Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ବ୍ରହ୍ମପୁର : ଜମିଜମା ବିବାଦରୁ ବିଧବା ମହିଳାଙ୍କୁ ବୀଭତ୍ସ ହତ୍ୟା
  • ||
  • କଟକ : SCBରେ ମହିଳା ରୋଗୀଙ୍କ ଉପରେ ଖସିପଡିଲା ଫ୍ୟାନ୍, ଆଇସିୟୁରେ ଭର୍ତ୍ତି
  • ||
  • ଭୁବନେଶ୍ବର : ଆନ୍ତର୍ଜାତୀୟ ମହିଳା ଦିବସରେ ବିଜେଡିର ମହିଳା ସମାବେଶ, ମୁଖ୍ୟମନ୍ତ୍ରୀ କହିଲେ ମା’ମାନେ ଆଜନ୍ମ ନେତ୍ରୀ
  • ||
  • ଭୁବନେଶ୍ବର : ଗଠନ ହେଲା ୯ଜଣିଆ ଟାସ୍କ ଫୋର୍ସ, ଆୟତ୍ତ କରିବେ ନିଆଁ
  • ||
  • ବଲାଙ୍ଗିର : ରକ୍ତ ପାଇଁ ଗଲା ଜୀବନ ! ରୋଗୀ ମୃତ୍ୟୁକୁ ନେଇ ମେଡିକାଲରେ ଉତ୍ତେଜନା
  • ||
  • ସମ୍ବଲପୁର : ଜଙ୍ଗଲକୁ ଗଲେ ଠିକଣା ରଖିବ ବନ ବିଭାଗ, ନିଆଁ ଲଗାଇଥିବା ବ୍ୟକ୍ତିଙ୍କ ସମ୍ପର୍କରେ ସୂଚନା ଦେଲେ ମିଳିବ ୫ହଜାର
  • ||
  • ସୁନ୍ଦରଗଡ : ବାଲି ଗଦାରୁ ମହିଳାଙ୍କ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ପାରାଦୀପ : ଟ୍ରେନ୍ ଲାଇନ୍ କଡରୁ ମୃତଦେହ ଉଦ୍ଧାର, ହତ୍ୟା ନା’ ଆତ୍ମହତ୍ୟା ସନ୍ଦେହ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୫୯ କୋଭିଡ୍ ପଜିଟିଭ୍, ୩୩୭୮୦୩ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଜଳେଶ୍ବର : ମୋବାଇଲ୍ ଚୋରକୁ ଧରି ନିର୍ଧୁମ ଛେଚିଲେ ଗ୍ରାମବାସୀ
  • ||

ଆଜି ଗୁରୁନାନକ ଜୟନ୍ତୀ : ଆସନ୍ତୁ ଜାଣିବା ଏମିତି ଏକ ଗୁରୁଦ୍ୱାରା କଥା ଯେଉଁଠି ଭାରତୀୟମାନେ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କରନ୍ତି ଦର୍ଶନ

23/11/2018 at 12:18 PM

ଆଜି ଶିଖ ଗୁରୁ ଗୁରୁନାନକ ଜୟନ୍ତୀ | ଗୁରୁ ନାନକ ୧୫୨୬ ମସିହା କାର୍ତ୍ତିକ ପୁର୍ଣିମା ଦିନ ଜନ୍ମ ଗ୍ରହଣ କରିଥିଲେ | ଏହି ଦିନକୁ ପ୍ରକାଶ ପର୍ବ ଭାବେ ମଧ୍ୟ ପାଳନ କରାଯାଏ | ରବି ନଦୀ କୁଳରେ ଅବସ୍ଥିତ ତଳବନଣ୍ଡି ଗାଁରେ ନାନକ ଜନ୍ମ ହୋଇଥିଲେ | ନାନକଙ୍କ ପିତାଙ୍କ ନାମ ମେହତା କାଲୁ ଏବଂ ମାତାଙ୍କ ନାମ ତୃପ୍ତା ଦେବୀ | ଗୁରୁ ନାନକ ଶିଖା ଧର୍ମର ସ୍ଥାପନା କରିଥିଲେ |

ଗୁରୁ ନାନକ ଶିଖାମାନଙ୍କ ଆଦି ଗୁରୁ | ପିଲା ଦିନରୁ କିଛି ଚମତ୍କାରୀ ଘଟଣା ଘଟାଇଥିଲା ଯାହା ଫଳରେ ଲୋକେ ତାଙ୍କୁ ଦିବ୍ୟ ବ୍ୟକ୍ତିତ୍ୱର ଆଖ୍ୟା ଦେଇଥିଲେ | ସମାଜ ଚାଲିଥିଲା କୁପ୍ରଥାଗୁଡିକ ବିନାଶ କରିବା ପାଇଁ ନାନକ ବହୁତ ପ୍ରୟାସ କରିଥିଲେ |
ଜାଣିବା ଏମିତି ଏକ ଗୁରୁଦ୍ୱାରା କଥା ଯେଉଁଠି ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ ଭାରତୀୟମାନେ ଦର୍ଶନ କରିଥାନ୍ତି | ଏହି ଗୁରୁଦ୍ୱାରା ପାକିସ୍ତାନର ନାରୋବାଲ ଜିଲ୍ଲାରେ ଅବସ୍ଥିତ | ଏହାର ନାଁ ହେଲା କରତାପୂର ସାହେବ | ନାନକଙ୍କ ମୃତ୍ୟୁ ମଧ୍ୟ ଏଠାରେ ହୋଇଥିଲା | ତେଣୁ ଏଠାରେ ନାନକଙ୍କ ସମାଧି ରହିଛି |

ଏହି ଗୁରୁଦ୍ୱାରା ପାକିସ୍ତାନ ଥିବା ଯୋଗୁଁ ଭାରତୀୟ ନାଗରିକଙ୍କୁ ଦର୍ଶନ ପାଇଁ ଭିଜା ଦରକାର ପଡିଥାଏ | ତେବେ ସମସ୍ତେ ଭିଜା ନେଇ ଗୁରୁଦ୍ୱାରା ଦର୍ଶନ କରିବା ସମ୍ଭବପର ହୋଇନଥାଏ | ତେଣୁ ଯେଉଁମାନେ ଯାଇପାରନ୍ତି ନାହିଁ ସେମାନେ ଭାରତ ସୀମାରେ ଅବସ୍ଥିତ ଡେରା ବାବା ସ୍ଥିତ ଗୁରୁଦ୍ୱାରା ସହିଦ ବାବା ସିଦ୍ଧ ସୈନ ରନ୍ଧାୱା ଯାଇ ଦୂରବୀକ୍ଷଣ ଯନ୍ତ୍ର ସାହାଯ୍ୟରେ କରତାପୂର ସାହେବ ଦର୍ଶନ କରିଥାନ୍ତି | ଏହି କରତାପୂର ସାହେବ ଭାରତୀୟ ସୀମାଠୁ ପ୍ରାୟ ୪କି:ମି ଦୂରରେ ଅବସ୍ଥିତ |

ତତ୍କାଳୀନ ଗଭର୍ନର ଦୁନି ଚାନ୍ଦଙ୍କ ସାକ୍ଷାତ ଗୁରୁନାନକଙ୍କ ସହ ହୋଇଥିଲା | ତାଙ୍କୁ ସାକ୍ଷାତ ପରେ ଗଭର୍ନର ୧୦୦ ଏକର ଜମି ଗୁରୁଙ୍କ ପାଇଁ ଦାନ କରିଥିଲେ | ଏଠାରୁ ଗୁରୁନାନକ ଲଂଗରର ଶୁଭାରମ୍ଭ କରିଥିଲେ | ଏଠାରେ ଉଭୟ ପୁରୁଷ ଏବଂ ମହିଳା ମିଶି ଭୋଜନ କରିଥାନ୍ତି | ପୁରୁଷ ଏବଂ ମହିଳା ମଧ୍ୟରେ ଭେଦଭାବ ଶେଷ କରିବା ପାଇଁ ନାନକ ଏଠାରୁ ଲଂଗର ବ୍ୟବସ୍ଥା ଆରମ୍ଭ କରିଥିଲେ |
ପଟିଆଲାର ମହାରାଜା ସର୍ଦାର ଭୂପିନ୍ଦର ସିଂ କରତାପୂର ସାହେବ ଗୁରୁଦ୍ୱାରା ନିର୍ମାଣ କରିଥିଲେ | ୧୯୯୫ ମସିହାରେ ପାକିସ୍ତାନ ସରକାର ଏହାର ମରାମତି କରିଥିଲେ |

   Related Posts