ଛୁଟି ମାଗିବାରୁ ମହିଳା ପୋଲିସ କର୍ମଚାରୀଙ୍କ ସହ ସର୍ତ୍ତ ରଖିଲେ ହାବିଲଦାର, ଏମିତି କଣ ଥିଲା ସର୍ତ୍ତ ମହିଳା ପୋଲିସ ଆଣିଲେ ଅଭିଯୋଗ
10/02/2019 at 5:20 PM

ପାନିପଥ ୧୦/୨- ଜଣେ ମହିଳା ପୋଲିସ କର୍ମଚାରୀଙ୍କୁ ଛୁଟି ମଂଜୁର କରିବାକୁ ହାବିଲଦାର ରଖିଛନ୍ତି ସର୍ତ୍ତ । ଏହି ସର୍ତ୍ତରେ ରାଜିହେଲେ ମିଲିପାରିବ ଛୁଟି । କଣ ଥିଲା ସେହି ସର୍ତ୍ତ.. ଆସନ୍ତୁ ଜାଣିବା ।
ମହିଳା କର୍ମଚାରୀ ସେହି ଥାନାରେ ନବୀନ ନାମକ ଜଣେ ହାବିଲଦାରଙ୍କ ବିରୋଧରେ ଆଣିଥିଲେ ଏହି ଅଭିଯୋଗ । ସେ ଛୁଟି ମାଗିବାକୁ ଯାଇଥିବା ବେଳେ ହାବିଲଦାର ବିଭିନ୍ନ ସର୍ତ୍ତ ରଖିଥିଲେ । କିନ୍ତୁ ଏହି ସର୍ତ୍ତ ଭିତରେ ଥିଲା ଗୋଟେ ସାଂଘାତିକ ସର୍ତ୍ତ । ଯଦି ସେ ତାଙ୍କ ସହ ଦୋସ୍ତୀ କରନ୍ତି ତାହେଲେ ସେ ଛୁଟି ଦେବେ । ହାବିଲଦାରଙ୍କ ଏହି କଥାର ରହସ୍ୟ ବୁଝିପାରିଥିଲେ ମହିଳା ପୋଲିସ କର୍ମଚାରୀ । ତେଣୁ ସେ ତାଙ୍କ କଥାରେ ରାଜି ହୋଇ ନଥିଲେ ।
ମହିଳା କର୍ମଚାରୀଙ୍କର ଏହି ମନୋଭାବ ଦେଖି ହାବିଲଦାର ବଦଳି କରିବାକୁ ମଧ୍ୟ ଦେଇଥିଲେ ଧମକ । ହାବିଲଦାରଙ୍କ ନାଁରେ ଏଭଳି ସାଂଘାତିକ ଅଭିଯୋଗ ମହିଳା ଆଣିବା ପରେ ଏସପି ଘଟଣାର ତଦନ୍ତ କରୁଛନ୍ତି ।
ଏହା ପୂର୍ବରୁ ମଧ୍ୟ ସେହି ହାବିଲଦାରଙ୍କ ନାଁରେ ଆହୁରି ୪ଟି ଅସଦାଚରଣ ମାମଲା ଥିବା କଥା ଏସପି କହିଛନ୍ତି । ଏହି ଘଟଣାରେ ହାବିଲଦାରଙ୍କୁ ଚାକିରିରୁ ବହିଷ୍କାର କରିଯିବା ସହ ମାମଲା ରୁଜୁ କରାଯାଇଛି ।