କରୋନା ରୋଗୀଙ୍କ ହସ୍ପିଟାଲ ବିଲ୍ ୨୮ ଲକ୍ଷ : ଟଙ୍କା ନ ଦେବାରୁ ରୋଗୀଙ୍କୁ ଡିସ୍‌ଚାର୍ଜ କଲାନାହିଁ ହସ୍ପିଟାଲ୍

Published By : Prameya-News7 Bureau | July 13, 2020 IST

ଗୁରୁଃଗ୍ରାମ ୧୩/୦୭ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି | କରୋନା ଯୋଗୁ ଦେଶରେ ନାନା ସଙ୍କଟ ଦେଖାଦେଇଛି | କିଛି ଘରୋଇ ହସ୍ପିଟାଲ କରୋନା ଭଳି ମହାମାରୀର ଫାଇଦା ଉଠାଇବାରେ ପଛାଉ ନାହାନ୍ତି | କିଛି ଘରୋଇ ହସ୍ପିଟାଲ କରୋନାକୁ ଟଙ୍କା ରୋଜଗାରର ମାଧ୍ୟମ କରିଛନ୍ତି | ଚିକିତ୍ସା ନାଁରେ ଏମାନେ ଲୋକଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଲୁଟି ନେଉଛନ୍ତି | ସରକାର କୋଭିଡ-୧୯ ଚିକିତ୍ସା ପାଇଁ ଏକ ରାଶି ଧାର୍ଯ୍ୟ କରିଛନ୍ତି | କିନ୍ତୁ ହସ୍ପିଟାଲ ନିଜ ମନ ଇଛା ଲୋକଙ୍କ ଠାରୁ ଟଙ୍କା ଲୁଟି ଚାଲିଛି | ଗୁରୁଃଗ୍ରାମରୁ ଏହିଭଳି ଏକ ଘଟଣା ସାମ୍ନାକୁ ଆସିଛି | ଗୁରୁଃଗ୍ରାମ ମେଦାନ୍ତା ଘରୋଇ ହସ୍ପିଟାଲ ଜଣେ କରୋନା ରୋଗୀଙ୍କ ଚିକିତ୍ସା ବିଲ୍ ୨୮ ଲକ୍ଷ ଟଙ୍କା କରିଛି |

ଡାକ୍ତରଙ୍କୁ ଭଗବାନଙ୍କ ମାନ୍ୟତା ଦିଆଯାଇଛି | କୁହାଯାଏ ପୃଥିବୀପୃଷ୍ଠରେ ଭଗବାନ ଡାକ୍ତରଙ୍କ ରୂପରେ ଅଛନ୍ତି | ସେ ସମସ୍ତଙ୍କ ଜୀବନ ରକ୍ଷା କରନ୍ତି | କିନ୍ତୁ ଡାକ୍ତରଙ୍କ ଉପରେ ମଧ୍ୟ ଅନେକଥର ପ୍ରଶ୍ନ ଉଠିଥାଏ | କିଛି ହସ୍ପିଟାଲ ରୋଗୀଙ୍କ ପରିସ୍ଥିତିର ଫାଇଦା ଉଠାଇ ମୋଟା ଅଙ୍କର ଟଙ୍କା ଲୁଟାଇଥାନ୍ତି ତାହା କାହାକୁ ଅଛପା ନୁହେଁ | କରୋନା ମହାମାରୀ ସମୟରେ ଡାକ୍ତର ନିଜ ଜୀବନକୁ ବାଜି ଲଗାଇ ରୋଗୀଙ୍କ ଚିକିତ୍ସା କରୁଛନ୍ତି | ସେଥିପାଇଁ ସାରା ଦେଶ ଆଜି ଡାକ୍ତରଙ୍କୁ ସମ୍ମାନ ଜଣାଉଛି ଏବଂ ଡାକ୍ତରଙ୍କୁ କରୋନା ଯୋଦ୍ଧା କହି ସମ୍ମାନିତ କରିଛି | କିନ୍ତୁ ଏବେ ମଧ୍ୟ ଏହି ପେସାରେ ଏମିତି କିଛି ଲୋକ ଅଛନ୍ତି ଯେଉଁମାନେ ଧଳା ପୋଷାକ ଆଢୁଆଳରେ କଳା ଧନ୍ଦା କରୁଛନ୍ତି |

{"id":299765,"sizeSlug":"large"}

ଗୁରୁଃଗ୍ରାମ ମେଦାନ୍ତା ହସ୍ପିଟାଲ ବିରୋଧରେ ଅଭିଯୋଗ ହୋଇଛି ଯେ ଚିକିତ୍ସାର ପୁରା ଟଙ୍କା ନ ଦେବାରୁ ରୋଗୀଙ୍କୁ ଡିସଚାର୍ଜ କରାଯାଇନାହିଁ | କେବଳ ସେତିକି ନୁହେଁ, ହସ୍ପିଟାଲ ବିରୋଧରେ ଆଉ ଏକ ଅଭିଯୋଗ ମଧ୍ୟ ରହିଛି | ଅଭିଯୋଗ ହୋଇଛି ଯେ ରୋଗୀଙ୍କ ୪୦ ଦିନର ଚିକିତ୍ସା ବିଲ୍ ୨୮ ଲକ୍ଷ ଟଙ୍କା ହୋଇଛି |

ସୂଚନାଯୋଗ୍ୟ ଯେ, କେନ୍ଦ୍ର ସରକାର କରୋନା ମହାମାରୀ ଚିକିତ୍ସା ପାଇଁ ଚିକିତ୍ସା ରାଶି ଧାର୍ଯ୍ୟ କରିଛନ୍ତି | କିନ୍ତୁ ତଥାପି ଘରୋଇ ହସ୍ପିଟାଲର ମନ ଇଚ୍ଛା ଲୁଟର ଅନେକ ମାମଲା ସାମ୍ନାକୁ ଆସିଛି | ଏହି ମାମଲାରେ ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ହସ୍ପିଟାଲକୁ ସୋ-କଜ ନୋଟିସ ଜାରି କରିଛନ୍ତି | ଗୁରୁଃଗ୍ରାମରେ ଏହା ପ୍ରଥମ ମାମଲା ନୁହେଁ | ଏହା ପୂର୍ବରୁ ମଧ୍ୟ ଏହିଭଳି ମାମଲା ସାମ୍ନାକୁ ଆସିଥିଲା | ତେବେ ଦେଖିବା ବାକି ରହିଲା, କରୋନା ମହାମାରୀ ସମୟରେ ଭଗବାନ ମାନୁଥିବା ଡାକ୍ତର ଯଦି ଲୋକଙ୍କୁ ଏହିଭଳି ଲୁଟିବେ ତାହେଲେ ତାଙ୍କ ଉପରେ କିଏ ବିଶ୍ୱାସ କରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.