୪ ଲକ୍ଷ ଟଙ୍କାର ଗୁଟଖା ଜବତ କଲା ଛତ୍ରପୁର ପୋଲିସ, ଦୁଇ ଗିରଫ, ପିକ୍‌ ଅପ୍‌ ଭ୍ୟାନ୍‌ ଜବତ

Published By : Prameya-News7 Bureau | October 28, 2021 IST

ଖଲ୍ଲିକୋଟ,୨୮।୧୦: ଛତ୍ରପୁର ଥାନା ଅଂଚଳରୁ ବିପୁଳ ପରିମାଣର ଗୁଟଖା ଜବତ କରିଛି  ପୁଲିସ୍ । ଆଜି ଛତ୍ରପୁର ପୋଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଗୋଟିଏ ଦୋକାନ ନିକଟରୁ ୩୪ ବସ୍ତା ଗୁଟଖା ଜବତ କରିଛି । ଗୁଟଖାର ଅନୁମାନିକ ମୁଲ୍ୟ ପ୍ରାୟ ୪ ଲକ୍ଷ ହେବ ବୋଲି ଥାନାଧିକାରୀ ସତ୍ୟ ରଞ୍ଜନ ପ୍ରଧାନ ସୂଚନା ଦେଇଛନ୍ତି ।

ଏନେଇ ଛତ୍ରପୁର ଥାନାରେ ୫୬୦/୨୧ରେ ଏକ ମାମଲା ରୁଜୁ କରାଯିବା ସହ ଦୁଇଜଣଙ୍କୁ ଗିରଫ କରାଯାଇଛି । ଏଥିରେ ଜଡ଼ିତ ଗୋଟିଏ ପିକଅପ ଗାଡି ଅଟକ ରଖାଯାଇଥିବା ଥାନାଧିକାରୀ ଶ୍ରୀ ପ୍ରଧାନ ସୂଚନା ଦେଇଛନ୍ତି । ଗୁଟଖା କେଉଁଠି ଆସିଛି ତାର ତଦନ୍ତ ଜାରି ରଖିଛି ପୁଲିସ ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.