ମାସ୍କ ପିନ୍ଧୁନଥିବା ଲୋକଙ୍କୁ ଅଭିନବ ସଜା: କୋଭିଡ୍ ହସ୍ପିଟାଲରେ କରିବାକୁ ପଡିବ ୩ ଦିନ କାମ, ଜଗିବେ ପୋଲିସ୍ ଚେକ୍ ପୋଷ୍ଟ

Published By : Prameya-News7 Bureau | July 06, 2020 IST

ଭୋପାଳ ୦୬।୦୭: କରୋନା କାଳରେ ମଧ୍ୟ ପ୍ରଦେଶର ଗ୍ଵାଲିୟରରେ ଯଦି କୌଣସି ବ୍ୟକ୍ତି ବିନା ମାସ୍କରେ ସାର୍ବଜନୀନ ଜାଗାରେ ବୁଲୁଥିବା ଦେଖାଯାନ୍ତି ତେବେ ତାଙ୍କୁ ଦଣ୍ଡସ୍ଵରୂପ ହସ୍ପିଟାଲରେ କାମ କରିବାକୁ ପଡିବ। ଏହା ବ୍ୟତୀତ ତିନି ଦିନ ପର୍ଯ୍ୟନ୍ତ ପୋଲିସ୍ ଚେକ ପୋଷ୍ଟରେ ଡ୍ୟୁଟି କରିବାକୁ ପଡିବ। କରୋନାର ବଢୁଥିବା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ଥାନୀୟ ଜିଲ୍ଲା ପ୍ରଶାସନ ଏମିତି ନିଷ୍ପତ୍ତି ନେଇଛନ୍ତି।

ଅଧିକାରୀଙ୍କ ଅନୁଯାୟୀ,କରୋନା ଭାଇରସ୍ ନିୟମ ନମାନିଲେ ଜରିମାନା ମଧ୍ୟ ଆଦାୟ କରାଯିବ। ଜିଲ୍ଲାପାଳ କୌଶଳେନ୍ଦ୍ର ବିକ୍ରମ ସିଂହଙ୍କ ‘କିଲ୍ କରୋନା’ ଅଭିଯାନ ସମ୍ବନ୍ଧରେ ଅଧିକାରୀଙ୍କ ସହିତ ହୋଇଥିବା ବୈଠକ ପରେ ମଧ୍ୟ ପ୍ରଦେଶ ଜିଲ୍ଲା ପ୍ରଶାସନ ଦ୍ଵାରା ଏହି ଆଦେଶ ଜାରି କରାଯାଇଛି।

{"id":296833,"sizeSlug":"large"}

ଆଦେଶରେ କୁହାଯାଇଛି, ଯେଉଁ ଲୋକ ବିନା ମାସ୍କରେ ସାର୍ବଜନୀନ ସ୍ଥାନରେ ଦେଖିବାକୁ ପାଆନ୍ତି ଏବଂ ନିୟମ ଉଲ୍ଲଂଘନ କରିଛନ୍ତି ତେବେ ସେମାନଙ୍କୁ କେବଳ ଜରିମାନା ଭରିବାକୁ ପଡିବ ନାହିଁ ବରଂ ହସ୍ପିଟାଲରେ କରୋନା ରୋଗୀଙ୍କ ଯାଞ୍ଚ କରାଯାଉଥିବା କ୍ଲିନିକ୍‌ରେ ତିନି ଦିନ ପାଇଁ ସ୍ଵେଚ୍ଛାକର୍ମୀ ଭାବେ କାମ କରିବାକୁ ପଡିବ।

ଜିଲ୍ଲାପାଳ କହିଛନ୍ତି, ଅନ୍ୟ ରାଜ୍ୟ, ଇନ୍ଦୋର, ଭୋପାଳରୁ ଆସୁଥିବା ଲୋକଙ୍କୁ ସୀମାରେ ଯାଞ୍ଚ କରାଯିବ। ଉଲ୍ଲେଖନୀୟ ମଧ୍ୟ ପ୍ରଦେଶ ସରକାର ‘କିଲ୍ କରୋନା’ ନାମରେ ଏକ ଅଭିଯାନ ଆରମ୍ଭ କରିଛନ୍ତି। ଏହାରି ଆଧାରରେ କରୋନା ରୋଗୀଙ୍କ ଚିହ୍ନଟ ପାଇଁ ଘର ଘର ଯାଇ ପରୀକ୍ଷଣ କରାଯିବ। ଅଦ୍ୟାବଧି ଗ୍ଵାଲିୟରରେ କରୋନ ସଂକ୍ରମିତଙ୍କ ସଂଖ୍ୟା ୫୨୮ ହୋଇଛି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.