ଚାଲିଥିଲା ବେଆଇନ୍ ଗୁଟଖା ୟୁନିଟ୍, ଚଢାଉରେ ୨ ଗିରଫ

Published By : Prameya-News7 Bureau | August 04, 2021 IST

ବ୍ରହ୍ମପୁର, ୦୪/୦୮ : ବ୍ରହ୍ମପୁରରେ ପୁଣି ବେଆଇନ୍ ଗୁଟଖା ୟୁନିଟ୍ ଉପରେ ଜିଲ୍ଲା ପ୍ରଶାସନର ଚଢାଉ । ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିର ଏକ ଘରେ ବେଆଇନ୍ ଗୁଟଖା କାରବାର ଚାଲୁଥିବା ବେଳେ ଚଢାଉ କଲା ଜିଲ୍ଲା ପ୍ରଶାସନ। ବିପୁଳ ପରିମାଣର ଗୁଟଖା ସାମଗ୍ରୀ ସହ ଗୁଟଖା ତିଆରିରେ ବ୍ୟବହୃତ ହେଉଥିବା ଅନେକ ସରଞ୍ଜାମ ଜବତ। ୨ ଅଭିଯୁକ୍ତ ଥାନାରେ ଅଟକ। ବଡବଜାର ଥାନା ଅନ୍ତର୍ଗତ କାଳୁପାତ୍ର ସାହିର ଏକ ଭଡ଼ା ଘରେ ଦୀର୍ଘ ଦିନ ଧରି ବେଆଇନ୍ ଗୁଟଖା କାରବାର ଚାଲୁଥିଲା।

wp:gallery {"ids":[490589],"linkTo":"none"} /wp:gallery

ଏନେଇ ସୂଚନା ମିଳିବା ପରେ ଜିଲ୍ଲା ପ୍ରଶାସନ ଚଢାଉ କରିଥିଲା । ଚଢାଉ ବେଳେ ବିପୁଳ ପରିମାଣର ଗୁଟଖା ସାମଗ୍ରୀ ସହ ଅନ୍ୟାନ୍ୟ ସରଞ୍ଜାମ ଜବତ ହୋଇଛି। ଏହା ସହ ୨ ଜଣ ଅଭିଯୁକ୍ତଙ୍କୁ ଥାନାରେ ଅଟକ ରଖିବା ସହ ଦୁଇଟି ଗାଡ଼ି ଜବତ କରିଛି ପୋଲିସ। ତେବେ ଭଡା ଘରେ ଏଭଳି ବେଆଇନ୍ ୟୁନିଟ୍ ଚାଲିଥିଲା ନାଆଉ କାହାର ସମ୍ପୃକ୍ତି ରହିଛି ଏନେଇ ଅଧିକ ତଦନ୍ତ ଚାଲିଛି । ଏନେଇ ଉପଜିଲ୍ଲାପାଳ ସୂଚନା ଦେଇଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.