ଗୁରୁଦ୍ୱାର ତଖ୍ତ ଶ୍ରୀ ହଜୁର ସାହିବଙ୍କ ବଡ ଘୋଷଣା: ୫୦ ବର୍ଷରୁ ଜମା ହୋଇଥିବା ସୁନା ମେଡିକାଲ ଚିକିତ୍ସା ପାଇଁ କରିବେ ଦାନ

Published By : Prameya-News7 Bureau | May 26, 2021 IST

ମହାରାଷ୍ଟ୍ର ୨୬/୦୫: ସାରା ଦେଶରେ ବ୍ୟାପିଥିବା ମହାମାରୀ କରୋନାରେ ପ୍ରତିଦିନ ଲକ୍ଷ ଲକ୍ଷ ଲୋକ ଶିକାର ହେଉଛନ୍ତି। ବହୁ ସଂଖ୍ୟକ ରୋଗୀଙ୍କ ଯୋଗୁଁ ଡାକ୍ତରଖାନାରେ ଅକ୍ସିଜେନ୍ ଏବଂ ବେଡର ଅଭାବ ମଧ୍ୟ ରହିଛି। ଏହି ସମୟରେ,ଅନେକ ଲୋକ ସାହାଯ୍ୟ ପାଇଁ ଆଗେଇ ଆସୁଛନ୍ତି । ସେହିପରି ଶିଖ ସମ୍ପ୍ରଦାୟ ମଧ୍ୟ ସାହାଯ୍ୟର ହାତ ବଢାଇଛନ୍ତି । ସେମାନେ ଯେକୌଣସି ଉପାୟରେ ଲୋକଙ୍କୁ ସାହାଯ୍ୟ କରୁଛନ୍ତି । ବିଗତ ଅନେକ ଦିନ ଧରି ଅକ୍ସିଜେନର ଅଭାବ ହେବାରୁ  ଗୁରୁଦ୍ୱାର ଦ୍ୱାରା ଅକ୍ସିଜେନ୍ ସିଲିଣ୍ଡରର ଏବଂ ଖାଦ୍ୟ ମଧ୍ୟ ବଣ୍ଟନ କରାଯାଉଛି । ବର୍ତ୍ତମାନ ମହାରାଷ୍ଟ୍ରର ନନ୍ଦେଡରେ ଗୁରୁଦ୍ୱାର ତଖ୍ତ ଶ୍ରୀ ହଜୁର ସାହିବଙ୍କ ଦ୍ୱାରା ଏକ ବଡ ଘୋଷଣା କରାଯାଇଛି।

{"width":619,"height":464}
PunjabKesari

କରୋନା ମହାମାରୀରେ ସହାୟତା ଭାବରେ ମହାରାଷ୍ଟ୍ରର ନନ୍ଦେଡରେ ଗୁରୁଦ୍ୱାର ତଖ୍ତ ଶ୍ରୀ ହଜୁର ସାହିବ ଗତ ୫୦ ବର୍ଷ ମଧ୍ୟରେ ଜମା ହୋଇଥିବା ସମସ୍ତ ସୁନା ଦାନ କରିବାକୁ ଘୋଷଣା କରିଛନ୍ତି। ମେଡିକାଲ ଭିତ୍ତିଭୂମି ପାଇଁ ସେମାନେ ଏହି ସୁନା ଦାନ କରିବେ ବୋଲି କହିଛନ୍ତି।

ତାଙ୍କର କହିବାର କଥା, ସେମାନଙ୍କ ଦ୍ୱାରା ଦାନ ହେବାକୁଥିବା ସୁନାରେ ଡାକ୍ତରଖାନାର ଜରୁରୀ ଚିକିତ୍ସା ସାମଗ୍ରୀର ବ୍ୟବସ୍ଥା କରାଯିବ। ଏହା ବ୍ୟତୀତ ଗୁରୁଦ୍ୱାର ଦ୍ୱାରା ଲୋକଙ୍କୁ ଖାଦ୍ୟ, ଅକ୍ସିଜେନ୍ ସିଲିଣ୍ଡର ଏବଂ ଅନ୍ୟାନ୍ୟ ଜରୁରୀ ଜିନିଷ ମଧ୍ୟ ଯୋଗାଇ ଦିଆଯାଉଛି।

{"width":634,"height":348}
PunjabKesari

ଗତ କିଛି ଦିନ ହେବ ଶିରୋମଣି ଗୁରୁଦ୍ୱାର ପ୍ରବନ୍ଧକ କମିଟି ରୁପନଗରର ଗୁରୁଦ୍ୱାର ଶ୍ରୀ ବଟ୍ଠ ସାହିବରେ ନିକଟରେ କୋଭିଡ କେନ୍ଦ୍ର ଖୋଲିଛନ୍ତି। ଯାହାଦ୍ୱାରା କରୋନାରେ ପୀଡ଼ିତ ଲୋକମାନଙ୍କୁ ସଠିକ୍ ଚିକିତ୍ସା କରାଯାଇପାରିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.