ଗେଷ୍ଟ ହାଉସ ନୁହେଁ ରଙ୍ଗଶାଳା, ଯେତିକି ଖୋଳତାଡ ଚାଲିଛି ସେତିକି ଗୁମର ଫିଟୁଛି -ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁର ସିବିଆଇ ତଦନ୍ତ ଦାବି

Published By : Prameya-News7 Bureau | October 21, 2019 IST


ଯାଜପୁର/ଭୁବନେଶ୍ୱର ୨୧।୧୦- ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ଘଟଣାର ସିବିଆଇ ତଦନ୍ତ ଦାବିକରି ୧୨ ଘଣ୍ଟିଆ ଜିଲ୍ଲା ବନ୍ଦ ପାଳନ। ଜିଲ୍ଲାର ୧୦ ଟି ବ୍ଲକ୍‌ ଓ ୨ଟି ପୌରାଞ୍ଚଳରେ ବିଜେପି କର୍ମୀ ଏବଂ ସମର୍ଥକ ପ୍ଲାକାର୍ଡ, ବ୍ୟାନର ଧରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ଘଟଣାର ସିବିଆଇ ତଦନ୍ତ ଦାବିକରିଛନ୍ତି । ଏଥିପାଇଁ ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ବନ୍ଦ ରହିବା ସହ ଯାତ୍ରୀବାହୀ ଯାନବାହନ ଚଳଚଳ ମଧ୍ୟ ବନ୍ଦ ରହିଥିଲା ।

{"id":172967}


ଗେଷ୍ଟ ହାଉସ୍ ନୁହେଁ ରଂଗଶାଳା। ଯାଜପୁର ସ୍ମିତାରାଣୀ ମୃତ୍ୟୁ ଘଟଣାକୁ ନେଇ ଯେତିକି ଖୋଳତାଡ଼ ଚାଲିଛି ସେତିକି ସେତିକି ଗେଷ୍ଟହାଉସ ଗୁମର ଚର୍ଚ୍ଚାର କେନ୍ଦ୍ରକୁ ଆସୁଛି। ଏହି ଗେଷ୍ଟ ହାଉସରେ ହିଁ ପିଇଓ ସ୍ମିତାରାଣୀଙ୍କ ମୃତଦେହ ମିଳିଥିବା କୁହାଯାଇଛି। ଯେତେବେଳେ ଗେଷ୍ଟେହାଉସରେ ଖୁବ ଆସର ଜମିଥିଲା। ତେବେ ଏହି ଗେଷ୍ଟହାଉସ ଏଠାରେ କେଉଁ ଉଦ୍ଦେଶ୍ୟରେ ତିଆରି ହୋଇଥିଲା। ଏବଂ ଏହାକୁ ରାମକୋ କାହିଁକି ବ୍ୟବହାର କରୁଥିଲା।

{"id":172969}

ଏସବୁକୁ ନେଇ ହିଁ ନାନା ପ୍ରଶ୍ନ ଉଠୁଛି। ଆଉ ରାଜନୀତିର ବୟାନବାଜିରେ ଏବେ ସେହି ଗେଷ୍ଟ ହାଉସକୁ ନେଇ ହିଁ ଚାଲିଛି ଖୋଳତାଡ଼, ଯେଉଁଠୁ ଖିଅ ଧରିଛନ୍ତି କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି। ଏଠାକୁ କୁଆଡ଼େ ବହୁ ନେତାଙ୍କର ଆତଯାତ ଚାଲୁଥିଲା। ସେହିଭଳି ଦୁଇଦଳର ନେତାଙ୍କ ସହ ଗିରଫ ସରପଞ୍ଚଙ୍କ ସ୍ବାମୀ ରୂପେଶ ଭଦ୍ରଙ୍କ ନୀବିଡ ସଂପର୍କ ଥିଲା ବୋଲି ଅଭିଯୋଗ କରିଛି ଦଳ । ସେପଟେ ଆଜି ସ୍ମିତାରାଣୀଙ୍କ ମୃତ୍ୟୁ ଘଟଣାକୁ ନେଇ ଆଜି ବନ୍ଦ ପାଳନ କରିଥିଲା ବିଜେପି। ସେପଟେ ବିରୋଧୀଙ୍କ ଅଭିଯୋଗରେ ଯବାବ ରଖିଛି ବିଜେଡି ।

{"id":172970}


ସ୍ମିତାରାଣୀଙ୍କ ପରିବାରକୁ ନ୍ୟାୟ ଦାବିରେ ୧୨ ଘଣ୍ଟିଆ ଯାଜପୁର ବନ୍ଦ ପାଳନ ସହ ରାସ୍ତାକୁ ଓହ୍ଲାଇଥିଲା ବିଜେପି। ଜିଲ୍ଲାର ସମସ୍ତ ବ୍ଲକ ଓ ପୌରାଞ୍ଚଳରେ ବିଜେପି କର୍ମୀ ହାତରେ ପ୍ଲା କାର୍ଡ ଓ ବ୍ୟାନର ଧରି ପିକେଟିଂ କରିଥିଲେ। ସହରରେ ସମସ୍ତ ଦୋକାନ ବଜାର ବନ୍ଦ ଥିବାବେଳେ ଗାଡି ଚଳାଚଳ ମଧ୍ୟ ଠପ ହୋଇଥିଲା। ଫଳରେ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ ।

{"id":172972}


ଗତକାଲି ଏସପିଙ୍କ ବିରୋଧରେ କାର୍ଯ୍ୟନୁଷ୍ଠାନ ଦାବିକରି ପୋଲିସ ଡିଜିଙ୍କ ପାଖରେ ଫେରାଦ ହୋଇଥିଲା ବିଜେପିର ଏକ ଟିମ । ସେପେଟ ଗେଷ୍ଟ ହାଉସ୍ରେ ଥିବା ସିସିଟିଭି ଫୁଟେଜ୍ ଏପର୍ଯ୍ୟନ୍ତ ଯାଞ୍ଚ ହୋଇନାହିଁ, କିମ୍ବା ଗେଷ୍ଟ ହାଉସକୁ କାହିଁକି ସିଲ୍ କରାଗଲାନି ଓ ଏହା ପ୍ରମାଣ ନଷ୍ଟ କରିବାକୁ ସମୟ ଦିଆଗଲା ବୋଲି ବିରୋଧୀ ଅଭିଯୋଗ କରିଛନ୍ତି।

{"id":172974}

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.