Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜ୍ୟରେ ଆଉ ୧୩ କରୋନା ସଂକ୍ରମିତଙ୍କ ମୃତ୍ୟୁ, ୧୨୭୨ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
  • ||
  • ରାଜ୍ୟରେ ଚିହ୍ନଟ ହେଲେ ୧୨୪୭ କରୋନା ସଂକ୍ରମିତ, ୨୮୩୯୪୨ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଢେଙ୍କାନାଳ : କେନାଲରୁ ମୃତଦେହ ଉଦ୍ଧାର, ଶୌଚ ହେବାକୁ ଯାଇ ବୁଡିଯାଇଥିବା ସନ୍ଦେହ
  • ||
  • ଢେଙ୍କାନାଳ : ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଠେଙ୍ଗାରେ ପିଟି ପିଟି ମାରିଦେଲା, ଅଭିଯୁକ୍ତ ସ୍ବାମୀ ଫେରାର
  • ||
  • ଅନୁଗୋଳ : ଶ୍ରମିକଙ୍କ ସନ୍ଦେହଜନକ ମୃତ୍ୟୁ, ବିଷାକ୍ତ ମଦ ପିଇ ମୃତ୍ୟୁ ଅଭିଯୋଗ
  • ||
  • କଳାହାଣ୍ଡି : ଯୁବକଙ୍କ କ୍ଷତ ବିକ୍ଷତ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକ
  • ||
  • ଜଲାପୁଟ ଜଳ ଭଣ୍ଡାରରେ ମାଛଧରା ଡଙ୍ଗା ବୁଡି ୩ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ପାକିସ୍ତାନ : ପେଶାଓ୍ୱାରରେ ବୋମା ବିସ୍ଫୋରଣରେ ୭ ମୃତ, ୫୫ ଆହତ
  • ||
  • ପଞ୍ଜାବର ବିଜୟ ଅଭିଯାନ ଜାରି, ୮ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ମଙ୍ଗୁ ମଠ ଉଚ୍ଛେଦ ନେଇ ପୁରୀରେ ଦିଲ୍ଲୀ ଗୁରୁଦ୍ୱାର ପ୍ରବନ୍ଧକ କମିଟିର ସଦସ୍ୟ, ଜିଲ୍ଲାପାଳଙ୍କୁ ଭେଟି ଉଚ୍ଛେଦ ନ କରିବା ପାଇଁ ଅନୁରୋଧ କଲେ

16/09/2019 at 5:58 PM

ପୁରୀ ୧୬।୦୯- ଉଛେଦ ପ୍ରକ୍ରିୟା ଚାଲିଥିବା ବେଳେ ମଙ୍ଗୁ ମଠ ଉଛେଦ ନେଇ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚିନ୍ତାବ୍ୟକ୍ତ କରିବା ପରେ ଏବେ ବଦଳୁଛି ପାଣିପାଗ।  ପୁରୀ ଜିଲ୍ଲାପାଳଙ୍କୁ  ଦିଲ୍ଲୀ ଗୁରୁଦ୍ବାର ପ୍ରବନ୍ଧକ କମିଟି  ଓ  ପୁରୀ ଗୁରୁଦ୍ବାର ଆରତୀ ସାହେବ କିମଟିର ପ୍ରତିନିଧି ଭେଟିଛନ୍ତି ।  ଜିଲ୍ଲାପାଳ କହିଛନ୍ତି ମଠର ଅନେକ ଐତିହ୍ୟ ସ୍ଥଳୀ ଓ ମହନ୍ତଙ୍କ ବାସଗୃହ ସୁରକ୍ଷିତ ରହିଛି।  ପରବର୍ତ୍ତୀ ସମୟରେ ସେଗୁଡ଼ିକ ନିର୍ମାଣ କରାଯାଇ ପାରିବ। .. 

ପୁରୀରେ ଶ୍ରୀମନ୍ଦିର ନିକଟରେ ଥିବା ମଙ୍ଗୁ ମଠ ଭଙ୍ଗା ଯିବ ନାହିଁ ?  କେବଳ ଦୋକାନ ଘର ଉଚ୍ଛେଦ କରାଯିବ। ଏହା ଜିଲ୍ଲାପ୍ରଶାସନ ସ୍ପଷ୍ଟ କରିବା ସତ୍ତ୍ବେ ବି ଲାଗି ରହିଛି ନାନା କଳ୍ପନା ଜଳ୍ପନା । କାରଣ ପୁରୀରେ ମଙ୍ଗୁ ମଠ ଉଛେଦ ପ୍ରସଙ୍ଗରେ ଦିଲ୍ଲୀ ଗୁରୁଦ୍ବାରା ପ୍ରବନ୍ଧକ କମିଟି ଓ ପୁରୀ ଗୁରୁଦ୍ବାର ଆରତୀ ସାହେବ କମିଟିର ପ୍ରତିନିଧି ଜିଲ୍ଲାପାଳଙ୍କୁ ଭେଟିଛନ୍ତି । ମଠ ଉଛେଦ ବନ୍ଦ କରିବା ଲାଗି ଜିଲ୍ଲାପାଳଙ୍କ ନିକଟରେ ଏମାନେ ଅନୁରୋଧ କରିଛନ୍ତି । ୧୬୧୫ ମସିହାରେ ପ୍ରତିଷ୍ଠିତ ମଙ୍ଗୁ ମଠରେ ପୂଜା ପାଉଛନ୍ତି ପତିତପାବନ ଓ ଗୁରୁ ନାନକଙ୍କ ପୁତ୍ର ଶ୍ରୀ ଚାଞ୍ଚି ମହାରାଜ । ଶ୍ରୀମନ୍ଦିର ସୁରକ୍ଷା ଜୋନରେ ଉଛେଦ ହେବାକୁ ଥିବା ୭୫ ମିଟର ପରଧି ମଧ୍ୟରେ ରହିଛି ମଙ୍ଗୁ ମଠ।  ମାପଚୁପ ବି ସରିଛି। ହେଲେ ଜଗନ୍ନାଥ ସଂସ୍କୃତି ଓ ଶିଖ୍ ଧର୍ମ ମଧ୍ୟରେ ଏହି ମଠର ସଂପର୍କ ଥିବାରୁ ମଠ ନଭାଙ୍ଗିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟ୍ୟାଗ କରି ଟ୍ବିଟ କରିଥିଲେ ପଞ୍ଜାବ ମୁଖ୍ୟମନ୍ତ୍ରୀ କ୍ୟାପଟେନ୍ ଅମରେନ୍ଦ୍ର ସିଂ । ଯାହା ଉପରେ ପୁରୀ ସାଂସଦ ପିନାକୀ ମିଶ୍ର ଜବାବ ଦେଇଥିଲେ। ସେପଟେ ପ୍ରତିନିଧି ଆଶାବ୍ୟକ୍ତ କରିଛନ୍ତି ରାଜ୍ୟ ସରକାର ସେମାନଙ୍କ ଅନୁରୋଧ ରଖିବେ । 

କେବଳ ମଙ୍ଗୁ ମଠ ନୁହେଁ ସବୁ ମଠର ସୁରକ୍ଷା ଉପରେ ଗୁରୁତ୍ବ ଦିଆଯିବା ଉଚିତ୍ ଥିଲା ବୋଲି ନିଖିଳ ଉତ୍କଳ ମଠାଧିଶ କହିଛନ୍ତି । ତେବେ ମଙ୍ଗୁ ମଠର ଅନେକ ଐତିହ୍ୟ ସହ ମହନ୍ତଙ୍କ ବାସଗୃହ ସୁରକ୍ଷିତ ରହିଛି । ତେଣୁ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଯାହା କିଛି ହେବ ବୋଲି ପୁରୀ ଜିଲ୍ଲାପାଳ ବଳୱନ୍ତ ସିଂ କହିଛନ୍ତି ।

ମଙ୍ଗୁ ମଠର ସୁରକ୍ଷା ନେଇ ପ୍ରତିନିଧିଙ୍କ ଅନୁରୋଧ ପରେ ଏହା ଉପରେ ପ୍ରଶାସନ ବିଚାର ବିମର୍ଶ କରୁଛି ।

   Related Posts