ନୂଆଦିଲ୍ଲୀ ୦୪/୧୦: ଦେଶରେ ଗଣଦୁଷ୍କର୍ମ ଘଟଣା ଥମିବାର ନାଁ ନେଉ ନାହିଁ। ପୁଣି ଦୁଷ୍କର୍ମକୁ ନେଇ ଗୁରୁଗ୍ରାମରୁ ଏକ ମାମଲା ସାମ୍ନାକୁ ଆସିଛି। ୩୨ ବର୍ଷର ଜଣେ ମହିଳାଙ୍କ ସହ ଚାରିଜଣ ଯୁବକ ଏଭଳି ବୀଭତ୍ସ କାଣ୍ଡ କରିଛନ୍ତି। ସେମାନେ କେବଳ ଦୁଷ୍କର୍ମ କରି ନାହାନ୍ତି ଏହା ପରେ ମହିଳାଙ୍କୁ ମାଡ ମଧ୍ୟ ମାରିଛନ୍ତି। ତେବେ ଏ ଦୁର୍ଘଟଣାରେ ମହିଳାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଚିକିତ୍ସା ପାଇଁ ତାଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତି କରାଯାଇ ଥିଲା। ମାତ୍ର ମହିଳାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀ ସଫଦରଗଞ୍ଜ ହସପିଟାଲରେ ଭର୍ତି କରାଯାଇଛି।
ଗୁରୁଗ୍ରାମ ପୋଲିସ୍ ଅନୁସାରେ ଏହି ଘଟଣା ଡିଏଲଏଫ ଫେଜ-୨ରେ ଘଟିଛି। ମାମଲାରେ ସାମିଲ ଥିବା ଚାରି ଜଣ ଅଭିଯୁକ୍ତଙ୍କୁ ପୋଲିସ ତତ୍କାଳ ଗିରଫ କରିଛି। ଏ ଚାରି ଜଣ ଅଭିଯୁକ୍ତ ଗୋଟିଏ ଡେଲିଭରି କମ୍ପାନିରେ ଡେଲିଭରି ବଏ ଭାବେ କାମ କରନ୍ତି। ଯେଉଁ ଚାରିଜଣଙ୍କୁ ପୋଲିସ ଗିରଫ କରିଛି ସେମାନେ ହେଲେ ପଙ୍କଜ, ପବନ, ରଞ୍ଜନ ଓ ଗୋବିନ୍ଦ।
ତେବେ ପୋଲିସ ଏମାନଙ୍କୁ ପଚରାଉଚରା କରୁଛି। ଏହା ସହ ଅନ୍ୟ ଦିଗରୁ ମଧ୍ୟ ପୋଲିସ୍ ଏ ମାମଲାର ତଦନ୍ତ କରୁଛି। ଅଭିଯୁକ୍ତ ପୀଡ଼ିତାଙ୍କୁ କ’ଣ ପୂର୍ବରୁ ଜାଣିଥିଲା ଏ ସମ୍ପର୍କରେ ପୋଲିସ୍ ଜାଣିବାକୁ ଚେଷ୍ଟା ଚଳାଇଛି। ଏହା ସହ ପୀଡ଼ିତାଙ୍କ ବୟାନ ରେକର୍ଡ ପାଇଁ ତାଙ୍କ ଆରୋଗ୍ୟ ହେବା ପର୍ଯ୍ୟନ୍ତ ପୋଲିସ୍ ଅପେକ୍ଷା କରିଛି।