କରି ନିଜ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହେବାର ସୂଚନା ଦେଇଛନ୍ତି। ଏଥିରେ ସେ ଲେଖିଛନ୍ତି, ‘ତାଙ୍କ ଫେସବୁକ୍ ଆକାଉଣ୍ଟ ହ୍ୟାକ୍ ହୋଇଯାଇଛି। ଦୟା କରି କୌଣସି ମ୍ୟାସେଜ ଏବଂ ପୋ​‌ଷ୍ଟର ଜବାବ ଦିଅନ୍ତୁ ନାହିଁ,କାରଣ ଏହା ସେ କରି ନାହାନ୍ତି।’

{"id":260396,"sizeSlug":"large"}

ଉର୍ବଶୀଙ୍କ ପୋଷ୍ଟ ସାମନାକୁ ଆସିବା ପରେ ମୁମ୍ବାଇ ପୋଲିସ୍ ଏହାକୁ ରିଟ୍ବିଟ୍ କରି ଲେଖିଥିଲେ,‘ସେମାନେ ତାଙ୍କ ଅଭିଯୋଗ ସାଇବର ପୋଲିସ୍ ​‌ଷ୍ଟେସନରେ ଟ୍ରାନ୍ସଫର୍ କରି ଦେଇଛନ୍ତି। ଏହା ପରେ ଉର୍ବଶୀ ଟ୍ବିଟ୍ ମାଧ୍ୟମରେ କହିଥିଲେ ଯେ ଏବେ ହ୍ୟାକର୍ସ ତାଙ୍କଠୁ ଟଙ୍କା ଡିମାଣ୍ଡ କରୁଛନ୍ତି।

{"id":260403,"sizeSlug":"large"}

ହ୍ୟାକିଂ ଅଭିଯୋଗ ସାମନାକୁ ଆସିବା ପରେ ଉର୍ବଶୀଙ୍କ ଫ୍ୟାନ୍ସ ନିକଟରେ କରାଯାଇଥିବା ପୋଷ୍ଟର ସ୍କ୍ରିନଶର୍ଟ ସେୟାର କରିଛନ୍ତି।  ସେୟାର କରାଯାଇଥିବା ପୋଷ୍ଟରେ କିଛି ଅଶ୍ଳୀଳ ଫଟୋ ଏବଂ ଭିଡିଓ ମଧ୍ୟ ରହିଛି।

{"id":260395,"sizeSlug":"large"}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.