Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଚିନ୍ତା ବଢାଇଲା ଓମିକ୍ରନ, ଦକ୍ଷିଣ ଆଫ୍ରିକାରେ ଲକଡାଉନ୍: ଭାରତରେ ମଧ୍ୟ ସ୍ଥିତି ସାଂଘାତିକ
  • ||
  • ଓଡିଶାରେ ଘସି ହୋଇଯିବ ଜଓ୍ୱାଦ ! ଉପକୂଳରେ ପ୍ରବଳ ବର୍ଷା, ୯୦ କିମି ବେଗରେ ବହିବ ପବନ
  • ||
  • ଚୋରା କାରବାରରେ ନାବାଳକ : ନବମ ଶ୍ରେଣୀ ଛାତ୍ରଙ୍କ ବ୍ୟାଗରୁ ମିଳିଲା ୨ କେଜି ଅଫିମ
  • ||

ଛଳ ଛଳ ଆଖିରେ ଶ୍ରୀକ୍ଷେତ୍ର ଛାଡି ଘରକୁ ବାହୁଡିଲେ ହବିଷ୍ୟାଳି

13/11/2019 at 7:10 PM

ପୁରୀ ୧୩।୧୧: କାର୍ତ୍ତିକ ବ୍ରତ ପାଇଁ ପୁରୀ ଆସିଥିବା ହବିଷ୍ୟାଳି ଘରକୁ ବାହୁଡ଼ିଛନ୍ତି ।  ମାସେ କାଳ  ଧରି ଶ୍ରୀକ୍ଷେତ୍ରର ବିଭିନ୍ନ ମଠ, ଧର୍ମଶାଳା ଓ ସରକାରୀ ହବିଷ୍ୟାଳୀ ଶିବିରରେ ରହିଥୁବା ବ୍ରତ ଧାରୀ ନିଜ ନିଜ ଘରକୁ ଫେରିଛନ୍ତି । ଘର, ସଂସାର, ପରିବାରର ମୋହ ମାୟା ତୁଟାଇ ପୁରୀ ଧାଇଁଆସିଥିଲେ ଧର୍ମ କରିବାକୁ । ଏକାଠି ରହି  ବ୍ରତ ପାଳନ କରିବା ଭିତରେ ଏକପ୍ରକାର ମୋହମାୟା ଲାଗିଯାଇଥିଲା । ତେଣୁ ଆଜି ନିଜ ଘରକୁ ଯିବାବେଳେ ସମସ୍ତଙ୍କ ଆଖି ଥିଲା ଲୁହ ଛଳଛଳ ।

ଚାହୁଁ ଚାହୁଁ ମାସେ ବିତିଗଲା ।କାର୍ତ୍ତିକ ବ୍ରତ ସରିଗଲା । ଏବେ ହବିଷ୍ୟାଳିଙ୍କ ଘରକୁ ଫେରିବାର ବେଳ । ଦୀର୍ଘ ଏକ ମାସ ଧରି ଶ୍ରୀକ୍ଷେତ୍ରରେ ହବିଷ୍ୟାଳୀଙ୍କ ଗହଳି ଚହଳି ଲାଗିଥିଲା । ଘର ଦ୍ବାର ଛାଡ଼ି ପୁଣ୍ୟ ଅର୍ଜନ କରିବା ପାଇଁ ପାଦ ପକାଇଥିଲେ ଶ୍ରୀକ୍ଷେତ୍ରରେ। ବିଭିନ୍ନ ମଠ, ଧର୍ମଶାଳା ଓ ସରକାରୀ ହବିଷ୍ୟାଳି ଶିବିରରେ ରହି ବ୍ରତ ପାଳନ କରୁଥିଲେ ।ଏକାଠି ମାସେ କାଳ ରହିବା ଭିତରେ ଭାବ, ଦୋସ୍ତି ଟିକିଏ ବଢ଼ିଯାଇଥିଲା । ତେଣୁ ଯିବାବେଳେ ସମସ୍ତଙ୍କ ମନ ଦୁଃଖ ଏବଂ ଆଖି ଛଳଛଳ ।

ଆଜି ସକାଳୁ ବିଭିନ୍ନ ମଠ ଓ ଧର୍ମଶାଳାରେ ବ୍ରତଧାରୀମାନଙ୍କ ଘର ଲୋକେ ଭିଡ଼ ଲଗାଇଥିଲେ । ଘରକୁ ଫେରିବା ବେଳେ ଭାବ ବିହ୍ବଳ ହୋଇ କିଏ କାହାକୁ କୋଳେଇ ନେଉଥିଲେ ତ ଆଉ କିଏ ଗାଲ ଥାପୁଡ଼ାଇ ଦେଉଥିଲେ । ଜୟ ଜଗନ୍ନାଥ ଉଚ୍ଚାରଣ କରିବା ସହ ମହାପ୍ରଭୁ ଚାହିଁଲେ ଆର ବରଷକୁ ଦେଖା ହେବ ବୋଲି କହି କାନ୍ଦି ପକାଉଥିଲେ । ଶ୍ରୀକ୍ଷେତ୍ରରୁ ଘରକୁ ଗଲାବେଳେ ନାତି ନାତୁଣୀଙ୍କ ପାଇଁ ଖେଳଣା, ପିତଳ ଢ଼ାଳ, ଦୀପ, ଘଣ୍ଟି, ବଳିତା ଓ ଖଜା ପ୍ରଭୃତି ଭଳି ଅନେକ ସମାଗ୍ରୀ କିଣିଛନ୍ତି ଏହି ହବିଷ୍ୟାଳୀ ମାଆମାନେ।

ଆଜି ସକାଳୁ ଦିନ ତମାମ ପୁରୀ ବସଷ୍ଟାଣ୍ଡ ଓ ରେଳ ଷ୍ଟେସନରେ ଘରକୁ ଯିବା ପାଇଁ ହବିଷ୍ୟାଳିଙ୍କ ଭିଡ଼ ଲାଗିଥିଲା ।

   Related Posts