ବୃଦ୍ଧାଙ୍କ ପିଠିରୁ ଚମଡ଼ା ଉତାରି ଦେଲେ ହାବିଲଦାର: ନିଶାସକ୍ତ ଅବସ୍ଥାରେ ଢ଼ାଳି ଦେଲେ ଗରମ ଚା'

Published By : Prameya-News7 Bureau | January 06, 2021 IST

ଜୟପୁର୬/୧: ଚା' ଦେବା ବିଳମ୍ବ ହେବାରୁ ରାଗିଲେ ପୋଲିସ୍ ବାବୁ। ରାଗ ଉପରେ ନିୟନ୍ତ୍ରଣ ହରାଇ ବୃଦ୍ଧାଙ୍କ ଉପରକୁ ପିଙ୍ଗି ଦେଲେ ଗରମ ଚାହା। ହାବିଲଦାରଙ୍କ ବିରୋଧରେ ଏମିତି ଅଭିଯୋଗ ଆଣିଛନ୍ତି ବୃଦ୍ଧା। କୋରାପୁଟ ଜିଲ୍ଲା ଦାମନଯୋଡି ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ପୁଣି ଅଭିଯୋଗ ହୋଇଛି ଯେ, ହାବିଲଦାର ଜଣଙ୍କ ମଦ ପିଇଥିବା ଅବସ୍ଥାରେ ଏଭଳି କାଣ୍ଡ ଘଟାଇଛନ୍ତି।

 ସୂଚନାଯୋଗ୍ୟ ଯେ, ବୃଦ୍ଧ ମହିଳା ଜଣଙ୍କ ଚାହା ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାନ୍ତି। ପ୍ରତ୍ୟେକ ଦିନ ଭଳି ହାବିଲଦାର ସାରଥୀ ହୋତା ଦୋକାନାକୁ ଚା' ପିଇବାକୁ ଯାଇଥିଲେ। ଅନ୍ୟ ଗ୍ରାହକମାନଙ୍କୁ ଚାହା ଦେବା ବେଳେ ବୃଦ୍ଧାଙ୍କୁ ହାବିଲଦାର ଚା' ମାଗିଥିଲେ। ମାତ୍ର ବିଳମ୍ବ ହେବାରୁ ହାବିଲଦାର ଜଣଙ୍କ ରାଗି ଯାଇଥିଲେ। ବୃଦ୍ଧ ମହିଳା ଚା' ଦେବା ବେଳେ ହାବିଲଦାର ଜଣଙ୍କ ତାଙ୍କ ଉପରକୁ ଗରମ ଚା' ଫିଙ୍ଗି ଥିଲେ। ମହିଳାଙ୍କ ପିଠିରୁ ଚମଡ଼ା ଉଠି ଯାଇଥିଲା। ତୁରନ୍ତ ତାଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା।  

wp:html /wp:html

ଏ ନେଇ ଦାମନଯୋଡି ଥାନା ଅଧିକାରୀଙ୍କୁ ଯୋଗଯୋଗ କରାଯାଇଥିଲା। ଥାନା ଅଧିକାରୀ କହିଛନ୍ତି ଯେ, ସେ ଚା' ଫିଙ୍ଗି ନାହାନ୍ତି। ତାଙ୍କ ହାତରୁ ଚାହା କପ ଖସି ପଡିଲା। କିନ୍ତୁ ଅନ୍ୟପଟେ ଦାବିଲଦାର ଚା' ଫିଙ୍ଗି ଥିବା ନିଜେ ବୃଦ୍ଧା କହିଛନ୍ତି। ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଚା' ଦୋକାନ କରି ନିଜର ଗୁଜୁରାଣ ମେଣ୍ଟାଉଥିବା ବୃଦ୍ଧାଙ୍କୁ ହାବିଲଦାର ଚାହା ଫିଙ୍ଗିବା ଘଟଣାକୁ ସ୍ଥାନୀୟ ଅଞ୍ଚଳରେ ନିନ୍ଦା କରିଛନ୍ତି। ଏଥିସହ ଦାବିଲଦାରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.