Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରୋଞ୍ଚ ପଦକ ସହ ସ୍ଵଦେଶ ଫେରିଲେ ପିଭି ସିନ୍ଧୁ, ଦିଲ୍ଲୀ ଏୟାରପୋର୍ଟରେ ହେଲା ଭବ୍ୟ ସ୍ଵାଗତ
  • ||
  • ପାକିସ୍ତାନ ଉପରେ ଲାଗିଲା ଲଗାମ ! ମାର୍ଚ୍ଚରେ ଘଟିନାହିଁ ଗୋଟିଏ ବି ଅସ୍ତ୍ରବିରତି ଉଲ୍ଲଂଘନ ଘଟଣା, ଜୁନରେ କେବଳ ଦୁଇ
  • ||
  • ବୁଧବାରଠୁ ଭାରତ-ଇଂଲଣ୍ଡ ଟେଷ୍ଟ୍ ସିରିଜ୍ : ଟିମ୍ ଇଣ୍ଡିଆର ଜୋରଦାର ଅଭ୍ୟାସ, ଓପନିଂ ଯୋଡିକୁ ନେଇ ଚିନ୍ତାରେ ବିରାଟ
  • ||
  • କଟକ : କାଲିଠୁ ଖୋଲିବ କଟକ ଜିଲ୍ଲାରେ ସମସ୍ତ ଧର୍ମାନୁଷ୍ଠାନ, ଜିଲ୍ଲାପାଳ ଦେଲେ ସୂଚନା
  • ||
  • ପାଟଣା : ପାଟଣାରେ କଳା ପଲସର୍ ଆତଙ୍କ, ବାଇକ୍ ଡିକି ଭାଙ୍ଗି ଲୁଟିନେଲେ ୪ଲକ୍ଷ ଟଙ୍କା
  • ||
  • ଭୁବନେଶ୍ବର : ନିଜ ବନ୍ଧୁକରୁ ନିଜକୁ ଗୁଳିକଲେ ସିକ୍ୟୁରିଟି ଗାର୍ଡ, ପାରିବାରିକ କଳହ ଯୋଗୁଁ ଆତ୍ମହତ୍ୟା ସନ୍ଦେହ
  • ||
  • ବାଇକକୁ ଧକ୍କା ଦେଲା ଟ୍ରକ୍, ରାସ୍ତାରେ ଛଟଛଟ ହୋଇ ଚାଲିଗଲା ଭଣଜା, ହସ୍ପିଟାଲରେ ଆଖିବୁଜିଲା ମାମୁଁ…
  • ||
  • କଟକ : ତପ୍ତପାଣି ଘାଟିରେ ଦୁର୍ଘଟଣା, ଭାରସାମ୍ୟ ହରାଇ ଓଲଟିଲା ମକା ଓ କପା ବୋଝେଇ ଦୁଇ ଟ୍ରକ୍
  • ||
  • ଭୁବନେଶ୍ବର : ସିବିଏସ୍‌ଇ ଦ୍ବାଦଶ ପରୀକ୍ଷାରେ ଟପ୍ପର ହେଲେ ଓଡିଆ ଝିଅ ଅମ୍ରିତା
  • ||
  • ଆଠଗଡ : ଟିକା ନପାଇ ଫେରିଲେ ଲୋକେ, ୨ ଦିନ ଧରି ଆଠଗଡ ବ୍ଲକ୍ ଅଞ୍ଚଳରେ ଟିକଦାନ ବନ୍ଦ
  • ||

ବୁଧବାରଠାରୁ କଟକରେ ଖୋଲିବ ଜିମ୍ ଓ ଯୋଗ ସେଣ୍ଟର : ଜାଣନ୍ତୁ କ’ଣ ରହିଛି କଟକଣା

4/08/2020 at 5:25 PM

କଟକ ୪।୮: ଦୀର୍ଘ ପାଞ୍ଚ ମାସ ପରେ ଆସନ୍ତାକାଲିଠାରୁ ଖୋଲିବ ଜିମ୍ ଓ ଯୋଗ ସେଣ୍ଟର । କଟକ ସହରର ଜିମ୍ ଓ ଯୋଗ ସେଣ୍ଟରଗୁଡିକୁ ସାନିଟାଇଜ୍ କରାଯାଇଛି । ସରକାରୀ ଗାଇଡ୍ ଲାଇନକୁ କଡାକଡା ଭାବେ ପାଳନ କରାଯିବ ବୋଲି ଜିମ୍ ଓ ଯୋଗ ସେଣ୍ଟର ମାଲିକମାନେ କହିଛନ୍ତି ।

ଜିମ୍ ଖୋଲିବା ପୂର୍ବରୁ ଚାଲିଛି ପ୍ରସ୍ତୁତି । କଟକ ସହରର ସବୁ ଜିମ୍ ସେଣ୍ଟରଗୁଡିକୁ ସାନିଟାଇଜ୍ କରାଯାଉଛି । କାରଣ ଦୀର୍ଘ ୫ ମାସ ପରେ ବୁଧବାରଠୁ ଜିମ୍ ଖୋଲିବାକୁ ସରକାର ଅନୁମତି ଦେଇଛନ୍ତି । ଜିମକୁ ଏକ୍ସରସାଇଜ୍ କରିବାକୁ ଆସୁଥିବା ଲୋକମାନଙ୍କୁ ଜିମ୍ ପକ୍ଷରୁ ମାସ୍କ ଓ ଫେସ୍ ସିଲ୍ଡ ମାସ୍କ ପ୍ରଦାନ କରାଯିବ । ଏଥି ସହ ସିଫ୍ଟ ଅନୁଯାୟୀ ଲୋକମାନେ ଏକ୍ସରସାଇଜ୍ କରିବେ । ଗୋଟିଏ ଘଣ୍ଟାରେ ଗୋଟିଏ ସିପ୍ଟରେ ୨୦ ଜଣ ଏକ୍ସରସାଇଜ କରିବେ । ଏହା ପରେ ଜିମକୁ ପୁଣି ସାନିଟାଇଜ କରାଯିବା । ତା ପରେ ହିଁ ଦ୍ବିତୀୟ ସିପ୍ଟ ଆରମ୍ଭ ହେବ । ସରକାର ଜାରି କରିଥିବା ଗାଇଡଲାଇନକୁ କଡାକଡି ପାଳନ କରାଯିବ ବୋଲି ଜିମ୍ ମାଲିକମାନେ କହିଛନ୍ତି ।

ସେହିଭଳି କଟକ ସହରର ସମସ୍ତ ଯୋଗ ସେଣ୍ଟର ମଧ୍ୟ ବୁଧବାରଠୁ ଖୋଲିବ । ବର୍ତ୍ତମାନ ର ପରିସ୍ଥିତିରେ ଯୋଗ କରିବା ଆବଶ୍ୟକ । ଯୋଗ ଦ୍ବାରା ମାନସିକ ଅବସାଦ ଦୂର ହେବା ସହ ଶରୀର ସୁସ୍ଥ ରହିବ । ଏହାଛଡା ରୋଗ ପ୍ରତିଷେଧକ ଶକ୍ତି ମଧ୍ୟ ବୃଦ୍ଧି ପାଇଥାଏ । ତେବେ ସାମାଜିକ ଦୂରତା ରକ୍ଷା କରି ସମସ୍ତେ ଯୋଗ କରିବେ ବୋଲି ବାରବାଟୀ ଯୋଗ ଆସୋସିଏସନ ପକ୍ଷରୁ କୁହାଯାଇଛି ।

କରୋନା କଟକଣା ଯୋଗୁଁ ଜିମ ଓ ଯୋଗ ସେଣ୍ଟର ବନ୍ଦ ହେବା ପରେ ଲୋକ ମାନଙ୍କର ଶାରୀରିକ ପରିଶ୍ରମ ବନ୍ଦ ରହିଥିଲା ଏବେ ଏହା ଖୋଲିବା ପରେ ଲୋକ ମାନେ ପୁଣି ନିଜର ଫିଜିକାଲ ଫିଟନେସକୁ ଠିକ ରଖିପାରିବେ ।

   Related Posts