Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପ୍ରାର୍ଥୀ ତାଲିକା ଘୋଷଣା କଲେ ମମତା ବାନାର୍ଜୀ : ନନ୍ଦିଗ୍ରାମରୁ ଲଢିବେ ଦିଦି, ମୁସଲିମ ପ୍ରାର୍ଥୀଙ୍କୁ ପ୍ରାଧାନ୍ୟ
  • ||
  • ଆଠଗଡ : କାଜୁ ବଗିଚାରୁ ଅଜଣା ମହିଳାଙ୍କ ମୃତଦେହ ଠାବ, ହତ୍ୟା ନା ଆତ୍ମହତ୍ୟା ?
  • ||
  • ଭଦ୍ରକ : ସେବା ସମବାୟ ସମିତିରେ ଧାନ କିଣାକୁ ନେଇ ବ୍ୟାପକ ଜାଲିଆତି, ଡାଟା ଏଣ୍ଟ୍ରି ଅପରେଟର ଓ ସମ୍ପାଦକ ନିଲମ୍ବିତ
  • ||
  • ଭୁବନେଶ୍ବର : ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୧ କୋଭିଡ୍ ପଜିଟିଭ୍, ୩୩୭୬୨୦ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା
  • ||
  • ଦେବଗଡ : ଅଭିଯୋଗକାରିଣୀଙ୍କୁ ଲାଞ୍ଚ ମାଗି ନିଲମ୍ବିତ ହେଲେ ଏଏସଆଇ
  • ||
  • ନୀଳଗିରି : ମହିଳା ସମିତି ସଭ୍ୟାଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ବିଜେଡି ବିଧାୟକ ପ୍ରାର୍ଥୀଙ୍କ ନାଁରେ ମାମଲା ରୁଜୁ
  • ||
  • ବିନିକା : ସହିପାରିଲେନି ବାପଘରୁ ବିଦା ହେବାର ଦୁଃଖ, କାନ୍ଦି କାନ୍ଦି ଚାଲିଗଲା ନବବଧୂଙ୍କ ଜୀବନ
  • ||
  • ଆଠଗଡ : ବାଇକ୍‌କୁ ଧକ୍କା ଦେଲା ‘ନିଶା’ : ଆରୋହୀ ମୃତ, ବସ୍ ଡ୍ରାଇଭର ଫେରାର
  • ||
  • ବଲାଙ୍ଗିର : ନାଳରୁ ଯୁବକଙ୍କ ମୃତଦେହ ଉଦ୍ଧାର, ବେଡ୍‌ସିଟ୍ ଗୁଡାଇ ଛାତ ଉପରୁ ଫିଙ୍ଗି ଦେଇଥିବା ସନ୍ଦେହ
  • ||
  • ବାରଙ୍ଗ : ବହୁଚର୍ଚ୍ଚିତ ଅଞ୍ଜନା ମିଶ୍ର ଗଣଦୁଷ୍କର୍ମ ମାମଲା : ସିନ୍ ରିକ୍ରିଏସନ୍ କଲା ସିବିଆଇ ଟିମ୍, ବିବନ ବଖାଣିଲା ୨୨ବର୍ଷ ତଳର ଲୋମଟାଙ୍କୁରା ଘଟଣା
  • ||

ଆସନ୍ତାକାଲି ମକର ରାଶିରେ ଅସ୍ତ ହେଉଛନ୍ତି ବୃହସ୍ପତି: ହେବନାହିଁ ଶୁଭ କାର୍ଯ୍ୟ, ଫେବୃଆରୀ ୧୪ ପରେ ହେବ ବିବାହ କାର୍ଯ୍ୟକ୍ରମ

16/01/2021 at 5:53 PM

ଭୁବନେଶ୍ୱର ୧୬/୦୧ : ଜ୍ୟୋତିଷଶାସ୍ତ୍ରରେ ଶନି ଗ୍ରହଙ୍କୁ ନ୍ୟାୟାଧୀଶ ବୋଲି କୁହାଯାଏ। ଜାନୁଆରୀ ୭ ତାରିଖରୁ ଶନିଦେବ ଅସ୍ତ ହୋଇଯାଇଛନ୍ତି। ବର୍ତ୍ତମାନ ଦେବ ଗୁରୁ ବୃହସ୍ପତି ମଧ୍ୟ ଅସ୍ତ ହେବାକୁ ଯାଉଛନ୍ତି | ଶନିଙ୍କ ସହ ବୃହସ୍ପତି ଗ୍ରହ ଅସ୍ତ ହେବାକୁ ଅନେକ ମାମଲାରେ ଅଶୁଭ ବୋଲି କୁହାଯାଏ। ଏହା ଶୁଭ ପରିଣାମ ଦେଇନଥାଏ।

ବର୍ତ୍ତମାନ ବୃହସ୍ପତି ମକର ରାଶିରେ ଗୋଚର କରୁଛନ୍ତି। ସେ ଶନିଙ୍କ ସହ ଉପସ୍ଥିତ। ଏବେ ମକର ରାଶିରେ ଅନ୍ୟ ଦୁଇ ଗ୍ରହ ବୁଧ ଓ ସୂର୍ଯ୍ୟ ମଧ୍ୟ ଉପସ୍ଥିତ ଅଛନ୍ତି। ଅର୍ଥାତ ମକର ରାଶିରେ ବର୍ତ୍ତମାନ ୪ଟି ଗ୍ରହର ଯୋଗ ରହିଛି।

ଶନି ସୂର୍ଯ୍ୟଦେବଙ୍କ ପୁତ୍ର। ମକର ସଂକ୍ରାନ୍ତିରେ ସୂର୍ଯ୍ୟ ଶନିଙ୍କ ଘରକୁ ପ୍ରବେଶ କରିଛନ୍ତି କିନ୍ତୁ ଅସ୍ତ ଅଛନ୍ତି। ଜ୍ୟୋତିଷ ଗଣନା ଅନୁସାରେ ବୃହସ୍ପତି ଜାନୁଆରୀ ୧୭ ତାରିଖ ରବିବାର ସନ୍ଧ୍ୟା ୫ଟା ୫୨ ମିନିଟରେ ଅସ୍ତ ହେବେ।

ପାଞ୍ଜି ଓ ଜ୍ୟୋତିଷ ଗଣନା ଆଧାରରେ ବୃହସ୍ପତି ଫେବୃଆରୀ ୧୪ ତାରିଖରେ ଉଦୟ ହେବେ। ବୃହସ୍ପତି ଉଦୟ ହେବାପରେ ବିବାହ ବ୍ରତ ଆଦି ମାଙ୍ଗଳିକ କାର୍ଯ୍ୟ ଆରମ୍ଭ ହେବ।

ଜ୍ୟୋତିଷଶାସ୍ତ୍ର ଅନୁସାରେ ବୃହସ୍ପତି ଓ ଶୁକ୍ର ଗ୍ରହ ଅସ୍ତ ହେଲେ ବିବାହ ବ୍ରତ ଭଳି ମାଙ୍ଗଳିକ କାର୍ଯ୍ୟ ହୋଇନଥାଏ। ବୃହସ୍ପତି ଓ ଶୁକ୍ର ଗ୍ରହ ଅସ୍ତ ହେବାପରେ ବିବାହ କଲେ କିଛି ନା କିଛି ବାଧା ଉପୁଜିଥାଏ। ସେଥିପାଇଁ ଏହି ସମୟରେ ବିବାହ ବ୍ରତ ଭଳି ଶୁଭ କାର୍ଯ୍ୟ ଆୟୋଜନ ହୋଇନଥାଏ। ଶୁକ୍ର ପ୍ରେମ ଓ ଦାମ୍ପତ୍ୟ ଜୀବନର କାରକ। ଫେବୃଆରୀ ୧୬ ତାରିଖ ପରେ ଶୁକ୍ର ମଧ୍ୟ ଅସ୍ତ ହୋଇଯିବେ। ସେଥିପାଇଁ ବୃହସ୍ପତି ଓ ଶୁକ୍ର ଉଦୟ ହେବାପରେ ହିଁ ବିବାହ କାର୍ଯ୍ୟକ୍ରମ ସମ୍ପନ୍ନ ହେବ।

ବୃହସ୍ପତି ଓ ଶୁକ୍ର ଅସ୍ତ ହେବାରୁ ମେଷ, ବୃଷ, ମିଥୁନ, କର୍କଟ, ସିଂହ, କନ୍ୟା ସମେତ ସବୁ ରାଶିରେ ପ୍ରଭାବ ପଡିବ। ଏହି ସମୟରେ ଧନ ସମ୍ପତ୍ତି ମାମଲାରେ ସାବଧାନ ରହିବା ଆବଶ୍ୟକ।

   Related Posts