Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ୧୨କୋଟି ଟଙ୍କାର ଜିଏସ୍‌ଟି ଠକେଇ ଅଭିଯୋଗ, ବିଭାଗ ପକ୍ଷରୁ ଛାନ୍‌ଭିନ୍‌ ଆରମ୍ଭ
  • ||
  • ବିଜାପୁରରେ ଏନ୍‌କାଉଣ୍ଟର : ଜଣେ ନକ୍ସଲ ନିହତ, ୨ ଯବାନ ଆହତ
  • ||
  • ମାଓବାଦୀଙ୍କ ବର୍ବର କାଣ୍ଡ , ପୋଲିସ ଇନଫର୍ମର ସନ୍ଦେହରେ ଘରୁ ଡାକି ନେଇ ହତ୍ୟା
  • ||

ଗୁରୁପ୍ରିୟା ସ୍କାମ ! ସେତୁ ନିର୍ମାଣରେ ଦୁର୍ନୀତି ଅଭିଯୋଗ

1/08/2018 at 7:24 AM

ଗୁରୁପ୍ରିୟା ସେତୁରେ ଗଫଲତି । ସେତୁ ନିର୍ମାଣରେ ଠିକାଦାରଙ୍କୁ ଅହେତୁକ ଅନୁକମ୍ପା । ଆଇନକୁ ଉଲଙ୍ଘନ କରି ଠିକାଦାରଙ୍କୁ ୭୪ କୋଟି ୧୯ ଲକ୍ଷ ଟଙ୍କା ଅନୁଗ୍ରହ କରାଯାଇଥିବା ସିଏଜି ରିପୋର୍ଟରେ ଧରାପଡିଛି । ଏକଥା ପଦାକୁ ଆସିବା ପରେ ଗୁରୁପ୍ରିୟାକୁ ନେଇ ସାବାସି ନେଉଥିବା ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୁରୁପ୍ରିୟା ସେତୁ ନିର୍ମାଣରେ କିକ ବ୍ୟାକ ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି । ସେପଟେ ମୁଖ୍ୟଯନ୍ତ୍ରୀଙ୍କୁ ପୂର୍ତ୍ତ ବିଭାଗ ସଚିବ ରିପୋର୍ଟ ମାଗିଛନ୍ତି |
ଗରୁପ୍ରିୟା ସେତୁରେ ଗଫଲତି । ସେତୁ ନିର୍ମାଣରେ ଠିକାଦାରଙ୍କୁ ହୋଇଛି ଏହେତୁକ ଅନୁକମ୍ପା । ଆଇନକୁ ଉଲଙ୍ଘନ କରି ଠିକାଦାରଙ୍କୁ ୭୪ କୋଟି ୧୯ ଲକ୍ଷ ଟଙ୍କାଅନୁଗ୍ରହ କରାଯାଇଥିବା ସିଏଜି ରିପୋର୍ଟରେ ଧରାପଡିଛି । ଏକଥା ପଦାକୁ ଆସିବା ପରେ ଗୁରୁପ୍ରିୟାକୁ ନେଇ ସାବାସି ନେଉଥିବା ରାଜ୍ୟ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଗୁରୁପ୍ରିୟାରେ ସେତୁ ନିର୍ମାଣ ନାଁ ରେ ଥିରେ ଅଧିକ ଅର୍ଥ ବରାଦ କରା।ାଇ କିକ ବ୍ୟାକ ହୋଇଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ଓ ବିଜେପି । ସେପଟେ ବିଜେଡି କହିଛି ଏହା ଏକ ପ୍ରଶାସନିକ ପ୍ରସଂଗ । ସିଏଜି ସରକାରଙ୍କୁ ଅବଗତ କଲେ ରିପୋର୍ଟ ଆଧାରରେ ସରକାର କାର୍ଯ୍ୟାନୁଷ୍ଠାନ ନେବେ ଏଥିରେ ରାଜନୀତି କାହିଁକି ।
ଗୁଡେଇ ତୁଡେଇ ହେଉଛି ଗୁରୁପ୍ରିୟା ପ୍ରସଙ୍ଗ । ସେତୁକୁ ନେଇ ଶ୍ରେୟ ନେବାକୁ ଟଣାଭିଡା ପରେ ଏବେ ଆସିଛି ସେତୁ ନିର୍ମାଣରେ ଦୁର୍ନିୀତି ଅଭିଯୋଗ ।ଗୁରୁପ୍ରିୟା ସେତୁ ନିର୍ମାଣରେ ଠିକାଦାରୀ ପ୍ରିତି ଥିବା ଧରିଛନ୍ତି ସିଏଜି । ଆନାଲିସିସ ଅଫ ରେଟ୍ସ ଏବଂ ଓପିଡବ୍ୟୁଡି ଗାଇଡ ଲାଇନ ଉଲଙ୍ଘଳ କରି ଠିକାଦାରଙ୍କୁ ୭୩ କୋଟି ୧୯ ଲକ୍ଷ ଟଙ୍କା ଅଧିକ ଦିଆଯାଇଛି । ସେତୁ ନିର୍ମାଣ ଲାଗି ୧୬୯ କୋଟି ୪୮ ଲକ୍ଷ ଟଙ୍କା ମଞ୍ଜୁରୀ ହୋଇଥିଲା । ପରେ ବୋଟ ଓ ଟ୍ୟୁବ ଯୋଗେ ସେତୁ ନିର୍ମାଣ ସରଞ୍ଜାମ ପରିବହନ ଲାଗି ୨୪ କୋଟି ଓ ଲଞ୍ଚି ଗାଡର ବାବଦରେ ୪ କୋଟି ଅଧିକ ଦେବାକୁ ନେଇ ସନ୍ଦେହ ପ୍ରକାଶ କରିଛନ୍ତି ସିଏଜି । ଏହା ସହ ୫ ପ୍ରତିଶତ ଅଧିକ ଦେଇ ୧୮୭ କୋଟି ଟେଣ୍ଡର ମୁଲ୍ୟ ହୋଇଛି । ଏସବୁକୁ ନେଇ ସରକାରଙ୍କୁ ଘେରିଛନ୍ତି ବିରୋଧୀ । କଂଗ୍ରେସ କହିଛି ସେତୁ ନିର୍ମାଣରେ ଦୁର୍ନୀତି ହୋଇଛି । ବିଜେପି ବି ଅନୁରୂପ ଭାବେ ସେତୁ ନିର୍ମାଣରେ କିକ ବ୍ୟାକ ହୋଇଥିବା କହି ସିଏଜି ରିପୋର୍ଟଙ୍କୁ ସାକ୍ଷୀ ଦେଖାଇ ସରକାରଙ୍କ ସ୍ବଛ୍ହତା ଉପରେ ପ୍ରଶ୍ନ ଉଠାଇଛି ।
୧୯୮୨ରେ କଂଗ୍ରେସ ସମୟପରେ ପ୍ରଥମେ ଗୁରୁପ୍ରିୟା ସେତୁ ଲାଗି ଯୋଜନା ଆରମ୍ଭ ହୋଇଥିଲେ ବି ହୋଇ ପାରି ନଥିଲା । ପରେ ୨୦୦୦ ମସିହାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟ ଏହାର ଶୁଭ ଦେଇଥିଲେ ବି ମାଓ ଭୟରୁ ଠିକା କମ୍ପାନୀ କାମ ନକରି କାମ ଛାଡି ଦେଇଥିଲେ । ପରେ ୨୦୧୪ରୁ ସରକାର ପୁଣଇ ଆରମ୍ଭ କରିଥିଲେ କାମ ।

   Related Posts