ବ୍ରହ୍ମପୁରରୁ କଟକ ଆସୁଥିବା ବସରୁ ୭ଲକ୍ଷ ଟଙ୍କାର ଗୁଟଖା ଜବତ କଲା ସେଲଟ୍ୟାକ୍ସ ବିଭାଗ

Published By : Prameya-News7 Bureau | January 22, 2019 IST

ଭୁବନେଶ୍ବର୨୨|୧: ବ୍ରହ୍ମପୁରରୁ କଟକ ଆସୁଥିବା ବସରୁ ୭ଲକ୍ଷ ଟଙ୍କାର ଗୁଟଖା ଜବତ କଲା ସେଲଟ୍ୟାକ୍ସ ବିଭାଗ । ଜିଏସଟି ଫାଙ୍କିବାକୁ ସରକାରୀ ବସରେ ଚୋରା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି । ସଂପୃକ୍ତ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଅଟକ ରଖି ପଚରାଉଚୁରା କରାଯାଉଛି । ….

{"id":76921}

କୋଲକାତାରୁ ଭୁବନେଶ୍ବର ଆସୁଥିବା ବସ୍‌ରୁ ବସ୍ତାବସ୍ତା କଏନ୍‌ ମିଳିବା ପରେ ଅଧିକ ଆକ୍ଟିଭ୍‌ ହୋଇପଡ଼ିଛି ସେଲଟ୍ୟାକ୍‌ସ ଡିପାର୍ଟମେଣ୍ଟ୍‌ । ବସ ଯୋଗେ ବେଆଇନ୍‌ ଚାଲାଣ ରୋକିବାକୁ ଆରମ୍ଭ କରିଦେଇଛି କସରତ । ଠିକ୍‌ ଏତିକି ବେଳେ ବ୍ରହ୍ମପୁରରୁ କଟକ ଯାଉଥିବା ସରକାରୀ ବସରୁ ଜବତ୍‌ ହୋଇଛି ବସ୍ତା ବସ୍ତା ଗୁଟ୍‌ଖା ।

{"id":76922,"width":583,"height":285}

ଜବତ ଗୁଟ୍‌ଖାର ମୂଲ୍ୟ ପ୍ରାୟ ୭ଲକ୍ଷ ଟଙ୍କା ହେବ । ଜିଏସଟି ଫାଙ୍କିବାକୁ ସରକାରୀ ବସରେ ଚୋରା ଚାଲାଣ ହେଉଥିବା ସନ୍ଦେହ କରାଯାଉଛି ୩୫ବସ୍ତା ପାନମସଲାକୁ ସିଜ୍‌ କରିବା ସହ ସଂପୃକ୍ତ ବସ୍‌ର ଡ୍ରାଇଭର ଓ କଣ୍ଟକ୍ଟରଙ୍କୁ ଅଟକ ରଖି ପଚରା ଉଚରା ଚଳାଇଛି ସେଲଟ୍ୟାକ୍‌ସ ବିଭାଗ ।

{"id":76923}

ସେପଟେ ଧରାପଡ଼ିଥିବା ବସର ଡ୍ରାଇଭର କିନ୍ତୁ ଏହାକୁ ସିଧା ସିଧା ଫାଙ୍କିବାକୁ ଚେଷ୍ଟା କରିଛନ୍ତି । ଯେହେତୁ ସରକାରୀ ବସରେ କୁଲିମାନେ ମାଲ୍‌ ଲୋଡ୍‌ ଅନ୍‌ଲୋଡ୍‌ କରନ୍ତି ତେଣୁ ଏହା ସମ୍ପର୍କରେ ସେ କିଛି ଜାଣନ୍ତି ନାହିଁ  ବୋଲି କହୁଛନ୍ତି ।

{"id":76924,"width":592,"height":388}

ସରକାରୀ ହେଉ କି ବେସରକାରୀ ବସ୍‌ । ପ୍ରଥମ ଥର ପାଇଁ  ଯେ, ଏଭଳି ବେଆଇନ୍‌ ସାମଗ୍ରୀ ଚାଲାଣ ହେଉଥିଲା ତାହା ନୁହେଁ । ନିୟମିତ ଯାଂଚ ନହେବାର ସୁଯୋଗ ନେଇ ବାରମ୍ବାର ଏମିତି ମାଲ କାରବାର କରୁଛନ୍ତି କିଛି ଅସାଧୁ ବ୍ୟବସାୟୀ । ଡ୍ରାଇଭର-କଣ୍ଟକ୍ଟରଙ୍କ ସହ ପୋଲିସ କର୍ମଚାରୀମାନଙ୍କୁ କମିଶନ ଦେଇ ବେଧଡ଼କ ଚାଲିଛି ବେପାର । ଆଉ ଏବେ ଯେତେବେଳେ ଜିଏସଟି ଯାଂଚ ଆରମ୍ଭ ହୋଇଛି ସେତେବେଳେ ସାମ୍ନାକୁ ଆସୁଛି ବେଆଇନ୍‌ ମାଲ୍‌ ଚାଲାଣର ଗୋଟିକ ପରେ ଗୋଟିଏ ଘଟଣା ।

{"id":76925}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.