Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଲୋକସଭାରେ ପାରିତ ହେଲା କୃଷି ଆଇନ ଉଚ୍ଛେଦ ବିଲ୍‌
  • ||
  • କୃଷକଙ୍କୁ ଦଳି ମାରିଲେ ୭ ଦନ୍ତା, ଖଣ୍ଡ ଖଣ୍ଡ କରିଦେଲେ ଶରୀର
  • ||
  • ଦେଶରେ ୨୪ ଘଣ୍ଟାରେ ବାହାରିଲେ ୮ ହଜାରରୁ ଅଧିକ କରୋନା ପଜିଟିଭ, ୨୩୬ ମୃତ
  • ||
  • ରାଜ୍ୟରେ ଆଉ ୨ଜଣଙ୍କ ଜୀବନ ନେଲା କରୋନା, ମୃତ୍ୟୁସଂଖ୍ୟା ୮୪୦୯କୁ ବୃଦ୍ଧି
  • ||
  • ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ହେଲେ ୧୯୭ କରୋନା ସଂକ୍ରମିତ, ୧୦୪୮୮୮୦ରେ ପହଞ୍ଚିଲା ସଂଖ୍ୟା
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ୧୨ ଘଣ୍ଟିଆ ମୟୂରଭଞ୍ଜ ବନ୍ଦ : ବିଭିନ୍ନ ଭାଷାକୁ ଦ୍ୱିତୀୟ ରାଜ୍ୟଭାଷା ମାନ୍ୟତା ପ୍ରଦାନ ଦାବି
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଭିଜିଲାନ୍ସ ଜାଲରେ କନଷ୍ଟେବଳ, ଜବତ ହେଲାଣି ଲକ୍ଷ ଲକ୍ଷ ଟଙ୍କା
  • ||
  • ଓମିକ୍ରନ୍ ନେଇ AIIMS ମୁଖ୍ୟ ଗୁଲେରିଆ ଦେଲେ ଚେତାବନୀ, କହିଲେ ନୂଆ ଭାରିଆଣ୍ଟ ଭାକସିନକୁ ଦେଇପାରେ ଚକମା
  • ||

ଗୁରୁ ପୂର୍ଣ୍ଣିମାରେ ପିଏମଙ୍କ ବାର୍ତ୍ତା, କହିଲେ ଭଗବାନ ବୁଦ୍ଧଙ୍କ ମାର୍ଗରେ ଚାଲିଲେ ଦୂର ହେବ ବାଧାବିଘ୍ନ

24/07/2021 at 11:06 AM

ନୂଆଦିଲ୍ଲୀ ୨୪/୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧମଚକ୍ର ଦିବସ ଅବସରରେ ଦେଶବାସୀଙ୍କୁ ଶୁଭାକାମନା ଜଣାଇଛନ୍ତି । ଆଷାଢ ପୂର୍ଣ୍ଣିମା ଅବସରରେ ଧମଚକ୍ର ଦିବସ ପାଳନ କରାଯାଇଥାଏ । ତେବେ ଦେଶବାସୀଙ୍କୁ ସମ୍ୱୋଧନ ଅବସରରେ ମୋଦି କହିଛନ୍ତି ଏହି ଦିନଟି ଅତି ଖାସ । କାରଣ ଏହି ଭଗବାନ ବୁଦ୍ଧ ବୁଦ୍ଧତ୍ୱ ପ୍ରାପ୍ତ ପରେ ପ୍ରଥମ ଜ୍ଞାନ ସଂସାରକୁ ଦେଇଥିଲେ । ଏହା ପୂର୍ବରୁ ମୋଦି ଟ୍ୱିଟ କରି କହିଥିଲେ ଗୁରୁ ପୂ୍ର୍ଣ୍ଣିମା ଅବସରରେ ସମସ୍ତଙ୍କୁ ମୋର ଅଭିନନନ୍ଦନ ।


ପ୍ରଧାନମନ୍ତ୍ରୀଙ୍କ ମୁଖ୍ୟ ବାର୍ତ୍ତା :
୧- ଆମର ଏଠି କୁହାଯାଏ ଯେ, ଯେଉଁଠି ଜ୍ଞାନ, ସେଠି ପୂର୍ଣ୍ଣତା ଅଛି, ସେହି ପୂର୍ଣ୍ଣିମା ଅଟେ
୨- ଯେତେବେଳେ ଉପଦେଶ ଦେଉଥିବା ଲୋକ ସ୍ୱୟଂ ବୁଦ୍ଧ ହୋଇଥିବେ ତେବେ ସେହି ଜ୍ଞାନ ସଂସାର କଲ୍ୟାଣ ପାଇଁ ପର୍ଯ୍ୟାପ୍ତ ହୋଇଯାଏ ।
୩- ସାରନାଥରେ ଭଗବାନ ବୁଦ୍ଧ ସାରା ଜୀବନର ସଂପୂର୍ଣ୍ଣ ଜ୍ଞାନର ସୂତ୍ର ଆମକୁ ପ୍ରଦାନ କରିଛନ୍ତି ।
୪-ଭଗବାନ ବୁଦ୍ଧ ଆମକୁ ଦୁଃଖ କାରଣ ସହ ଦୁଃଖର ବିଷୟରେ ଜଣାଇଛନ୍ତି । ଏହି ଆଶ୍ୱସନା ମଧ୍ୟ ଦେଇଛନ୍ତି କି, ଯେ, ଦୁଃଖରୁ ଆମକୁ ମୁକ୍ତି ମିଳିପାରିବ, ଏବଂ ଏଥିରୁ ଆମେ ଜିତାବାର ରାସ୍ତା ମଧ୍ୟ ପାଇପାରିବା ।
୫-କରୋନା ମହାମାରୀ ମାଧ୍ୟମରେ ମଣିଷ ସମାଜକୁ ଏକ ବଡ ସଂକଟର ସାମ୍ନା କରିବାକୁ ପଡିଛି ।
୬- ଭଗବାନ ବୁଦ୍ଧଙ୍କ ମାର୍ଗଚେ ଚାଲି ଆମେ ସବୁ ପରିସ୍ଥିତିର ମୁକାବିଲା କରିପାରିବା । ଆଉ ଭାରତ ମଧ୍ୟ ଏହାକୁ କରି ଦେଖାଦେଇଛି ।


ଭଗବାନ ବୁଦ୍ଧ ଆମ ଜୀବନକୁ ଦେଇଥିଲେ ଅଷ୍ଟାଙ୍ଗ ସୂତ୍ର :
ସମ୍ୟକ ଦୃଷ୍ଟି
ସମ୍ୟକ ସଂକଳ୍ପ
ସମ୍ୟକ ବାଣୀ
ସମ୍ୟକ କର୍ମ
ସମ୍ୟକ ଆଜିବିକା
ସମ୍ୟକ ପ୍ରୟାସ
ସମ୍ୟକ ମନ
ସମ୍ୟକ ସମାଧି


ଏହି ଦିନ ବିଶ୍ୱର ବୌଦ୍ଧ ଦ୍ୱାରା ଧର୍ମ ଚକ୍ରରେ ପରିବର୍ତ୍ତନ ଦିବସ ରୂପେ ପାଳିତ ହୋଇଥାଏ । ଏହା ସହ ବୌଦ୍ଧ ଓ ହିନ୍ଦୁମାନେ ନିଜ ନିଜର ଗୁରୁମାନଙ୍କ ପ୍ରତି ସମର୍ପିତ ଥିବାରୁ ଏହି ଦିବସ ପାଳନ କରାଯାଏ ।

   Related Posts