ହ୍ୟାକରଙ୍କ ଟାର୍ଗେଟରେ ପେମେଣ୍ଟ୍ ଆପ୍ 'ଭୀମ୍', କୋଟିଏରୁ ଅଧିକ ୟୁଜରଙ୍କ ଡାଟା ଲିକ୍

Published By : Prameya-News7 Bureau | June 01, 2020 IST

ନୂଆଦିଲ୍ଲୀ, ୦୧|୦୬:  ସୋମବାର କିଛି ହ୍ୟାକର୍ ଦାବି କରିଛନ୍ତି ଯେ ସେମାନେ ଭୀମ୍ ଆପ୍‌ ବ୍ୟବହାରକାରୀଙ୍କ ଡାଟା ଲିକ୍ କରିବା ସହ ଚୋରି କରିନେଇଛନ୍ତି । ତେବେ ଏନପିସିଆଇ ଏହାକୁ ଖାରଜ କରିଛି । ଏହି ଆପ୍‌କୁ ୟୁଜରମାନେ ଟଙ୍କା ନେଣଦେଣ ପାଇଁ ବ୍ୟବହାର କରିଥାନ୍ତି । ଏହାକୁ ଏନପିସିଆଇ ନୋଟବନ୍ଦୀ ପରେ ୨୦୧୯ରେ ଲଞ୍ଚ୍ କରିଥିଲା । ଏହା ସାହାଯ୍ୟରେ ନେଣଦେଣ କରୁଥିବା ୟୁଜରଙ୍କ ସଂଖ୍ୟା କୋଟିଏରୁ ଅଧିକ ।

 ବିପିଏନ ମେଣ୍ଟର୍ ନାମର ଏକ ଓ୍ୱେବସାଇଟ୍ ଦାବି କରିଛି ଯେ, ତାହା ପାଖରେ ଡିଜିଟାଲ୍ ପେମେଣ୍ଟ୍ ଆପ୍ ଡାଟା ଲିକ୍ ବାବଦରେ ତଥ୍ୟ ରହିଛି । ଏହା ଭର୍ଚୁଆଲ୍ ପ୍ରାଇଭେଟ୍ ନେଟଓ୍ୱର୍କର ସମୀକ୍ଷା କରୁଥିବା ସବୁଠାରୁ ବଡ ଓ୍ୱେବସାଇଟ୍ । ଏହା ସାଇବର୍ ଆକ୍ରମଣରୁ ୟୁଜରଙ୍କୁ ରକ୍ଷା କରିଥାଏ ।

{"id":279915,"width":834,"height":626,"sizeSlug":"large"}

ବିପିଏନ୍ ମେଣ୍ଟର ଦାବି କରିଛି ଯେ, ଭୀମ୍ ଆପ୍ ଡେଭଲପର୍ କିଛି ସୁରକ୍ଷା ନିୟମରୁ ପାଲନ କରିଥିଲେ ଡାଟା ଚୋରି ହୋଇନଥାନ୍ତା । ଭୀମ୍ ଆପ୍ ସହ ଜଡିତ ଅନେକ ୟୁଜରଙ୍କ ସମ୍ବେଦନଶୀଳ ଆର୍ଥିକ ତଥ୍ୟକୁ ସାର୍ବଜନୀନ କରିଦେଇଛି । ତେବେ ଏହି ଡାଟାକୁ ଅପବ୍ୟବହାର କରାଯାଇଛି ନା ନାହିଁ ତାହା ଉପରେ ନଜର ରଖାଯାଇଛି । ଏହିପରି କୌଣସୀ ମିଛ ସୂଚନା ବାବଦରେ ସତର୍କ ରହିବାକୁ ୟୁଜରଙ୍କୁ କୁହାଯାଇଛି . ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.