ଜିମ୍‌ରୁ ବାହାରି କିମ୍ବା ବ୍ୟାୟାମ କରିବା ପରେ ଭୁଲରେ ପିଅନ୍ତୁ ନାହିଁ ଏହି ପାନୀୟ

Published By : Prameya-News7 Bureau | August 22, 2019 IST

ଜିମ୍‌ରୁ ବାହାରିବା ରେ କିମ୍ବା କୌଣସି ଶାରିରୀକ ବ୍ୟାୟାମ କରିବା ପରେ ଅଧିକ ଶୋଷ ଲାଗିଥାଏ । ଏଥିପାଇଁ ଅନେକ ଲୋକ ପ୍ୟାକେଟରେ ଥିବା ଫଳରସ୍‌ ବା ଜୁସ୍‌, କୋଲ୍ଡ୍‌ଡ୍ରିଙ୍କସ୍‌, ସଫ୍ଟଡ୍ରିଙ୍କସ୍‌ ପିଇ ଥାଆନ୍ତି ।

ପାଣି ବଦଳରେ ସୋଡା, କୋଲ୍ଡଡ୍ରିଙ୍କସ୍‌ ଓ ପ୍ୟାକେଟରେ ଥିବା ଜୁସ୍‌ ପିଇଲେ ଅନେକ କ୍ଷତି ହୋଇଥାଏ ।

ଜାଣନ୍ତୁ କଅଣ ହୋଇଥାଏ କ୍ଷତି ।

ବଜାରରେ ଅନେକ ପ୍ରକାରର ଫଳରସ ବା ଜୁସ୍‌ ମିଳିଥାଏ ।

ଗୋଟିଏ ହେଉଛି ପ୍ୟାକେଟରେ ଥିବା ଜୁସ୍‌ ଓ ଅନ୍ୟଟି ହେଉଛି ତାଜା ଫଳରସ । ସବୁବେଳେ ତାଜା ଫଳରସ ପିଇବାକୁ ଚେଷ୍ଟା କରନ୍ତୁ । ମାତ୍ର ପ୍ୟାକେଟରେ ଥିବା ଫଳରସ୍‌ରେ କେତକ ପ୍ରିଜରଭେଟିଭ୍‌ ଥାଏ । ଏହା ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇଥାଏ । ଏହା ଲୋକଙ୍କୁ ମୋଟା କରିପାରେ ବୋଲି ଅନେକ ସ୍ୱାସ୍ଥ୍ୟ ବିଶେଷଜ୍ଞମତ ଦେଇଛନ୍ତି ।

 ଚା ଓ କଫି

ଜିମ୍‌ରୁ ବାହାରିବା ପରେ କଦାପି ଚାହା କିମ୍ବା କଫି ପିଅନ୍ତୁ ନାହିଁ । ଚାହା ଓ କଫି ପିଉଥିବା ଲୋକ ଏହାକୁ ପିଇବା ପାଇଁ ବାହାନା ଖୋଜି ଥାଆନ୍ତି  । ଚାହାରେ ନିକୋଟିନ୍‌ ଥିବା ବେଳେ କଫିରେ କାଫିନ୍‌ ରହିଛି ।  ବ୍ୟାୟାମ କରିବା ସଙ୍ଗେ ସଙ୍ଗେ ଚାହା କିମ୍ବା କଫି ପିଇବା ଅତି ଖରାପ । କିଛି ସମୟ ବ୍ୟବଧାନରେ ଚାହା କିମ୍ବା କଫି ପିଇ ପାରିବେ । ମାତ୍ର ଚା ଓ କଫି ଅଧିକ ପିଇବା ବି ସ୍ୱାସ୍ଥ୍ୟ ପାଇଁ ହାନୀକାରକ ।

ଆଲକହଲ

ବ୍ୟାୟାମ କରିବା ପରେ କେତକ ଲୋକ ଆଲକହଲ ପିଇଥାଆନ୍ତି । ମାତ୍ର ଏହା ସ୍ୱାସ୍ଥ୍ୟ ପକ୍ଷେ ଅତି ଖରାପ । ଏହା ଶରୀର ପ୍ରତି ଅତି ଖରାପ ପ୍ରଭାବ ପକାଇଥାଏ । ଶରୀରରୁ ଜଳୀୟ ଅଂଶ ହ୍ରାସ କରିଥାଏ ।

ଜିମ୍ରୁ ବାହାରିବା ପରେ  ଏହା ପିଇ ପାରିବେ ।

ଆପଣ ପାଣି ପିଇପାରିବେ ।

ପାଇଡ ପାଣି ପିଇ ପାରିବେ ।

ତାଜା ଫଳରସ ପିଇପାରିବେ ।

କ୍ଷୀର ପିଇ ପାରିବେ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.