ଶିଖ୍ ଧର୍ମଗୁରୁ ଗୁରୁ ନାନକଙ୍କ ୫୫୦ତମ ଜୟନ୍ତୀ ଉତ୍ସବ ପାଳିତ

Published By : Prameya-News7 Bureau | April 07, 2019 IST

ପୁରୀ ୭|୪ : ଶିଖ୍ ଧର୍ମଗୁରୁ ଗୁରୁ ନାନକଙ୍କ ୫୫୦ତମ ପ୍ରକାଶ ଜୟନ୍ତୀ ଉତ୍ସବ ପୁରୀ ବଳିଆପଣ୍ଡାଠାରେ ମହାସମାରୋହରେ ପାଳନ ହୋଇଛି। ବିଶ୍ବର ବିଭିନ୍ନ ସ୍ଥାନରୁ ୫୦ ହଜାର ଶିଖ୍ ଧର୍ମାବଲମ୍ବୀ ଏହି ଉତ୍ସବରେ ଯୋଗଦେଇଛନ୍ତି। ଶ୍ରୀଗୁରୁ ନାନକ ଦେବଜୀ ରିଲିଜିୟସ ଆଣ୍ଡ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ଆୟୋଜିତ ଏହି ମହାସମାରୋହରେ ଗୁରୁ ନାନକଙ୍କ ଧର୍ମାବଣୀ, ସଂକୀର୍ତ୍ତନ, ପ୍ରବଚନ, ଜାତୀୟସ୍ତରୀୟ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଛି।

{"id":101243}

ମୁଖ୍ୟ ଅତିଥି ଭାବେ ରାଜ୍ୟପାଳ ଗଣେଶୀ ଲାଲ୍ ଏହି ଉତ୍ସବରେ ଯୋଗ ଦେଇଥିଲେ। ଗୁରୁ ନାନକ ୧୫୦୮ ରେ ପୁରୀ ଆସି ବାଉଳି ମଠରେ ଅବସ୍ଥାନ କରିଥିଲେ। ଏଥିସହ ଗୋରାପୁରରେ ମଧ୍ୟ ଗୋଟିଏ ଦିନ ଅବସ୍ଥାନ କରିଥିଲେ। ଏହି ସମୟରେ ଗୋରାପୁର କି‌ବା ମାଣିକପାଟଣାର ହେମନ୍ତ ରାୟ ଗୁରୁ ନାନକଙ୍କ ସଂସ୍ପର୍ଶରେ ଆସି ତାଙ୍କ ପଞ୍ଚପ୍ରିୟ ଶିଷ୍ୟ ମଧ୍ୟରୁ ଅନ୍ୟତମ ହୋଇପାରିଥିଲେ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.