Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୋଖରୀରୁ ମିଳିଲା ନିଖୋଜ ଶିଶୁକନ୍ୟାର ମୃତଦେହ, ହତ୍ୟା ସନ୍ଦେହ
  • ||
  • ଶିକାରୀ ଗିରଫ, ୬ ମୃତ ବିଦେଶୀ ପକ୍ଷୀ ଜବତ
  • ||
  • ରାଜ୍ୟରେ ଆଉ ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୭କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୧ କରୋନା ସଂକ୍ରମିତ, ୧୦୪୮୬୮୩ରେ ପହଞ୍ଚିଲା ସଂଖ୍ୟା
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ୍, ୬୨୧ ମୃତ
  • ||
  • ମଝି ସମୁଦ୍ରରେ ଦୁର୍ଘଟଣା, ଧକ୍କା ହେଲା ୨ ଜାହାଜ
  • ||
  • ବାତ୍ୟାର ରୂପ ନେବ ଲଘୁଚାପ ! ଅନୁମାନ ଲଗାଇଲାଣି ଆଇଏମଡି, ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା
  • ||
  • ବାଘ ଗଣନା ବେଳେ ମିଳିଲା ମୃତଦେହ, ହତ୍ୟା ନା ଆତ୍ମହତ୍ୟା !
  • ||
  • ଶୀତ ଅଧିବେଶନ ପୂର୍ବରୁ ରବିବାର ସର୍ବଦଳୀୟ ବୈଠକ, ବିରୋଧିଙ୍କ ସହ କଥା ହେବେ ପ୍ରଧାନମନ୍ତ୍ରୀ
  • ||

ସାବଧାନ : ଘରୁ ଅନଲାଇନ କାମ କରୁଥିବା କର୍ମଚାରୀ ହୋଇପାରନ୍ତି ହ୍ୟାକରର ଶିକାର

1/04/2020 at 12:12 PM

ନୂଆଦିଲ୍ଲୀ ୦୧/୦୪ : କୋଭିଡ -୧୯ କରୋନା ଭାଇରସ ଯୋଗୁଁ । ବିଶ୍ୱର ଅନେକ ଦେଶ ଲକଡାଉନ ରହିଛି | ଅନେକ ଦେଶର ସରକାରୀ ତଥା ବେସରକାରୀ କର୍ମଚାରୀ ନିଜ ନିଜ ଘରୁ କାମ କରୁଛନ୍ତି | ଭାରତରେ ଅନେକ ଲୋକ ଘରେ ବସି ନିଜ କାମ କରୁଛନ୍ତି | କିନ୍ତୁ ଘରୁ କାମ କରିବା ପ୍ରକ୍ରିୟାରେ କମ୍ପାନୀଗୁଡିକର ସାଇବର ସୁରକ୍ଷା କୁ ନେଇ ବିପଦ ଅଧିକ | କାରଣ ଘରେ କାମ କରୁଥିବା ଲୋକମାନେ ଲାପଟପ୍ କିମ୍ବା ଡେସ୍କଟପରୁ କମ୍ପାନୀ ସହ ଜଡିତ ସୂଚନା ଏବଂ ତଥ୍ୟ ବ୍ୟବହାର କରୁଛନ୍ତି | ବିଶେଷଜ୍ଞଙ୍କ ଅନୁଯାୟୀ, ଏପରି ପରିସ୍ଥିତିରେ ହ୍ୟାକରମାନେ ଆପଣଙ୍କୁ କିମ୍ବା ଆପଣଙ୍କ କମ୍ପାନୀର ତଥ୍ୟକୁ ସହଜରେ ଟାର୍ଗେଟ୍ କରିପାରିବେ |

କରୋନା ମହାମାରୀ ଯୋଗୁଁ ସରକାରଙ୍କ ଆବେଦନ ପରେ ଦେଶର ସମସ୍ତ ବଡ ବଡ କମ୍ପାନୀ ସେମାନଙ୍କ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହିଛନ୍ତି। ଏଥିପାଇଁ ଅନେକ ନୂତନ ସଫ୍ଟୱେୟାର ବ୍ୟବହାର କରାଯାଉଛି | ଆପଣଙ୍କ ଲାପଟପ୍ କିମ୍ବା PC ରେ ଅଫିସର ଆବଶ୍ୟକତା ଅନୁଯାୟୀ ଘରେ ସଫ୍ଟୱେୟାର ବ୍ୟବହାର କରାଯାଏ | ଏଭଳି ପରିସ୍ଥିତିରେ, ସେମାନେ ନିଜ ଘରେ କମ୍ପାନୀର ତଥ୍ୟ ଏବଂ ବ୍ୟକ୍ତିଗତ ସୂଚନା ମଧ୍ୟ ଆକ୍ସେସ କରିଥାନ୍ତି | ଯାହାଫଳରେ ହ୍ୟାକିଂ ହେବାର ଆଶଙ୍କା ଅଧିକ ରହିଛି । ଯଦି କେହି ଲାପଟପ୍, କମ୍ପ୍ୟୁଟର କିମ୍ବା ମୋବାଇଲ ହ୍ୟାକ କରିବାକୁ କିମ୍ବା ଚେଷ୍ଟା କରେ ତାହେଲେ ଡାଟା କରପ୍ଟ  ହେବାର ସମ୍ଭାବନା ରହିଛି | ଯାହାଫଳରେ ଉପଭୋକ୍ତାଙ୍କୁ କ୍ଷତି ସହିବାକୁ ପଡିଥାଏ | ଆପଣଙ୍କ ସିଷ୍ଟମ କିମ୍ବା ମୋବାଇଲ ହ୍ୟାକ ଅତ୍ୟନ୍ତ ଗମ୍ଭୀର ହୋଇପାରେ | ଯେଉଁଥିପାଇଁ ଆପଣଙ୍କୁ ଉଭୟ ତଥ୍ୟ ଏବଂ ଅର୍ଥର କ୍ଷତି ସହ୍ୟ କରିବାକୁ ପଡିବ |

ବିଦେଶରେ ଏହିଭଳି ସାଇବର କ୍ରାଇମ ଏକ ସାଧାରଣ ଘଟଣା | ସେଠାରେ କେବଳ ବେସରକାରୀ କମ୍ପାନୀ ନୁହେଁ ସରକାରୀ ଅନୁଷ୍ଠାନକୁ ମଧ୍ୟ ଏହି ହ୍ୟାକରମାନେ ଟାର୍ଗେଟ କରିଥାନ୍ତି । କିଛି ବର୍ଷ ପୂର୍ବରୁ ଏକ ବଡ଼ ସାଇବର ହ୍ୟାକିଂ ଯୋଗୁଁ ଆମେରିକା ଭଳି ଉନ୍ନତ ଦେଶକୁ ବହୁତ ବଡ କ୍ଷତି ସହିବାକୁ ପଡିଥିଲା | ଏଥିରେ କୋଟି କୋଟି ଡଲାର କ୍ଷତି ହୋଇଥିଲା । ଭାରତର ଅନେକ ବଡ ବଡ କମ୍ପାନୀ ମଧ୍ୟ ଏଭଳି ଆକ୍ରମଣର ଶିକାର ହୋଇସାରିଛନ୍ତି। ଭାରତର ବ୍ୟାଙ୍କଗୁଡିକ ମଧ୍ୟ ଏହା ଦ୍ୱାରା ପ୍ରଭାବିତ ହୋଇଛନ୍ତି | ହ୍ୟାକରମାନେ ବ୍ୟାଙ୍କଗୁଡିକୁ ମଧ୍ୟ ହ୍ୟାକ କରି ଅନେକ ତଥ୍ୟ ଚୋରି କରିଛନ୍ତି |

ଅଧିକାଂଶ ହ୍ୟାକର୍ ଏବଂ ସାଇବର ଆକ୍ରମଣକାରୀ ଲୋକଙ୍କୁ ଇ-ମେଲ୍ କିମ୍ବା SMS ଜରିଆରେ ପୁରସ୍କାର ଦେବା କଥା କହି ଭଣ୍ଡାଇଥାନ୍ତି | ଅନେକ ଲୋକ ସେମାନଙ୍କ ଜାଲରେ ପଡ଼ନ୍ତି ଏବଂ ଏହିପରି ଇ-ମେଲ କିମ୍ବା ୱେବସାଇଟର ସହଜ ଶିକାର ହୁଅନ୍ତି | ତେବେ କୌଣସି ଅଜ୍ଞାତ ଇମେଲ ଖୋଲନ୍ତୁ ନାହିଁ | ଯେକୌଣସି ୱେବସାଇଟ୍ ଖୋଲିବାବେଳେ ସାଇଟର URL ପୂର୍ବରୁ ଲକ୍ ମାର୍କ ନିଶ୍ଚୟ ଦେଖନ୍ତୁ | ସେହି ଲକ୍ ମାର୍କ ସାଇବର ସୁରକ୍ଷାକୁ ନିଶ୍ଚିତ କରିଥାଏ | HTTP ପରେ ସାଇଟର URL ରେ S ଅଛି କି ନାହିଁ ଯାଞ୍ଚ କରନ୍ତୁ | ଯଦି S ନାହିଁ, ତେବେ ସେହି ସାଇଟର ସୁରକ୍ଷାର କୌଣସି ଗ୍ୟାରେଣ୍ଟି ନାହିଁ ବୋଲି ଜାଣିବେ | ପ୍ରତି ମାସରେ ସାରା ବିଶ୍ୱରେ ହଜାର ହଜାର ସାଇବର କ୍ରାଇମ ହେଉଛି | ଗତ ତିନିମାସ ମଧ୍ୟରେ ବିଶ୍ୱର ୨ଟି ଦେଶରେ ୧୧ ହଜାରରୁ ଅଧିକ ସାଇବର ହମଲା ହୋଇଛି । ଏହି ଦେଶରେ ଇଣ୍ଡୋନେସିଆ ଏବଂ ଅଷ୍ଟ୍ରେଲିଆର ନାଁ ରହିଛି  | ଅଷ୍ଟ୍ରେଲିଆରେ ୬ ହଜାର ଏବଂ ଇଣ୍ଡୋନେସିଆରେ ୫ ହଜାର ସାଇବର ଆକ୍ରମଣ କରାଯାଇଥିଲା।

   Related Posts