୧୪ରୁ ଗୁରୁଙ୍କ ବକ୍ରୀ ଚଳନ : ବୃଷ, କନ୍ୟା, ବିଛା ସମେତ ଏହି ୭ ରାଶିଙ୍କ ବଦଳିବ ଭାଗ୍ୟ

Published By : Prameya-News7 Bureau | May 13, 2020 IST

ଭୁବନେଶ୍ୱର ୧୩/୦୫ : ମେ ୧୪ ତାରିଖ ଗୁରୁବାର ଦିନ ଗୁରୁ ବକ୍ରୀ ହେବେ | ଗୁରୁଙ୍କ ବକ୍ରୀ ହେବା ଫଳରେ କିଛି ରାଶିର ବ୍ୟକ୍ତିଙ୍କର ଭାଗ୍ୟ ବଦଳିଯିବାର ସମ୍ଭାବନା ରହିଛି | ଗୁରୁଙ୍କ ଓଲଟା ଚଳନ ସେପ୍ଟେମ୍ବର ୧୩ ତାରିଖ ପର୍ଯ୍ୟନ୍ତ ରହିବ | ଏହାପରେ ଗୁରୁ ପୁଣିଥରେ ବକ୍ରୀରୁ ମାର୍ଗୀ ହେବେ | ଗୁରୁ ବକ୍ରୀ ହେବା ଫଳରେ କେଉଁ ରାଶିରେ କଣ ପ୍ରଭାବ ପଡିବ ଜାଣନ୍ତୁ |

କର୍କଟ - କର୍କଟ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁଙ୍କ ବକ୍ରୀ ଲାଭଦାୟକ ପ୍ରମାଣିତ ହେବ | ଏହି ସମୟରେ କୌଣସି ନୂଆ କାର୍ଯ୍ୟ ଆରମ୍ଭ କଲେ ସୁଫଳ ମିଳିବ | ବ୍ୟବସାୟରେ ଲାଭ ମିଳିବାର ଅନେକ ସମ୍ଭାବନା ରହିଛି | କର୍କଟ ରାଶି ପାଇଁ ଏହି ସମୟ କୌଣସି ବରଦାନ ଠାରୁ କମ ନୁହେଁ |

ଧନୁ - ଧନୁ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁଙ୍କ ବକ୍ରୀ ସାମାନ୍ୟ ଫଳଦାୟୀ ରହିବ | ଏହି ସମୟ ମଧ୍ୟରେ ଧନୁ ରାଶି ବ୍ୟକ୍ତିଙ୍କୁ ସମସ୍ତ ସଫଳତା ମିଳିବା ଯୋଗ ରହିଛି | ତେବେ ସେଥିପାଇଁ କଠିନ ପରିଶ୍ରମ କରିବାକୁ ହେବ | ବ୍ୟବସାୟ ଲାଭ ହେବାର ଅନେକ ସମ୍ଭାବନା ରହିଛି | ଧନ ଲାଭ ହେବାର ମଧ୍ୟ ଯୋଗ ରହିଛି ଯେଉଁଥିପାଇଁ ଆର୍ଥିକ ସ୍ଥିତିରେ ସୁଧାର ଆସିବ | ବୈବାହିକ ଜୀବନ ସୁଖମୟ ରହିବ |

କୁମ୍ଭ - କୁମ୍ଭ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁଙ୍କ ବକ୍ରୀ ହେବା ଶୁଭ ପ୍ରମାଣିତ ହେବ | ବିଦ୍ୟାର୍ଥୀଙ୍କ ପାଇଁ ଏହି ସମୟ ବରଦାନ ସଦୃଶ୍ୟ | ତେବେ ବିଦ୍ୟାର୍ଥୀ ଏହି ସମୟରେ କଠିନ ପରିଶ୍ରମ କଲେ ସୁଫଳ ପାଇବେ | ଜୀବନସାଥୀ ସହ ତାଳ ଦେଇ ଚାଲିଲେ ପାରିବାରିକ ଜୀବନ ସୁଖମୟ ହେବ | ବ୍ୟବସାୟୀଙ୍କୁ ଟିକେ ସାବଧାନତା ଅବଲମ୍ବନ କରିବାକୁ ପଡିବ | ଯଦି ପୁଣି ବିନିଯୋଗ କରିବାକୁ ଚାହୁଁଛନ୍ତି ତାହେଲେ ବୁଝିବିଚାରି କରିବା ଉଚିତ |

{"id":269426,"sizeSlug":"large"}

ମୀନ - ଗୁରୁଙ୍କ ବକ୍ରୀ ହେବା ମୀନ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଶୁଭଫଳଦାୟୀ ପ୍ରମାଣିତ ହୋଇପାରେ | ଅଟକି ରହିଥିବା କାର୍ଯ୍ୟ ଏହି ସମୟରେ ପୁର୍ଣ ହେବ | ବ୍ୟବସାୟରେ ଲାଭ ହେବ | ଜୀବନସାଥୀ ସହ ମଧୁର ସମ୍ପର୍କ ରହିବ |

ବୃଷ - ବୃଷ ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁଙ୍କ ବକ୍ରୀ ମିଳିତ ଫଳଦାୟୀ ରହିବ | ଏହି ସମୟରେ ଅସାବଧାନତା ପଦକ୍ଷେପ ନନେଲେ କୌଣସି କ୍ଷତି ହେବନାହିଁ | ଏହି ସମୟରେ ଆଧ୍ୟାତ୍ମିକ ଚିନ୍ତାଧାରା ରଖିବା ଆବଶ୍ୟକ | ପୂଜା ବ୍ରତ ଆଦି ପାଳନ କଲେ ସୁଫଳ ପାଇବେ | ପାରିବାରିକ ଜୀବନରେ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି | ବିଦ୍ୟାର୍ଥୀ ପାଠପଢାରେ ଧ୍ୟାନ ଦେବା ଆବଶ୍ୟକ | 

କନ୍ୟା - କନ୍ୟା ରାଶି ବ୍ୟକ୍ତି ବିଶେଷଙ୍କ ପାଇଁ ଗୁରୁଙ୍କ ବକ୍ରୀ ମିଳିତ ଫଳଦାୟୀ ପ୍ରମାଣିତ ହେବ | ଯେକୌଣସି କାର୍ଯ୍ୟକୁ ପୁରା କରିବାକୁ ସର୍ବୋତ୍ତମ ଯୋଜନା ପ୍ରସ୍ତୁତ କରିବାକୁ ପଡିବ | ବୟବସଯଇ ଏବଂ ଉଚ୍ଚ ପଦବୀରେ କାର୍ଯ୍ୟରତ ଲୋକଙ୍କୁ କିଛି ସମସ୍ୟାର ସମ୍ମୁଖୀନ ହେବାକୁ ପଡିପାରେ | 

ବିଛା - ଗୁରୁଙ୍କ ବକ୍ରୀ ବିଛା ରାଶି ବ୍ୟକ୍ତିଙ୍କୁ ମିଳିତ ଫଳ ପ୍ରଦାନ କରିବ | କିଛି କ୍ଷତି ହେବନାହିଁ କି ବିଶେଷ ଲାଭ ମଧ୍ୟ ହେବନାହିଁ | ଏହି ସମୟରେ ନିଜ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବା ଆବଶ୍ୟକ | କାହା ଉପରେ ନିର୍ଭର ନ କରି ନିଜ କାର୍ଯ୍ୟ ନିଜେ କରିବାକୁ ଚେଷ୍ଟା କରନ୍ତୁ | ଅନ୍ୟ ଉପରେ ନିର୍ଭର କଲେ କ୍ଷତି ହେବାର ସମ୍ଭାବନା ରହିଛି | ପ୍ରେମ ଜୀବନରେ ମଧ୍ୟ କିଛି ସମସ୍ୟା ଉପୁଜିବାର ସମ୍ଭାବନା ରହିଛି | ସତର୍କ ରହିବାକୁ ପଡିବ |

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.