Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୁବନେଶ୍ବର : ‘ପରୀକ୍ଷା ଦର୍ପଣ’ ପୁସ୍ତକ ଉନ୍ମୋଚିତ, ମାଟ୍ରିକ୍ ପରୀକ୍ଷାର୍ଥୀ ହେବେ ଉପକୃତ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୩୮ କୋଭିଡ୍ ପଜିଟିଭ୍‌, ୩୩୪୬୬୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜି.ଉଦୟଗିରି : ବାଇକ୍-ଅଟୋ ମୁହାଁମୁହିଁ ଧକ୍କା : ଜଣେ ମୃତ, ତିନି ଗୁରୁତର
  • ||
  • ଭୁବନେଶ୍ବର : ଭିଜିଲାନ୍ସ ଜାଲରେ ଭୁବନେଶ୍ବର ବ୍ଲକ୍ କନିଷ୍ଠ ଯନ୍ତ୍ରୀ ଶୁଭେନ୍ଦୁ କୁମାର ପ୍ରଧାନ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ
  • ||
  • ଦିଲ୍ଲୀ ପୋଲିସର ଆକ୍ସନ : ଟ୍ରାକ୍ଟର ରାଲି ବେଳେ ହିଂସା ପରେ ୨୨ଟି ମାମଲା ରୁଜୁ
  • ||
  • ଭୁବନେଶ୍ବର : ଅଟୋକୁ ଧକ୍କା ଦେଲା କାର୍, ୪ ଗୁରୁତର
  • ||
  • ଘଟଗାଁ : ରାତିରେ ଘରକୁ ଫେରିବା ବେଳେ ଭାଲୁ ଆକ୍ରମଣ, ଜଣେ ଗୁରୁତର
  • ||
  • ଆଜିଠୁ ଶ୍ରୀମନ୍ଦିର ସେବାୟତଙ୍କ ପୁଣି କୋଭିଡ୍ ଟେଷ୍ଟ, ପ୍ରତିଦିନ ୫୦ ସେବାୟତଙ୍କ ହେବ ଆର୍‌ଟିପିସିଆର୍
  • ||
  • ଆଜିଠୁ ପୁଣି ଟିକାକରଣ, ଭାକ୍‌ସିନ୍‌ ନେବେ ବଳକା ୧ ଲକ୍ଷ ୭୩ ହଜାର ୬୩୬ ସ୍ବାସ୍ଥ୍ଯକର୍ମୀ
  • ||

Whatsapp ଜରିଆରେ ହେଉଛି ଓଟିପି ସ୍କାମ, ସାବଧାନ ନରହିଲେ ହେବେ ଠକାମୀର ଶିକାର, ଜାଣନ୍ତୁ ବର୍ତ୍ତିବେ କେମିତି

24/11/2020 at 9:38 PM

ନୂଆଦିଲ୍ଲୀ ୨୪।୧୧: ସୋସିଆଲ ମେସେଜିଙ୍ଗ ଆପ୍ ହ୍ଵାଟ୍ସଆପ୍‌ର ବ୍ୟବହାର ଦିନକୁ ଦିନ ଅଧିକ ବଢିବାରେ ଲାଗିଛି। ଏମିତିରେ ବର୍ତ୍ତମାନ ହ୍ୟାକର୍ସ ଠକେଇ ପାଇଁ ଏହି ଆପ୍‌ର ବ୍ୟବହାର କରିବା ଆରମ୍ଭ କରି ଦେଲେଣି। ସଂପ୍ରତି ଏକ ନୂତନ ପ୍ରକାରର ସ୍କାମ ହେବାରେ ଲାଗିଛି, ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି। ତେଣୁ ନିଜକୁ ଏଥିରୁ ସୁରକ୍ଷିତ ରଖିବାକୁ ପଡିବ। କାରଣ ହ୍ୟାକର୍ସ ସ୍କାମ ଜରିଆରେ ଫୋନରେ ଥିବା ସମସ୍ତ ତଥ୍ୟ କାଢି ନେଉଛନ୍ତି। ଏହି ଘୋଟାଲା ଓଟିପି ସ୍କାମ ନାମରେ ପରିଚିତ।

କଣ ଏହି ଘୋଟାଲା

ଯେବେ ଆପଣ କୌଣସି ନୂତନ ସ୍ମାର୍ଟଫୋନ୍‌ରେ ହ୍ଵାଟ୍ସଆପ୍‌ ସେଟ୍ କରନ୍ତି, ତେବେ ପ୍ଲାଟଫର୍ମ ଆପଣଙ୍କ ପଞ୍ଜୀକୃତ ନମ୍ବରରେ ଏକ ଓଟିପି ପଠାଇଥାଏ। ଏହି ଓଟିପି ଆପଣଙ୍କ ଖାତାରେ ଲଗ୍ ଇନ୍‌ କରିବା ଲାଗି ଆବଶ୍ୟକ ପଡିଥାଏ। ଓଟିପିର ସଫଳତାପୂର୍ବକ ଦେବା ପରେ ଆପଣଙ୍କ  ହ୍ଵାଟ୍ସଆପ୍‌ ଆକାଉଣ୍ଟ କାମ କରିବା ଆରମ୍ଭ କରିଥାଏ। ଲୁଟେରା ଏହି ପ୍ରକ୍ରିୟା ଲାଭ ଉଠାଇବା ପାଇଁ ଆପଣଙ୍କ  ହ୍ଵାଟ୍ସଆପ୍ ଆକାଉଣ୍ଟ ପର୍ଯ୍ୟନ୍ତ ପହଞ୍ଚିବା ଲାଗି ଯୋଜନା ପ୍ରସ୍ତୁତ କରିଥାଏ। ଜଣେ ହ୍ୟାକର ନିଜ ଫୋନ୍‌ରେ ହ୍ଵାଟ୍ସଆପ୍‌ ଇନଷ୍ଟଲ କରିଥାଏ ଓ ସେଥିରେ ଆପଣଙ୍କ  ନମ୍ବରଦେଇଥାଏ। ସେ ଆପଣଙ୍କ ଓଟିପି ହଡପ କରିବା ପାଇଁ ଆପଣଙ୍କ ପାଖକୁ କଲ୍ କିମ୍ବା ମେସେଜ କରିଥାଏ। ଯଦି ଆପଣ ଓଟିପି ଦେଇ ଦିଅନ୍ତି, ତେବେ ହ୍ୟାକରଙ୍କୁ ଆପଣଙ୍କର ଖାତା ଓ ତଥ୍ୟ ପର୍ଯ୍ୟନ୍ତ ପହଞ୍ଚିବାରେ ସୁଯୋଗ ମିଳିଯାଏ।

ଏହି ଧରଣର ଘୋଟାଲା ଅନେକ ଦିନ ଧରି ଚାଲି ଆସିଛି। ହ୍ୟାକର ଆପଣଙ୍କ ଗୋଷ୍ଠୀର ଚାଟ୍‌ ଉପଯୋଗ ନିଜର ଫାଇଦା ପାଇଁ ବ୍ୟବହାର କରିଥାଏ। ସେ ଆପଣଙ୍କର ପ୍ରୋଫାଇଲ ଫଟୋ ମଧ୍ୟ ବଦଳାଇ ପାରିବେ।

କେମିତି ବଞ୍ଚିବେ

ଯେ ପର୍ଯ୍ୟନ୍ତ ପାସଓ୍ଵାର୍ଡ ଦେଇ ନାହାନ୍ତି ହ୍ଵାଟ୍ସଆପ୍ ଓଟିପି ସ୍କାମରୁ  ଆପଣ ବର୍ତ୍ତି ପାରିବେ।  ଯଦି ଆପଣଙ୍କ ପାଖକୁ ଓଟିପି ପାଇଁ ଫୋନ ଆସୁଛି ତେବେ ବିନମ୍ରତାର ସହ ମନା କରି ଦିଅନ୍ତୁ। ହ୍ୟାକରର ଏହି କାମ ବିଷୟରେ ସାଇର ଅପରାଧ ବିଭାଗକୁ ସୂଚନା  ଦିଅନ୍ତୁ।

   Related Posts