ଗୁରୁ ଶ୍ରେଷ୍ଠ ସମ୍ମାନ ସମାରୋହ ଅନୁଷ୍ଠିତ, ପୁରାତନ ଶିକ୍ଷକଙ୍କୁ ସମ୍ବର୍ଦ୍ଧନା

Published By : Prameya-News7 Bureau | November 28, 2021 IST

ଭଦ୍ରକ ୨୮/୧୧ : ପୁରାତନ ଛାତ୍ର ସଂସଦ ପରିବାର ତରଫରୁ ଗୁରୁ ଶ୍ରେଷ୍ଠ ସମ୍ମାନ ସମାରୋହ ଆୟୋଜିତ ହୋଇଛି । ଭଦ୍ରକ ଜିଲ୍ଲା ବନ୍ତ ବ୍ଲକ ଓଡ଼ଙ୍ଗ ସ୍ଥିତ ଓଡ଼ଙ୍ଗ ଶିକ୍ଷାନୁଷ୍ଠାନ ସମୂହ ଏହି ଗୁରୁ ଶ୍ରେଷ୍ଠ ସମ୍ମାନ ସମାରୋହ ଆୟୋଜିତ କରିଥିଲା । ଏହି ଶିକ୍ଷାନୁଷ୍ଠାନର ପୁରାତନ ଛାତ୍ରଛାତ୍ରୀ ମାନେ ମିଳିତ ଭାବେ ବିଦ୍ୟାଳୟର ପୁରାତନ ଶିକ୍ଷକ ଓ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ପୁରାତନ ଛାତ୍ର ସଂସଦ ପରିବାର ତରଫରୁ ରାମ ଚନ୍ଦ୍ର ଓଝା , ଶାସିକାନ୍ତ ମଲ୍ଲିକ , ଅମୂଲ୍ୟ ପୁହାଣ , ଭୀମସେନ ରାଉତ , ଭାଗିରଥି ପୁହାଣ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ସଂଗ୍ରାମ ଆଚାର୍ଯ୍ୟ ଯୋଗ ଦେଇଥିବା ବେଳେ ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଛନ୍ତି ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.