Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କାମେଶ୍ୱର ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଲୁଟିନେଲେ ଦୁର୍ବୃତ୍ତ
  • ||
  • ରାଜ୍ୟରେ କମୁଛି କରୋନା ଗ୍ରାଫ୍: କୋଭିଡ୍ ନେଲା ଆଉ ୩ ଜଣଙ୍କ ଜୀବନ
  • ||
  • ଉପରତଳ ହେଉଛି କରୋନା ଗ୍ରାଫ୍ : ୨୪ ଘଣ୍ଟାରେ ବାହାରିଲେ ୩୫୮ କୋଭିଡ୍ ପଜିଟିଭ୍
  • ||
  • ନବୀନ @ ୭୬, ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ
  • ||
  • ୭୬ ବର୍ଷରେ ପାଦ ଦେଲେ ନବୀନ, କରୋନା ମହାମାରୀ ପାଇଁ ପାଳିବେନି ଜନ୍ମଦିନ
  • ||
  • ଶାରଦୀୟ ଦୁର୍ଗାପୂଜା ଶେଷ, ଶନିବାର ଧରାପୃଷ୍ଠରୁ ବିଦାୟ ନେବେ ମା
  • ||
  • ହାଟରୁ ଫେରୁଥିବା ବେଳେ ବୃଦ୍ଧାଙ୍କୁ ଗଣଦୁଷ୍କର୍ମ, ଘରେ ଛାଡିଦେବେ କହି ଇଜ୍ଜତ ଲୁଟିଲେ ୮ ସଇତାନ
  • ||
  • କଟକ : କଟକରେ ଏନ୍‌କାଉଣ୍ଟର, ଦୁର୍ଦ୍ଦାନ୍ତ ଅପରାଧୀ ରାକେଶ ଆହତ
  • ||

ମେଡିସିନ ଷ୍ଟୋରରେ ଚାଲିଥିଲା ଗୁଟଖା ଓ ସିଗାରେଟ୍ ବିକ୍ରି, ମାଲିକ ସହ ୩ ଅଟକ, ୭ ଦିନ ପାଇଁ ଦୋକାନ ସିଲ୍

24/04/2021 at 8:43 PM

ଭଦ୍ରକ ୨୪।୦୪: ଗୁଟଖା ଓ ସିଗାରେଟ୍ ପାନ ଦୋକାନରେ ବିକ୍ରି ହେଉଥିବା ଆପଣ ସମସ୍ତେ ବେଶ୍ ଭଲ ଭାବେ ଜାଣିଛନ୍ତି। କିନ୍ତୁ ମେଡିସିନ ଦୋକାନରେ ଏହି ଜିନିଷ ବିକ୍ରି ହେଉଥିବା କେବେ ଶୁଣିଛନ୍ତି କି ? କିନ୍ତୁ ହଁ ଆଜ୍ଞା ଯେଉଁଠି ଜୀବନରକ୍ଷକ ଔଷଧ ମିଳେ ସେଠାରେ ଗୁଟଖା ଓ ସିଗାରେଟ୍ ବିକ୍ରି ହେଉଥିବା ଘଟଣା ସାମ୍ନାକୁ ଆସିଛି। ଏମିତି ଘଟିଛି ଭଦ୍ରକ ସହରରେ। ସପ୍ତାହନ୍ତ ସଟଡାଉନରେ ଦୋକାନ ବଜାର ବନ୍ଦ ଥିବାର ସୁଯୋଗ ନେଇ ମେଡିସିନ ଦୋକାନରେ ଚୋରାରେ ଗୁଟଖା ଓ ସିଗାରେଟ୍ ବିକ୍ରି ଚାଲୁଥିଲା।

ସୂଚନା ଅନୁଯାୟୀ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନା ନିକଟ ଦିନଦୟାଲ ମେଡ଼ିସିନ ଷ୍ଟୋରରେ ଗୁଟଖା ଓ ସିଗାରେଟ ବିକ୍ରି ହେଉଥିବା ଖବର ମିଳିବା ପରେ ପୋଲିସ ଓ ପ୍ରଶାସନ ମିଳିତ ଚଢ଼ାଉ କରିଥିଲେ। ଭଦ୍ରକ ଉପ ଜିଲ୍ଲାପାଳ ପିତାମ୍ବର ସାମଲ ଓ ଅନ୍ୟ ଅଧିକାରୀଙ୍କ ସହ ଟାଉନ ପୋଲିସ  ମେଡିକାଲ ନିକଟ ଦିନଦୟାଲ ମେଡିସିନ ଦୋକାନରେ ରେଡ୍ କରିଥିଲେ ।

ରେଡ୍ ବେଳେ ଦୋକାନ ଭିତରୁ ଗୁଟଖା, ସିଗାରେଟ୍ ଜବତ ହୋଇଥିଲା । ମେଡ଼ିସିନ ଦୋକାନର ମାଲିକ ଓ କର୍ମଚାରୀଙ୍କ ସହ ସହ ୩ ଜଣଙ୍କୁ ଅଟକ ରଖିଛି ଭଦ୍ରକ ଟାଉନ ପୋଲିସ । ମେଡ଼ିସିନ ଦୋକାନକୁ ୭ ଦିନ ସିଲ କରିଥିବା ସୂଚନା ମିଳିଛି ।

   Related Posts