Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରବଳ ବର୍ଷା ପରେ ଭୂସ୍ଖଳନ: ୧୮ ମୃତ ଓ ଅନେକ ନିଖୋଜ, ମୁଖ୍ୟମନ୍ତ୍ରୀ ଲୋଡିଲେ ସେନା ସହାୟତା
  • ||
  • ଆଜିଠୁ ଓଜେଇଇ କାଉନସେଲିଂ, ପଞ୍ଜୀକରଣ ଓ ଚଏସ ଲକିଂ କରିପାରିବେ ଛାତ୍ରଛାତ୍ରୀ
  • ||
  • ଆଫଗାନିସ୍ତାନ ପ୍ରସଙ୍ଗରେ ନଭେମ୍ୱରରେ ବସିବ ବୈଠକ : ପାକିସ୍ତାନକୁ ନିମନ୍ତ୍ରଣ କଲା ଭାରତ
  • ||
  • ପଞ୍ଚାୟତ ନିର୍ବାଚନ ପାଇଁ ୩ ଦଳ ପ୍ରସ୍ତୁତ, ସଂରକ୍ଷଣ ତାଲିକା ପ୍ରକାଶ ପରେ ଗଦାଗଦା ଅଭିଯୋଗ
  • ||
  • ମନୀଷ ଅନୁରାଗ ମୃତ୍ୟୁ ମାମଲା : ରବିବାର ୩ ଅଭିଯୁକ୍ତଙ୍କ ରିମାଣ୍ଡ ଆବେଦନର ଶୁଣାଣି
  • ||

ଶିକ୍ଷା ବିଭାଗର ଓ୍ବେବସାଇଟ୍‌କୁ କରାଗଲା ହ୍ୟାକ୍, ସେଥିରେ ଲେଖା ଅଛି ‘ଲଭ୍ ୟୁ ପାକିସ୍ତାନ’ ଦ୍ବନ୍ଦ୍ବରେ ସରକାର

18/08/2019 at 7:03 PM

ବିହାର୧୮|୮: ବିହାରର ଶିକ୍ଷା ବିଭାଗର ଓ୍ବେବସାଇଟ୍‌କୁ ହ୍ୟାକ୍‌ କରାଯାଇଛି। ରବିଦିନ ଶିକ୍ଷା ବିଭାଗର ଓ୍ବେବସାଇଟ୍ ଖୋଲିବାରୁ ସେଥିରେ ‘ଲଭ୍‌ ୟୁ ପାକିସ୍ତାନ’ ବୋଲି ଲେଖା ଯାଇଥିଲା। ଏହି ଘଟଣାରେ ସସସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ବହୁ ଗୁରୁତ୍ବପୂର୍ଣ୍ଣ ତଥ୍ୟକୁ ଗାଏବ କରି ସେଥିରେ ପାକିସ୍ତାନ ସହ ଜଡିତ ବିଭିନ୍ନ ପ୍ରକାରର ଆପତ୍ତିଜନକ କଥା ଓ୍ବେବସାଇଟ୍‌ରେ ଉଲ୍ଲେଖ କରାଯାଇଛି। ଏହି ଘଟଣା ଜଣାପଡିଲା ପରେ ଓ୍ବେବସାଇଟ ସର୍ଭରକୁ ଡାଉନ କରି ଦିଆଯାଇଛି।

ଶିକ୍ଷା ବିଭାଗର ପ୍ରବକ୍ତା ଅମିତ କୁମାର କହିଛନ୍ତି ଯେ, ଓ୍ବେବସାଇଟ୍‌ ହ୍ୟାକ କରାଯାଇଛି। ଅତି ଶୀଘ୍ର ହ୍ୟାକର ଧରା ପଡିବ। ଶିକ୍ଷା ବିଭାଗର ଓ୍ବେବସାଇଟ୍‌କୁ ଆଇଟି ପ୍ରବନ୍ଧକମାନେ ଦେଖୁଛନ୍ତି ବୋଲି ସେ କହିଥିଲେ। ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ, ଓ୍ବେବସାଇଟ୍‌କୁ ତୁର୍କୀର ହ୍ୟାକରମାନେ ହ୍ୟାକ କରିଥିବା କଥା ଅନୁମାନ କରାଯାଉଛି।

ସୂଚନା ଅନୁସାରେ ରବିବାର ଦିନ ଦିପହରେ ଓ୍ବେବସାଇଟ୍‌କୁ ହ୍ୟାକ କରାଯାଇଛି। ପାକିସ୍ତାନ ସଂପର୍କରେ ଏଣୁତେଣୁ କଥା ଓ୍ବେବସାଇଟ୍‌ରେ ଲେଖାଯାଇଛି। ଶିକ୍ଷା ବିଭାଗର  ଅବହେଳା ପାଇଁ ଓ୍ବେବସାଇଟ୍‌ ହ୍ୟାକ୍ ହୋଇଛି ବୋଲି ବିହାରବାସୀ ଦୋଷ ଦେଇଛନ୍ତି। ଯେପର୍ଯ୍ୟନ୍ତ ଓ୍ବେବସାଇଟ୍‌ ଠିକ୍ ହୋଇନାହିଁ ସେପର୍ଯ୍ୟନ୍ତ ସର୍ଭର ଡାଉନ ରହିବ ବୋଲି ଆଇଟି ପ୍ରବନ୍ଧକମାନେ କହିଛନ୍ତି। ଏହି ଘଟଣାକୁ ନେଇ ବିହାର ସରକାର ଦ୍ବନ୍ଦ୍ବରେ ପଡିଯାଇଛି।

   Related Posts