Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟର ସମସ୍ତ ସହରାଞ୍ଚଳରେ ଶନିବାର ଓ ରବିବାର ସଟ୍‌ଡାଉନ୍‌
  • ||
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫୦୩ କରୋନା ଆକ୍ରାନ୍ତ
  • ||
  • ଭଦ୍ରକ : ଚାକିରୀରୁ ବିଦା ହେଲେ ରସିକିଆ ଶିକ୍ଷକ, ହ୍ବାଟସଆପ୍ ଗ୍ରୁପରେ ପଠାଇଥିଲେ ନିଜ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ
  • ||
  • ଆନନ୍ଦପୁର : ବାଲି ଗାଡି ମାଲିକଙ୍କୁ ହାବିଲଦାର ମାଗୁଥିଲେ ଚାନ୍ଦା, ଆଜି ଶୁଣିଲା ପରେ ଏସପି କଲେ ସସପେଣ୍ଡ
  • ||
  • ସମ୍ବଲପୁର : ବିଗୁଡୁଛି କରୋନା ସ୍ଥିତି : ଭୀମସାର କୋଭିଡ୍ ହସ୍ପିଟାଲର ବଢିବ ଶଯ୍ୟା, ଚାଲିଛି ଦ୍ବିତୀୟ ହସ୍ପିଟାଲ କାମ
  • ||
  • ଜଳେଶ୍ବର : ବସ୍ତା ଷ୍ଟେସନରେ ଏକ୍ସପ୍ରେସ୍ ଟ୍ରେନ୍ ରହଣି ଦାବି, ରେଳରୋକ କଲେ ସ୍ଥାନୀୟ ବାସିନ୍ଦା
  • ||
  • ମହାକାଳପଡା : କେନ୍ଦ୍ରାପଡାରେ ତାଣ୍ଡବ ରଚିଲା କାଳବୈଶାଖୀ, ବଜ୍ରପାତରେ ଚାଲିଗଲା ଜଣଙ୍କ ଜୀବନ
  • ||
  • ଖଲ୍ଲିକୋଟ : ବରଗଛ ମୂଳରୁ ନବଜାତ ଶିଶୁର ମୃତଦେହ ଉଦ୍ଧାର
  • ||
  • ନବରଙ୍ଗପୁର : ୧୦ଦିନ ପରେ ହୋଇଥାନ୍ତା ବାହାଘର, ଗଛରେ ଓଢଣୀ ବାନ୍ଧି ପ୍ରେମିକ ସହ ଝୁଲିପଡିଲେ ଯୁବତୀ
  • ||
  • ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ବୋରିସ୍‌ ଜନସନ୍‌ଙ୍କ ଭାରତ ଗସ୍ତ ବାତିଲ
  • ||

ବୋହୁର ନିର୍ଯ୍ୟାତନା ସହି ନ ପାରି ନିଜକୁ ଗୁଳି କରି ଆତ୍ମହତ୍ୟା କଲେ ଅବସରପ୍ରାପ୍ତ ଏସଡିଓ

3/03/2021 at 12:13 PM

ଗ୍ୱାଲିୟର ୦୩/୦୩ : ମଧ୍ୟପ୍ରଦେଶ ଗ୍ୱାଲିୟରରେ ବୋହୁର ଅପମାନଜନକ କଥା ସହି ନ ପାରି ଅବସରପ୍ରାପ୍ତ ଏସଡିଓ (SDO )ନିଜର ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ତାଙ୍କ କୋଠରୀରୁ ମିଳିଥିବା ସୁଇସାଇଡ୍ ନୋଟରେ ବୋହୁ ନିର୍ଯ୍ୟାତନା ଦେଉଥିବା ଲେଖାହୋଇଛି। ପୋଲିସ ମାମଲାର ଯାଞ୍ଚ କରୁଛି। ଏସଡିଓଙ୍କ ଆତ୍ମହତ୍ୟା ପରେ ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳି ଯାଇଛି।

ବହୋଡପୁର ବିନୟ ନଗର ସେକ୍ଟର-୪ରେ ରହୁଥିବା ୬୨ ବର୍ଷୀୟ ରାଜେନ୍ଦ୍ର ସିଂହ ରାଜପୁତ କୃଷି ବିଭାଗରେ ଏସଡିଓ ପଦବୀରୁ ଅବସର ନେଇଛନ୍ତି। ୨୦୧୮ ମସିହାରେ ଛତିଶଗଡ଼ରୁ ଅବସର ନେବାପରେ ସେ ଗ୍ୱାଲିୟର ପଳେଇ ଆସିଥିଲେ। ତାଙ୍କ ପରିବାର ପତ୍ନୀ ଓ ଦୁଇ ପୁଅ। ବଡ ପୁଅ ଶିବପୁରୀରେ ପ୍ରଫେସର ଅଛନ୍ତି। ସାନ ପୁଅ ଗ୍ୱାଲିୟରରେ ରୁହନ୍ତି। ସମ୍ପତ୍ତିକୁ ନେଇ ବଡ ବୋହୁ ପ୍ରୀତି ସହ ସବୁବେଳେ ବାଦବିବାଦ ଚାଲିଥିଲା। ପ୍ରୀତି ଓ ତାଙ୍କ ଘରଲୋକ ବିନୟ ନଗର ସ୍ଥିତ ଘର ପ୍ରୀତି ନାଁରେ କରିବାକୁ ଚାହୁଁଥିଲେ।

ଏଥିପାଇଁ ରାଜେନ୍ଦ୍ର ସିଂହ ସବୁବେଳେ ଚିନ୍ତିତ ରହୁଥିଲେ। ମଙ୍ଗଳବାର ଦିନ ସେ ଚା’ ପିଏ ନିଜ ରୁମକୁ ଚାଲିଯାଇଥିଲେ। ନିଜ ଆଲମିରାରୁ ଲାଇସେନ୍ସ ପ୍ରାପ୍ତ ବନ୍ଧୁକ ବାହାର କରି ନିଜକୁ ଗୁଳି କରି ଆତ୍ମହତ୍ୟା କରିଦେଲେ। ଗୁଳି ଶବ୍ଦ ଶୁଣି ଆଖପାଖରେ ଯିଏ ଥିଲେ ସମସ୍ତେ ରାଜେନ୍ଦ୍ରଙ୍କ ରୁମକୁ ଦୌଡ଼ି ଯାଇ ଦେଖିଲା ବେଳକୁ ରାଜେନ୍ଦ୍ର ଆଉ ନଥିଲେ, ତାଙ୍କ ମୃତଦେହ ପଡିଥିଲା। ସୂଚନା ପାଇ ପୋଲିସ ଓ ଫରେନସିକ ଏକ୍ସପର୍ଟ ଅଖିଳେସ ଭାର୍ଗବ ଘଟଣାସ୍ଥଳରେ ପହଞ୍ଚିଥିଲେ।

ପୋଲିସ ଘଟଣାସ୍ଥଳରୁ ରାଜେନ୍ଦ୍ରଙ୍କ ସୂଈସାଇଡ ନୋଟ ଜବତ କରିଛି। ଏଥିରେ ଲେଖାଯାଇଛି ଯେ ୨୦୧୮ ସେପ୍ଟେମ୍ବର ୩୦ ତାରିଖରେ ଅବସର ନେବାପରେ ଆଜି ଯାଏଁ ତାଙ୍କ ବୋହୁ ଦିନେ ବି କେବେ ତାଙ୍କୁ ଖାଇବା ପରଶି ଦେଇନାହାନ୍ତି। ସବୁବେଳେ ଅପମାନଜନକ କଥାବାର୍ତ୍ତା କରନ୍ତି। ଏପରିକି ଶ୍ୱଶୁର ଉପରେ ଚୋରି ଅଭିଯୋଗ ମଧ୍ୟ କରିଥିଲେ। ତାଙ୍କ ବିରୋଧରେ ମିଛ ଆରୋପ ଲଗାଇ ସୋସିଆଲ ମିଡ଼ିଆରେ ଫଟୋ ପୋଷ୍ଟ କରିଥିଲେ। ୨୦୨୦ ଜୁଲାଇ ୩ ତାରିଖରେ ପ୍ରୀତି ଓ ତାଙ୍କ ପିତା, ଭାଇ ଓ ଆଉ ଜଣେ ସମ୍ପର୍କୀୟ ତାଙ୍କ ଘରେ ହମଲା କରିଥିଲେ। ବୋହୁ ଶିବପୁରୀ ଓ ଗ୍ୱାଲିୟରରେ ମିଛ ମାମଲା ରୁଜ୍ଜୁ କରିଥିଲା ଯାହାଫଳରେ ସମାଜରେ ତାଙ୍କର ଅପମାନ ହୋଇଥିଲା। ସେଥିପାଇଁ ସେ ଏବେ ଆଉ ବଞ୍ଚିବାକୁ ଚାହୁଁ ନାହାନ୍ତି ବୋଲି ସୂଈସାଇଡ ନୋଟରେ ଲେଖିଥିଲେ।

ଅବସରପ୍ରାପ୍ତ ଏସଡିଓ ରାଜେନ୍ଦ୍ର ସିଂହଙ୍କ ନାଁରେ ଗ୍ୱାଲିୟର ବିନୟ ନଗର, ଡିଡି ନଗରରେ ଘର ଅଛି। ଆଉ ଦୁଇଟି ଜାଗାରେ ଚାଷଜମି ବି ଅଛି। ବିନୟ ନଗର ସ୍ଥିତ ଘର ପ୍ରୀତି ନିଜ ନାଁରେ କରାଇବାକୁ ତାଙ୍କ ଉପରେ ଚାପ ପକାଉଥିଲେ। ପୋଲିସ ତଦନ୍ତରୁ ଜଣାପଡିଛି ଯେ ଖୁବ ଶୀଘ୍ର ଘର ରେଜିଷ୍ଟ୍ରି ହେବାରଥିଲା। ରାଜେନ୍ଦ୍ରଙ୍କ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି। ସୁଇସାଇଡ୍ ନୋଟର ଫରେନସିକ୍ ଯାଞ୍ଚ ଓ ପରିବାର ସଦସ୍ୟଙ୍କ ବୟାନ ଆଧାରରେ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

   Related Posts