Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ: କରୋନା ଟିକା ନେବା ପରେ ୫୧ ଜଣଙ୍କ ଠାରେ ଦେଖାଗଲା ପାର୍ଶ୍ବ ପ୍ରତିକ୍ରିୟା
  • ||
  • ରାଜ୍ୟରେ ଆଉ ଜଣେ କରୋନା ସଂକ୍ରମିତ ପ୍ରାଣ ହରାଇଲେ, ୧୮୯୯ ଛୁଇଁଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଆରମ୍ଭ ହେଲା କୋଭିଡ୍ ଟିକାକରଣ, ୧୬୧ କେନ୍ଦ୍ରରେ ଚାଲିଛି ଟିକାଦାନ
  • ||
  • ରାଜ୍ୟରେ ଚିହ୍ନଟ ହେଲେ ଆଉ ୧୭୮ କୋଭିଡ୍ ସଂକ୍ରମିତ, ୩୩୩୧୨୭ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେଶରେ ଖସୁଛି କରୋନା ଗ୍ରାଫ୍, ଗତ ୨୪ଘଣ୍ଟାରେ ୧୫୧୫୮ କୋଭିଡ଼ ସଂକ୍ରମିତ ଚିହ୍ନଟ
  • ||
  • ଘାଟିରେ ଦୁର୍ଘଟଣା : ଟ୍ରକକୁ ସାମ୍ନା ପଟୁ ପିଟିଲା ବାଇକ୍‌, ଚାଲିଗଲା ଶଳା-ଭିଣୋଇଙ୍କ ଜୀବନ
  • ||
  • ବୈଠକ ପରେ ବୈଠକ କିନ୍ତୁ ଫଳ ଶୂନ ! ୧୯’ରେ ପୁଣି ଚାଷୀ-ସରକାର ଆଲୋଚନା
  • ||
  • ବରଗଡ଼: ବ୍ୟବସାୟୀଙ୍କ ଘରୁ ଲକ୍ଷାଧିକ ଟଙ୍କାର ସୁନା-ଗହଣା ଲୁଟ, ୩ ଲୁଟେରା ଗିରଫ
  • ||

ଜୀଅନ୍ତା ଜଳାଯାଇଥିବା ତହସିଲଦାରଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିଥିବା ଡ୍ରାଇଭରଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ

6/11/2019 at 3:06 PM

ତେଲେଙ୍ଗାନା ୬/୧୧: ବିଜୟା ତେଲେଙ୍ଗାନାର ଅବଦୁଲାପୁର ମଣ୍ଡଳର ତହସିଲଦାର ଥିଲେ। ନଭେମ୍ବର ୪ତାରିଖରେ ତାଙ୍କୁ ତାଙ୍କ ଅଫିସରେ ଜୀଅନ୍ତା ଜାଳିଦିଆଯାଇଥିଲା। ଆକ୍ରମଣାକାରୀ ଯେତେବେଳେ ବିଜୟାଙ୍କ ପେଟ୍ରୋଲ୍ ଢ଼ାଳି ନିଆଁ ଲଗାଇଲା, ବିଜୟା ଯନ୍ତ୍ରଣାରେ ଚିତ୍କାର କରି କ୍ୟାବିନ୍ ବାହାରକୁ ଦୌଡ଼ିଥିଲେ। ତାଙ୍କ ଚିତ୍କାର ଶୁଣି ଅଫିସ ଲୋକ ମଧ୍ୟ ଦୌଡ଼ିଥିଲେ। ଏଥିରେ ବିଜୟାଙ୍କ ଡ୍ରାଇଭର ଗୁରୁନାଥମ୍ ମଧ୍ୟ ଥିଲେ। ବିଜୟାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରି ଗୁରୁନାଥମ୍ ମଧ୍ୟ ଜଳିଯାଇଥିଲେ। ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ଏବେ ଶୁଣିବାକୁ ମିଳିଛି ଯେ ଗୁରୁନାଥମ୍ ମଧ୍ୟ ଆଉ ନାହାନ୍ତି। ଗତକାଲି ସେ ମଧ୍ୟ ଆଖି ବୁଜି ଦେଇଛନ୍ତି। ବିଜୟାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବାବେଳେ ଗୁରୁନାଥମ୍ ମଧ୍ୟ ୮୦ପ୍ରତିଶତ ଜଳିଯାଇଥିଲେ।

ହାଇଦ୍ରାବାଦର କଞ୍ଚନବାଗର ଆପୋଲୋ ଡିଆରଡିଓ ହସ୍ପିଟାଲରେ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ପରିବାରରେ ତାଙ୍କ ବାପା ,ମାଆ, ତାଙ୍କ ପତ୍ନୀ ଏବଂ ୨ବର୍ଷର ପୁଅ ଅଛନ୍ତି। ତାଙ୍କ ସ୍ତ୍ରୀ ଆଠ ମାସର ଗର୍ଭବତୀ ଅଛନ୍ତି।

ବିଜୟା ରେଡ୍ଡୀ ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀ ଥିଲେ। ସେଠାରୁ ଇସ୍ତଫା ଦେଇ ସେ ଆଗକୁ ପଢ଼ିଥିଲେ। ପରୀକ୍ଷା ଦେଇ ମଣ୍ଡଳ ରେଭେନ୍ୟୁ ଅଫିସର ପଦରେ ନିଯୁକ୍ତ ହୋଇଥିଲେ। ତାଙ୍କ ହତ୍ୟା ପଛରେ ଜମି ବିବାଦ କାରଣ ରହିଥିଲା ବୋଲି ସୂଚନା ମିଳିଛି।

ଅଭିଯୁକ୍ତ ସୁରେଶ ନିଜ ସହ ପେଟ୍ରୋଲ୍ ନେଇ ଆସିଥିଲା। ସେ କିଛି ସମୟ ବିଜୟାଙ୍କ ସହ କଥା ହୋଇଥିଲା। ଏହା ପରେ ତାଙ୍କ ଉପରେ ଆକ୍ରମଣ କରି ପେଟ୍ରୋଲ ଢ଼ାଳି ଦେଇଥିଲା। ଏହା ପରେ ବିଜୟାଙ୍କ ଶରୀରରେ ନିଆଁ ଲଗାଇ ଦେଇଥିଲା। ନିଆଁ ଫଳରେ ବିଜୟାଙ୍କ କ୍ୟାବିନରେ ଲାଗିଥିବା ଏୟାର କଣ୍ଡିସନର ଡକ୍ ନିଆଁ ଧରି ଦେଇଥିଲା ଏବଂ ଫଳରେ ଏହା ବିସ୍ଫୋରିତ ହୋଇଥିଲା। ଏହି ଶବ୍ଦ ଶୁଣି ଅଫିସ୍ ଏବଂ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚିଥିଲେ। ଲୋକେ ବହୁତ ଉଦ୍ୟମ କରି ନିଆଁ ଲିଭାଇଥିଲେ। କିନ୍ତୁ ବିଜୟାଙ୍କ ଜୀବନ ଦୀପ ସେତେବେଳେ ଲିଭି ଯାଇଥିଲା।

ବିଜୟାଙ୍କୁ ବଞ୍ଚାଇବାକୁ ଉଦ୍ୟମ କରିବାବେଳେ ଗୁରୁନାଥମଙ୍କ ବ୍ୟତୀତ ଆଉ ଜଣେ ବ୍ୟକ୍ତି ମଧ୍ୟ ଆହତ ହୋଇଥିଲେ। ତାଙ୍କର ମଧ୍ୟ ଚିକିତ୍ସା ଚାଲିଛି। ଏମାନଙ୍କ ଛଡ଼ା ଅଭିଯୁକ୍ତ ସୁରେଶଙ୍କ ଶରୀର ମଧ୍ୟ ଜଳି ଯାଇଥିଲା। ସେ ମଧ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛି। ସେ ମଧ୍ୟ ଗୁରୁତର ଅବସ୍ଥାରେ ଅଛି। ସୁରେଶ ନିଜେ ତା’ ଶରୀରରେ ନିଆଁ ଲଗାଇ ଦେଇଥିଲା।

ଗୁରୁନାଥମଙ୍କ ମୃତ୍ୟୁ ପରେ ମାଆ ବାପା ଶୋକରେ ବୁଡ଼ି ଯାଇଛନ୍ତି।

   Related Posts