Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଭୟ ବଢାଉଛି ମୃତ୍ୟୁସଂଖ୍ୟା : ରାଜ୍ୟରେ ଗତ ୨୪ଘଣ୍ଟାରେ କରୋନା ନେଲା ୪୩ ଜଣଙ୍କ ଜୀବନ
  • ||
  • କମୁଛି ସଂକ୍ରମଣ, ରାଜ୍ୟରେ ୨୪ ଘଣ୍ଟାରେ ୩୦୩୧ କୋଭିଡ୍ ପଜିଟିଭ୍ ଚିହ୍ନଟ
  • ||
  • ଜାମ୍ମୁ କାଶ୍ମୀର ସପୋରରେ ଏନକାଉଣ୍ଟର: ଲସ୍କର କମାଣ୍ଡର ସମେତ ୩ ଆତଙ୍କୀ ନିହତ
  • ||
  • ଆମେରିକା-ମେକ୍ସିକୋ ସୀମାରେ ହିଂସାକାଣ୍ଡ, ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡରେ ୧୮ ମୃତ
  • ||
  • ଆଜି ଅନ୍ତର୍ଜାତୀୟ ଯୋଗ ଦିବସ, ଏବର୍ଷର ଥିମ୍ ‘ୟୋଗା ଫର ୱେଲନେସ୍’
  • ||
  • ଆଜିଠୁ କ୍ୟାମ୍ପେନ୍ ମୋଡ୍‌ରେ ଟିକାକରଣ, ରାଜ୍ୟରେ ଦୈନିକ ୩ ଲକ୍ଷ ଭାକସିନେସନ୍ ଟାର୍ଗେଟ୍
  • ||

ଗୁରୁପ୍ରିୟା ଶ୍ରେୟ କାହାର ?

26/07/2018 at 10:54 AM

ମାଲକାନଗିରି ଜିଲାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁର ଉଦ୍ଘାଟନ କରିବା ବେଳେ ଏପଟେ କିନ୍ତୁ ତାଙ୍କୁ ନେଇ ଆରମ୍ଭ ହୋଇଛି ରାଜନୀତି |
ଗୁରୁପ୍ରିୟା ସେତୁ କଂଗ୍ରେସର ସ୍ବପ୍ନ ଓ ପରିକଳ୍ପନା ଥିଲା ବୋଲି ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି | ସେ କହିଛନ୍ତି ଯେ ,୧୯୮୨ ମସିହାରେ ଜାନକୀ ବଲ୍ଲଭ ପଟ୍ଟନାୟକ ଏହି ସେତୁ ପାଇଁ ଶିଳାନ୍ୟାସ କରିଥିଲେ | ତେବେ ବର୍ତ୍ତମାନ ବିଜେଡି ଶ୍ରେୟ ନେବାକୁ ଚେଷ୍ଟା କରୁଛି | ବିଜେଡି ଏଥିପାଇଁ ଯେମିତି ଶ୍ରେୟ ନେଇଛି ଠିକ ସେମିତି ରାଜ୍ୟରେ ବୃଦ୍ଧି ପାଇଥିବା ଦୁର୍ନୀତି ଓ ଭ୍ରଷ୍ଟାଚାରର ଶ୍ରେୟ ନେବେ ବୋଲି ନିରଞ୍ଜନ କହିଛନ୍ତି |
ଅପରପକ୍ଷରେ ଗୁରୁପ୍ରିୟା ସେତୁ କୁ ନେଇ ବିଜେପି ଉଭୟ କଂଗ୍ରେସ ଓ ବିଜେଡିକୁ ଟାର୍ଗେଟ କରିଛି | ବିଜେପି ମୁଖପାତ୍ର ଗୋଲକା ମହାପାତ୍ର କହିଛନ୍ତି ଯେ, ଗୁରୁପ୍ରିୟା ସେତୁ ଯଦି କଂଗ୍ରେସର ସ୍ବପ୍ନ ଥିଲା ତାହାଲେ ନିଜ ସରକାର ସମୟରେ ନିର୍ମାଣ କଲେଣି କାହିଁକି ? ସେହିଭଳି ଗୁରୁପ୍ରିୟା ସେତୁ ପାଇଁ ବିଜେଡ଼ି ଶ୍ରେୟ ନେବା ବଦଳରେ କେନ୍ଦ୍ରୀୟ ସୁରକ୍ଷା ବାହିନୀକୁ ନବୀନ ପ୍ରଦାନ କରିବା ସହ ସେମାନଙ୍କୁ ପିଠି ଥାପୁଡ଼ାନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।
ବିରୋଧୀମାନଙ୍କ ଏଭଳି ଆକ୍ଷେପର ଜବାବ ରଖିଛନ୍ତି ସରକାରୀ ଦଳ ମୁଖ୍ୟ ସଚେତକ ଆମର ପ୍ରସାଦ ଶତପଥୀ | ସେ କହିଛନ୍ତି ଯେ , ଗୁରୁପ୍ରିୟାର ଶ୍ରେୟ ବିଜେଡି ସରକାରଙ୍କୁ ଯିବ | ଯଦି ଏହା କଂଗ୍ରେସ ସରକାରଙ୍କ ସ୍ବପ୍ନ ଥିଲା ତାହେଲେ ସ୍ବପ୍ନ ପୂରଣ କରୁନଥିଲେ କାହିଁକି ବୋଲି ସେ ପ୍ରଶ୍ନ କରିଛନ୍ତି | ଗୁରୁପ୍ରିୟା ସେତୁ ବିକାଶ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବ ବୋଲି ସେ ଆଶା ପ୍ରକାଶ କରିଛନ୍ତି |

   Related Posts