ଇଟାଲୀୟ ପ୍ରେରଣା ? ଗୁରୁଗ୍ରାମ ବାସିନ୍ଦା ବାଲକୋନୀରୁ କରୋନାରୁ ରକ୍ଷା ପାଇବା ପାଇଁ ଗାଇଲେ ‘ଗାୟତ୍ରୀ ମନ୍ତ୍ର’

Published By : Prameya-News7 Bureau | March 18, 2020 IST

ଗୁରୁଗ୍ରାମ ୧୮।୦୩: ବହୁ ଦିନ ପରେ ଇଟାଲୀୟ ପରିବାରର ସଦସ୍ୟ ନିଜ ବାଲକୋନୀରୁ ପଡ଼ୋଶୀମାନଙ୍କ ସହିତ ଗୀତ ଗାଇବାର ଦୃଶ୍ୟ ଭାଇରାଲ ହେବା ପରେ ଗୁରୁଗାଓଁର ଏକ ହାଉସିଂ କମ୍ପ୍ଲେକ୍ସର ବାସିନ୍ଦା ମଧ୍ୟ ଏହି ପରି କିଛି ଚେଷ୍ଟା କରୁଥିବା ଦେଖିବାକୁ ମିଳିଛି। ଉଲ୍ଲେଖନୀୟ ବୁଧବାର ଦିନ ଭାରତରେ ପଜିଟିଭ୍ କରୋନାଭାଇରସ୍ ସଂଖ୍ୟା ୧୪୦ ଅତିକ୍ରମ କରି ସାରିଛି। ଏବେ  ଏପରି ମନେ ହେଉଛି ଯେ ଅନେକ ଭାରତୀୟ ସେଲ୍‌ଫ କ୍ଵାରାଣ୍ଟାଇନ ଗ୍ରହଣ କରିବା ଆରମ୍ଭ କରି ଦେଇଛନ୍ତି।

ହରିୟାଣାର ଗୁରୁଗାଓଁର ଏକ ହାଉସିଂ କମ୍ପ୍ଲେକ୍ସର ଭିଡିଓ ଭାଇରାଲ ହୋଇଛି। ଏଥିରେ ବାସିନ୍ଦା, ବିଶେଷକରି ଘରର ମହିଳାମାନେ, ସେମାନଙ୍କର ଝରକା ଏବଂ ବାଲକୋନୀରୁ ହିନ୍ଦୁ ଧାର୍ମିକ ଜପ “ଗାୟତ୍ରୀ ମହା ମନ୍ତ୍ର” ଗାଉଥିବାର ଦେଖିବାକୁ ମିଳୁଛି। ସେମାନେ ସୁସଂଗଠିତ ଭାବେ ପ୍ରାର୍ଥନା ଘଣ୍ଟି ସହିତ ଗୀତ ଗାଉଥିବା ଭିଡିଓରେ ଦେଖିବାକୁ ମିଳିଛି।

କିନ୍ତୁ ଗୁରୁଗାଓଁର ଉକ୍ତ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅନେକ ଏହାକୁ ପସନ୍ଦ କରିଥିଲେ। ମାତ୍ର ଗୁରୁଗାଓଁର ଭାଇରାଲ ହୋଇଥିବା ଏହି ଭିଡିଓକୁ ଅନେକ ୟୁଜର୍ସ ଏହାକୁ କେବଳ ପ୍ରଚାରର ମାଧ୍ୟମ ବୋଲି କହିଛନ୍ତି। ଗୁରୁଗାଓଁର ଅବସ୍ଥା ସଂପ୍ରତି ଇଟାଲୀ ପରି ନୁହଁ ବୋଲି କହିଛନ୍ତି।

wp:core-embed/twitter {"url":"https://twitter.com/SukirtiDwivedi/status/1240161617838510080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240161617838510080\u0026ref_url=https%3A%2F%2Fwww.news18.com%2Fnews%2Fbuzz%2Fitalian-inspiration-gurugram-residents-sing-gayatri-mantra-from-balconies-to-fend-off-coronavirus-2541629.html","type":"rich","providerNameSlug":"twitter","className":""}
https://twitter.com/SukirtiDwivedi/status/1240161617838510080?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1240161617838510080&ref_url=https%3A%2F%2Fwww.news18.com%2Fnews%2Fbuzz%2Fitalian-inspiration-gurugram-residents-sing-gayatri-mantra-from-balconies-to-fend-off-coronavirus-2541629.html
/wp:core-embed/twitter

କିଛି ଘଣ୍ଟା ପୂର୍ବରୁ ଜଣେ ସାମ୍ବାଦିକ ଟ୍ୱିଟରରେ ସେୟାର କରିଥିବା ଏହି ଭିଡିଓ ଭାଇରାଲ ହୋଇସାରିଛି।  ଅନେକ ଲୋକ ସଚେତନ ହେବା ଏବଂ ଆତ୍ମନିର୍ଭରଶୀଳ କରିବା ପାଇଁ ଅଧିବାସୀଙ୍କୁ  ଏହି ପ୍ରୟାସକୁ ପ୍ରଶଂସା କରିବା ସହିତ କ୍ଵାରାଣ୍ଟାଇନ ହିଁ କରୋନା ଭୂତାଣୁରୁ ରକ୍ଷା ପାଇବାର ଏକ ମାତ୍ର ଉପାୟ  ବୋଲି କୁହାଯାଉଛି।

ଉଲ୍ଲେଖଯୋଗ୍ୟ, ସମଗ୍ର ଦୁନିଆରେ କରୋନା ଭୂତାଣୁରେ ୮ ହଜାରରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଛି। ଏହାକୁ ବ୍ୟାପିବାରୁ ରୋକିବା ଲାଗି ସମଗ୍ର ବିଶ୍ଵର ଦେଶ ଅନେକ ମହତ୍ଵପୂର୍ଣ୍ଣ ପଦକ୍ଷେପ ନେଉଛନ୍ତି। ଲୋକଙ୍କୁ ସଚେତନ କରାଉଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.