ବିଶ୍ୱ ପାଇଁ ଏବେ ସବୁଠୁ ବଡ ବିପଦ ସାଇବର ଆଟାକ୍: ଶହଶହ କମ୍ପାନୀ ହ୍ୟାକରଙ୍କ ଧମକରେ ଆତଙ୍କିତ, ଡାଟା ହ୍ୟାକ୍ କରି ନିୟୁତ ନିୟୁତ ଡଲାର ଦାବି କରୁଛନ୍ତି ସାଇବର୍ ଆକ୍ରମଣକାରୀ

Published By : Prameya-News7 Bureau | July 05, 2021 IST

ନୂଆଦିଲ୍ଲୀ,୦୫/୦୭:   ଆମେରିକା ନିଜକୁ ସବୁଠାରୁ ଶକ୍ତିଶାଳୀ ଦେଶ କହିଥାଏ । କିନ୍ତୁ ପୁଣି ଥରେ ଆମେରିକା ପାଇଁ ସମସ୍ୟା ଉପୁଜିଛି । ପ୍ରାୟ ୨୦୦ରୁ ଅଧିକ ଆମେରିକୀୟ କମ୍ପାନୀ ସାଇବର ହ୍ୟାକିଂର ଶିକାର ହୋଇଛନ୍ତି । କମ୍ପାନୀ ଉପରେ କୋଲୋସଲ୍ ରେନସନଓୟାର ଆକ୍ରମଣ ହୋଇଛି । ଏଥିପାଇଁ ହ୍ୟାକର୍ସମାନେ ସର୍ବପ୍ରଥମେ ଫ୍ଲୋରିଡାର ଆଇଟି କମ୍ପାନୀ କାସିୟାକୁ ଟାର୍ଗେଟ୍ କରିଥିଲେ । ଏହାପରେ କମ୍ପାନୀର ସଫ୍ଟଓୟାର ବ୍ୟବହାର କରି ଅନ୍ୟ କମ୍ପାନୀର ଡାଟା ଚୋରି କରିଥିଲେ । ଏବେ ହ୍ୟାକରମାନେ ଡାଟାକୁ ଫେରାଇବା ପାଇଁ ୭୦ ମିଲିୟନ ଡଲାର ବା ୫୨୦ କୋଟି ଟଙ୍କା ଦାବି କରୁଥିବା ସୂଚନା ମିଳିଛି ।

ଗତ କିଛିଦିନ ଧରି ତୃତୀୟ ବିଶ୍ୱୟୁଦ୍ଧକୁ ନେଇ ଚର୍ଚ୍ଚା ଜୋର୍ ଧରୁଛି । ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଋଷକୁ କେହି ହରାଇପାରିବେ ନାହିଁ । ବିନା ବିଶ୍ୱଯୁଦ୍ଧରେ ଋଷ ୟୁକେ ଯୁଦ୍ଧ ଜାହାଜକୁ ବୁଡାଇଦେବ ବୋଲି ନିକଟରେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଥିଲେ । ଏହାପରେ ବାଇଡେନ୍ ମଧ୍ୟ ପ୍ରତିକ୍ରିୟା ରଖିଥିଲେ । ତେବେ ଯଦି ତୃତୀୟ ବିଶ୍ୱଯୁଦ୍ଧ ହୁଏ ତେବେ ଏହା ବନ୍ଧୁକ କିମ୍ବା ଗୋଳାରେ ନୁହେଁ ବରଂ ସାଇବର୍ ଆଟାକରେ ହିଁ ହେବ ବୋଲି ବିଶେଷଜ୍ଞମାନେ କହୁଛନ୍ତି ।

ଆମେରିକୀୟ ଗଣମାଧ୍ୟମ ଅନୁସାରେ, ସାଇବର ଆକ୍ରମଣ ପଛରେ ରେଭିଲ୍ ରାନସମଓୟାରର ହାତ ରହିଛି । ଏତିପାଇଁ ସେମାନେ ଡାର୍କଓ୍ୱେବରେ ଏକ ବ୍ଲଗ୍ ଲେଖିଛନ୍ତି । ଏହି ପୋଷ୍ଟ ଅନୁସାରେ, ହ୍ୟାକରମାନେ ୭୦ ମିଲିୟନ ଡଲାର ଦାବି କରିଛନ୍ତି ।

ସେମାନେ ଲେଖିଛନ୍ତି ଯେ, ଜୁଲାଇ ୨ରେ ଏମଏସପି ପ୍ରୋଭାଇଡର ଉପରେ ସାଇବର୍ ଆଟାକ ହୋଇଥିଲା । ଯଦି କେହି ଏହା ଉପରେ ଆଲୋଚନା କରିବାକୁ ଚାହୁଁଛି ତେବେ ସେମାନଙ୍କୁ ୭୦ ମିଲିୟନ ଡଲାର ପ୍ରଦାନ କରୁ । ଏହି ପୁରା ଅର୍ଥ ବିଟକଏନ୍ ମାଧ୍ୟମରେ ହ୍ୟାକରମାନେ ମାଗିଛନ୍ତି । ଏହାପରେ ସେମାନେ ସାର୍ବଜନୀକ ଭାବେ ଡିକ୍ରିପ୍ଟର ପବ୍ଲିଶ୍ କରିବେ । ଫଳରେ ପ୍ରଭାବିତ ସମସ୍ତ କମ୍ପାନୀ ନିଜ ଫାଇଲକୁ ଡିକ୍ରିପ୍ଟ ବା ରିଷ୍ଟୋର୍ କରିପାରିବେ ।ଯଦି ଦାବି ଶୀଘ୍ର ପୂରଣ ନହୁଏ ତେବେ ସେମାନେ ଅଧିକ ଅର୍ଥ ମାଗିବେ ବୋଲି ମଧ୍ୟ ଧମକ ଦେଇଛନ୍ତି ।

କାସିଆ ଉପରେ ହୋଇଥିବା ସାଇବର ଆଟାକ ଏବେସୁଦ୍ଧା ସବୁଠୁ ବଡ ବୋଲି କୁହାଯାଉଛି । ଯଦି କମ୍ପାନୀ ଏହି ଅର୍ଥ ପ୍ରଦାନ କରେ ତେବେ ଏହା ମଧ୍ୟ ସବୁଠାରୁ ବଡ ରାଶି ପଇଠ ହେବ । ତେବେ ରିପୋର୍ଟରେ ଆଇ ଏକ ଘଟଣା ସାମ୍ନାକୁ ଆସିଛି । ହ୍ୟାକରମାନେ ବଡ ବଡ କମ୍ପାନୀଙ୍କଠୁ ୫ ମିଲିୟନ ଡଲାର ଓ ଛୋଟ କମ୍ପାନୀଙ୍କଠୁ ୪୫ ହଜାର ଡଲାର ଦାବି କରୁଛନ୍ତି ।

ସୋଫସ୍ କମ୍ପାନୀର ସହ ନିର୍ଦ୍ଦେଶକ ରସ୍ ମ୍ୟାକକର୍ଚର୍ କହିଛନ୍ତି ଯେ, ୭୦ଟି ମ୍ୟାନେଜ୍‌ଜ ସର୍ଭିସ ପ୍ରୋଭାଇଡର ଉପରେ ଏହି ସାଇବର ଆଟାକ୍ ହୋଇଛି । ଏହାର ପ୍ରଭାବ ୩୫୦ଟି କମ୍ପାନୀ ଉପରେ ପଡିଛି । ଏହାମଧ୍ୟରୁ ଅଧିକାଂଶ କମ୍ପାନୀ ଆମେରିକା, ଜର୍ମାନୀ, ଅଷ୍ଟ୍ରେଲିଆ, ୟୁକେ ଓ କାନାଡାରେ ଅଛନ୍ତି । ଏହି ଘଟଣାରେ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.