Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଗୁରୁପ୍ରିୟା ପରେ…..କ’ଣ ଦୂର ହେବ ବିଛିନ୍ନାଞ୍ଚଳବାସୀଙ୍କ ଦୁଃଖ?

31/07/2018 at 7:37 AM

ଗୁରୁପ୍ରିୟା ସେତୁ ଲୋକାର୍ପଣ ହୋଇଛି । ବିଛିନ୍ନାଂଚଳ ପାଇଁ ମୁଖ୍ୟମନ୍ତ୍ରୀ ୧୦୦ କୋଟି ଟଂକାର ପ୍ୟାକେଜ ଘୋଷଣା କରିଛନ୍ତି । ଆଶାର ସଂଚାର ହୋଇଛି ନିଶ୍ଟୟ । ଅନେକ ସମ୍ଭାବନା ସୃଷ୍ଟି ହୋଇଛି । ଦୁଃଖ, ଯନ୍ତ୍ରଣାର ଅବସାନ ଘଟିବ ବୋଲି କୁହାଯାଉଛି । ହେଲେ ଆଜି ଦିନରେ ବିଛିନ୍ନାଂଚଳର ବାସ୍ତବ ଚିତ୍ର କଣ? ଆଖିରେ ନଦେଖିଲେ ବିଶ୍ବାସ କରି ହେବନି । ସତରେ କଣ ଚିତ୍ର ବଦଳିବ ।ଏବେ ବି ଅନେକଙ୍କ ମନରେ ପ୍ରଶ୍ନ ।
ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡାର ବିଛିନ୍ନାଂଚଳ ପାଇଁ ଏକ ମହା ଯୋଗାଯୋଗ ମାଧ୍ୟମ ଗୁରୁପ୍ରିୟା ସେତୁ | ୧୮୭ କୋଟି ଟଙ୍କା ବ୍ୟୟରେ ୯୧୦ ମିଟର ଲମ୍ବର ଏହି ସେତୁକୁ ଗତ ୨୬ ତାରିଖରେ ଉଦ୍ଘାଟନ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ | ୧୫୧ ଗାଁ ପାଇଁ ସମ୍ପର୍କର ସେତୁ ବୋଲି କୁହାଯାଉଛି ଗୁରୁପ୍ରିୟା ସେତୁକୁ | ୩୦ ହଜାର ଲୋକ ଦୀର୍ଘ ଦିନ ଧରି ଭୋଗୁଥିବା ଜଳବନ୍ଦୀ ଓ ଅବହେଳା ଯନ୍ତ୍ରଣାରୁ ମୁକ୍ତ ହେବେ |
ଏସବୁ ଭିତରେ କିନ୍ତୁ କିଛି ସ୍ଥିତି ଆଉ ଚିତ୍ର ପ୍ରଶ୍ନ କରୁଛି ସମ୍ଭାବନାର ବାସ୍ତବିକତା ନେଇ | ସେତୁ ପରେ ବି ଯୋଗାଯୋଗ ଯେମିତି ସୁଧୁରି ନାହିଁ ଭଳି ମନେ ହେଉଛି । ଗ୍ରାଉଣ୍ଡ ଜିରୋ ରିପୋର୍ଟ କହୁଛି ଏବେ ବି ସଙ୍କଟ ଟଳିନି । ବ୍ରିଜ ହୋଇଛି ସତ କିନ୍ତୁ ବ୍ରିଜ ସହ ସଂଯୋଗର ରାସ୍ତା ନାହିଁ | ସରକାରୀ ବାବୁ କିମ୍ବା ନେତାଙ୍କ ପାଦ ବି ପଡିନି ସେତୁ ନିକଟ ଅନେକ ଗାଁରେ | ଘଟଣାସ୍ଥଳକୁ କିନ୍ତୁ ଯାଇଥିଲା News7 ଟିମ

   Related Posts