Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ତମେ ସିନା ଦେଶପାଇଁ ଦାୟିତ୍ଵ ତୁଲାଇଲ , ହେଲେ ତମେ ଦେଇଥିବା କଥାକୁ କିଏ ପୂରଣ କରିବ…ଗର୍ଭବତୀଥିବା ହାବିଲଦାର ଅଜୟଙ୍କ ପତ୍ନୀଙ୍କର ଥିଲା ଏ କରୁଣ ବିଳାପ

19/02/2019 at 7:44 PM

ମେରଠ ୧୯/୨-ଦେଶ ପାଇଁ ସିନା କାମ କରି ସହୀଦ ହୋଇଗଲେ ଅଜୟ.. ହେଲେ ପରିବାର ପାଖରେ ଯେଉଁ ଦାୟିତ୍ଵ ରଖିଯାଇଥିଲେ କିନ୍ତୁ ପୂରଣ କରିପାରିଲେନି । ପୁଲଓ୍ଵମାରେ ଘଟିଥିବା ଆତଙ୍କୀ ମାମଲାରେ ଅଜୟ ସିନା ସହୀଦ ହୋଇଗଲେ କିନ୍ତୁ ବାଟକୁ ଚାହିଁ ବସିଥିବା ବୁଢ଼ା ବାପା-ମାଆ, ଗର୍ଭବତୀ ପତ୍ନୀଙ୍କ ପାଖକୁ ଫେରିଆସିଲେନି … ଆସିଲା ପାର୍ଥିବ ଶରୀର ।

ଅପ୍ରେଲ ମାସ ୨୦୧୨ ମସିହାରେ ସେନାବାହିନୀରେ ଯୋଗଦେଇଥିବା ଅଜୟ ବୀରପାଲ ସିଂଙ୍କର ଏକମାତ୍ର ପୁଅ ଥିଲେ । ବାପାଙ୍କର ସ୍ଵପ୍ନ ପୂରଣ କରିବାକୁ ସେ ସେନାବାହିନୀରେ ଯୋଗଦେଇଥିଲେ ।

 ଘରକୁ ଆସିଥିଲେ, ଗଲାବେଳେ କଥାଦେଇ ଯାଇଥିଲେ… ସେ ନିଶ୍ଚୟ ଆସିବେ..ପୁଅ ହେଉକି ଝିଅ …ନିଶ୍ଚୟ ଏକୋଶିଆ ହେବ ଜାକଜମକ..ଗର୍ଭବତୀ ଥିବା ସ୍ତ୍ରୀକୁ ଦେଇଯାଇଥିଲେ କଥା ।

କଥା କଥାରେ ରହିଯାଇଥିଲା ..ବାପା ହେବାର ସ୍ଵପ୍ନ ଥିଲା ସତ କିନ୍ତୁ ପିଲା ଜନ୍ମହେବା ପୂର୍ବରୁ ଦେଶମାତୃକା ପାଇଁ ଲଢ଼େଇ କରି ହୋଇଗଲେ ସହୀଦ ।

ପାର୍ଥିବ ଶରୀର ପହଂଚିବା ପୂର୍ବରୁ ଅଜୟଙ୍କ ସ୍ତ୍ରୀର ବୁଡ଼ିଯାଉଥିଲା ଚେତା । କାନ୍ଦିକାନ୍ଦି ବେହୋସ ହୋଇପଡ଼ୁଥିଲେ । ତମେ ସିନା ଦେଶପାଇଁ ଦାୟିତ୍ଵ ତୁଲାଇଲ କିନ୍ତୁ ତମେ ଦେଇଯାଇଥିବା କଥାକୁ କିଏ ରଖିବ..ମୋ ଗର୍ଭରେ ବଢ଼ୁଥିବା ତମପିଲା ଜନ୍ମ ହେଉ ହେଉ ହେଇଗଲା ବାପ-ଛେଉଣ୍ଡ…ଏ ଦାୟିତ୍ଵ କିଏ ସମ୍ଭାଳିବ …ଏମିତି କିଛି କୋହଭରା କଥାଥିଲା ଅଜୟଙ୍କ ପତ୍ନୀଙ୍କର ।

ଦେଶମାତୃକା ପାଇଁ ଶହୀଦ ହୋଇଥିବା ଅଜୟଙ୍କ ପରିବାର ଭାଙ୍ଗିପଡ଼ିଥିଲେ । ବୁଢ଼ା ବାପା-ମାଆ ଓ ଗର୍ଭବତୀ ପତ୍ନୀଙ୍କର ରହୁ ନଥିଲା ହୋସ୍ ।

ଦେଶପାଇଁ ଲଢ଼ି ଶହୀଦ ହୋଇଥିବା ଅଜୟକୁ ଇତିହାସ ମନେ ରଖିବ, ବାପ ଛେଉଣ୍ଡ ହେଲେ ବି ଜନ୍ମ ହେବାକୁ ଥିବା ପିଲା .. କିଛି ନ ହେଲେ ବି ଗର୍ବ କରିପାରିବ ସେ ଜଣେ ଲଢ଼ୁଆ ବୀରର ପୁଅ ।   

   Related Posts