Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୫୦ କୋଭିଡ୍ ସଂକ୍ରମିତ, ୩୩୪୩୦୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୯୦୫ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କଳିଙ୍ଗ ଝୋଟ କାରଖାନାରେ ଅଘଟଣ, ମେସିନରେ ଚାପି ହୋଇ ଶ୍ରମିକ ମୃତ
  • ||
  • ଭଞ୍ଜନଗର : ଘରୋଇ କଳି ହେଲା କାଳ, ଦାଦାର ଛୁରାମାଡ଼଼ରେ ଝିଆରୀ ଆହତ
  • ||
  • ପୁରୀ : ଆଜି ଶ୍ରୀଜିଉଙ୍କ ଦର୍ଶନ ବନ୍ଦ, ଶ୍ରୀମନ୍ଦିର ଭିତରେ ଓ ବାହାରେ କରାଯାଉଛି ସାନିଟାଇଜ୍
  • ||
  • ବ୍ରିଜରେ ଝୁଲିଛି ଯାତ୍ରୀବାହୀ ବସ୍‌, ଅଳ୍ପକେ ବର୍ତ୍ତିଲେ ୫୦ରୁ ଅଧିକ ଯାତ୍ରୀ
  • ||
  • ଆଜିଠୁ ଖୋଲିଲା ଭିତରକନିକା, କୁମ୍ଭୀର ଗଣନା ପାଇଁ ଗତ ୧୫ ତାରିଖଠାରୁ ବନ୍ଦ ଥିଲା ଜାତୀୟ ଉଦ୍ୟାନ
  • ||

ଚୀନ ସୀମାରେ ନିୟୋଯିତ ଥିଲେ ଯବାନ୍ : ପତ୍ନୀ ଫୋନ୍ କରିବାରୁ ଡ୍ୟୁଟି ଛାଡି ଲୁଚିକି ପଳାଇଲେ, ହେବ କାର୍ଯ୍ୟାନୁଷ୍ଠାନ

17/07/2020 at 1:14 PM

ଗ୍ୱାଲିଅର ୧୭/୦୭ : ଭାରତ-ଚୀନ ସୀମାରେ ନିୟୋଜିତ ବାୟୁସେନାର ଜଣେ ଯବାନ ହଠାତ ଡ୍ୟୁଟି ଛାଡି ଗ୍ୱାଲିଅର ନିଜ ଘରକୁ ଚାଲି ଆସିଥିଲେ | ଯବାନ ଏହିଭଳି ଅଚାନକ ଗାୟବ ହୋଇଯିବାରୁ ବାୟୁସେନାରେ ହଇଚଇ ସୃଷ୍ଟି ହୋଇଥିଲା | ଯବାନକୁ ଖୋଜିବାକୁ ବାୟୁସେନା ପୋଲିସ ଗ୍ୱାଲିଅର ହାଜିରା ଥାନା ପୋଲିସ ସହ ଯବାନଙ୍କ ଘରେ ପହଞ୍ଚିଥିଲା | ଘରେ ଯାଇ ଦେଖିଲାବେଳେ ଯବାନ ନିଜ ଘରେ ହିଁ ଥିଲେ | ଡ୍ୟୁଟିରୁ ଏହିଭଳି ନ କହି ଅଚାନକ ଗାୟବ ହୋଇଯିବାରୁ ବାୟୁସେନା ପୋଲିସ ତାଙ୍କୁ ନିଜ ସହ ନେଇଯାଇଥିଲା |

ଗ୍ୱାଲିଅର ସହର ହାଜିରା ଥାନା ଅନ୍ତର୍ଗତ ଖାରା କୁଆରେ ରହୁଥିବା ଅନିଲ ରାଜାୱତ୍ ବାୟୁସେନାରେ କାର୍ଯ୍ୟରତ | ସେ ବର୍ତ୍ତମାନ ଶତାବରୀ ସୀମାରେ ନିୟୋଜିତ ଅଛନ୍ତି | ଭାରତ-ଚୀନ ମଧ୍ୟରେ ଚାଲିଥିବା ଉତ୍ତେଜନା ଯୋଗୁଁ ବର୍ତ୍ତମାନ ସୀମାରେ ନିୟୋଜିତ ଯବାନଙ୍କୁ ଅବକାଶ ଦିଆଯାଉନାହିଁ | ଏହିଭଳି ପରିସ୍ଥିତିରେ ଅନିଲ ନିଜ ଦାୟିତ୍ୱ ଛାଡି ଅଚାନକ ଗାୟବ ହୋଇଯାଇଥିଲେ | ଯାହାଫଳରେ ବାୟୁସେନାରେ ହଇଚଇ ସୃଷ୍ଟି ହୋଇଥିଲା | କୌଣସି ଅଘଟଣ ଆଶଙ୍କାରେ ଅନିଲକୁ ଖୋଜାଖୋଜି କରିବା ଆରମ୍ଭ ହୋଇଥିଲା | ଖୋଜାଖୋଜି କରିବା ପରେ ଜଣାପଡିଲା ଅନିଲ ନିଜ ଘରେ ଅଛନ୍ତି | ଖବର ପାଇ ବାୟୁସେନା ପୋଲିସ ଟିମ ହାଜିରା ଥାନା ପହଞ୍ଚିଥିଲେ | ସେଠାରୁ ପୋଲିସ ଫୋର୍ସ ଧରି ଅନିଲଙ୍କ ଘରେ ପହଞ୍ଚିଥିଲେ |

ଅନିଲଙ୍କୁ ପଚରାଉଚୁରା କରିବାରୁ ଅନିଲ କହିଥିଲେ ଯେ ତାଙ୍କ ପତ୍ନୀଙ୍କ ଫୋନ ଆସିଥିଲା ଏବଂ ପତ୍ନୀ ତାଙ୍କୁ ଜରୁରୀ କାମ ପାଇଁ ଘରକୁ ଆସିବାକୁ ପଡିବ ବୋଲି କହିଥିଲେ | ଯେକୌଣସି ପରିସ୍ଥିତି ବି ଥାଉ ନା କାହିଁକି ଶୀଘ୍ର ଘରକୁ ଆସିବାକୁ ତାଙ୍କୁ କହିଥିଲେ | ଅନିଲ ଜାଣିଥିଲେ ଯେ ସୀମାରେ ଯେଉଁଭଳି ପରିସ୍ଥିତି ଅଛି ତାଙ୍କୁ ଏବେ ଛୁଟି ମିଳିବନି | ସେଥିପାଇଁ ସେ ଚୁପଚାପ ସେଠାରୁ ଗାୟବ ହୋଇଯାଇଥିଲେ ଏବଂ ଘରକୁ ଚାଲି ଆସିଥିଲେ | ସିଏସପି ରବି ଭଦୋରିୟା କହିଛନ୍ତି ଯେ, ବାୟୁସେନା ଟିମ ଅନିଲଙ୍କୁ ନିଜ କଷ୍ଟଡିରେ ନେଇ ଆସିଛନ୍ତି | ତାଙ୍କ ବିରୋଧରେ ବୈଧାନିକ ମାମଲା କରାଯିବ ବୋଲି ସେ କହିଛନ୍ତି | ତେବେ ଅନିଲଙ୍କ ପତ୍ନୀ ତାଙ୍କୁ କାହିଁକି ଫୋନ କରି ତୁରନ୍ତ ଘରକୁ ଆସିବାକୁ କହିଥିଲେ ତାହା ଏ ପର୍ଯ୍ୟନ୍ତ ଜଣାପଡିନାହିଁ | ବାୟୁସେନା ଅନିଲଙ୍କୁ ପଚରାଉଚୁରା କରୁଛି |

   Related Posts