Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ପୂର୍ବ ଗୋଦାବରୀରେ ଭାରସାମ୍ୟ ହରାଇ ଓଲଟିଲା ଭ୍ୟାନ୍, ୬ ଜଣଙ୍କ ମୃତ୍ୟୁ
  • ||
  • ବୌଦ୍ଧ : ରାସ୍ତା ଉପରେ ପଡିଛି ଯୁବକଙ୍କ ମୃତଦେହ, ହତ୍ୟା ସନ୍ଦେହ
  • ||
  • ୩୧ରେ ଆଉ ଏକ ଲଘୁଚାପ ! ଉତ୍ତର ଓ ଉପକୂଳ ଓଡିଶାରେ ବର୍ଷା ସମ୍ଭାବନା
  • ||
  • ରାଉରକେଲା : ସ୍କର୍ପିଓ ଜାଳିଦେଲେ ଦୁର୍ବୃତ୍ତ, ଗାଡିରେ ଥିବା ୩ ଜଣଙ୍କୁ ନିସ୍ତୁକ ମାଡ
  • ||
  • ପରାଜୟ ଧାରା ଭାଙ୍ଗିଲା ଚେନ୍ନାଇ, ୬ ଓ୍ୱିକେଟରେ ହାରିଲା କୋଲକାତା ନାଇଟ ରାଇଡର୍ସ
  • ||

ଧନୁ ରାଶିରେ ସୃଷ୍ଟି ହେଉଛି ଗୁରୁ ଚାଣ୍ଡାଳ ଯୋଗ : ଜାଣନ୍ତୁ କେଉଁ ରାଶି ପାଇଁ କଣ ରହିଛି ଫଳ ଏବଂ ପ୍ରତିକାର

6/11/2019 at 12:32 PM

ଜ୍ୟୋତିଷ ଶାସ୍ତ୍ରରେ ରାହୁ ଏବଂ କେତୁଙ୍କ ସହ ବୃହସ୍ପତିଙ୍କ ମିଳନ ଯୋଗୁଁ ଗୁରୁ ଚାଣ୍ଡାଳ ଯୋଗ ହୋଇଥାଏ। ଏହାକୁ ଏକ ଅଶୁଭ ଯୋଗ ବୋଲି କୁହାଯାଇଛି। ବୃହସ୍ପତି ଗୋଟିଏ ରାଶିକୁ ୧୨ବର୍ଷ ପରେ ଫେରିଥାଆନ୍ତି। ନଭେମ୍ବର ୫ଠାରୁ ବୃହସ୍ପତି ସ୍ବକ୍ଷେତ୍ର ଧନୁ ରାଶିରେ ପ୍ରବେଶ କରିଛନ୍ତି। କିନ୍ତୁ ଏହି ରାଶିରେ କେତୁ ରହିଥିବା ଯୋଗୁଁ ଗୁରୁ ଚଣ୍ଡାଳ ନାମକ ଅଶୁଭ ଯୋଗ ସୃଷ୍ଟି ହେଉଛି। ଏହା ସାଧାରଣତଃ ଅଶୁଭ ଫଳ ପ୍ରଦାନ କରିଥାଏ । କିନ୍ତୁ କେତେକ ଉପାୟ ଅବଲମ୍ବନ କଲେ ଆପଣ ଏହାର କୁପ୍ରଭାବରୁ ବର୍ତ୍ତି ପାରିବେ।

ମେଷ ରାଶି : ମେଷ ରାଶିର ବ୍ୟକ୍ତିଙ୍କୁ ଗୁରୁ ଚାଣ୍ଡାଳ ଯୋଗରୁ ବର୍ତ୍ତିବା ପାଇଁ ଭଗବାନ ବିଷ୍ଣୁଙ୍କ ଆରାଧନା କରିବା ଉଚିତ୍। ଘରର ମନ୍ଦିରରେ ସକାଳ ଏବଂ ସନ୍ଧ୍ୟା​‌ରେ ଭଗବାନ ବିଷ୍ଣୁଙ୍କ ସମ୍ମୁଖରେ ଦୀପ ଜଳାନ୍ତୁ। ବିଷ୍ଣୁ ସହସ୍ରନାମ ସ୍ରୋତ ପାଠ କରନ୍ତୁ। ‘ଓଂ ଗ୍ରାଂ ଗ୍ରୀଂ ଗ୍ରୌଂ’ ମନ୍ତ୍ର ଜପ କରିବା ଉଚିତ୍।

ବୃଷ ରାଶି : ଏହି ରାଶିର ଜାତକ ପଞ୍ଚମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ ଏବଂ ନିୟମିତ ନାରାୟଣ ମନ୍ତ୍ର ଜପ କରନ୍ତୁ। ଆପଣ ପ୍ରତିଦିନ ୧୦୮ଥର ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରି​‌ଲେ ଆପଣଙ୍କ ପାଇଁ ଶୁଭ ହେବ।

ମିଥୁନ ରାଶି : ବୃହସ୍ପତିଙ୍କ ଶୁଭ ଫଳରେ ବୃଦ୍ଧି ପାଇଁ ଆପଣ ରାଧା-କୃଷ୍ଣଙ୍କ ପୂଜା କରନ୍ତୁ। ଗୁରୁବାର ଦିନ କଦଳୀ ଗଛର ଚେରକୁ ହଳଦିଆ କନାରେ ଆବୃତ କରିବା ଶୁଭ ହେବ। ଯଦି ସମ୍ଭବ ଶ୍ରୀସୁକ୍ତ ପାଠ କରନ୍ତୁ।

କର୍କଟ ରାଶି : ବୃହସ୍ପତିଙ୍କ ଶାନ୍ତି ପାଇଁ ଆପଣ ଗୁରୁବାର ଗାଈଙ୍କୁ ଚଣା ଏବଂ ଗୁଡ଼ ଖାଇବାକୁ ଦିଅନ୍ତୁ। ପୁରୁଷସୁକ୍ତ ଜପ କରନ୍ତୁ। ଗୀତା କିମ୍ବା ରାମାୟଣ ପାଠ କରିବା ମଧ୍ୟ ଆପଣଙ୍କ ପାଇଁ ଶୁଭ ରହିବ।

ସିଂହ ରାଶି: ଗୁରୁ ଧନୁ ରାଶିରେ ଗୋଚର କଲେ ସିଂହ ରାଶି ଥିବା ବ୍ୟକ୍ତିଙ୍କ ଏହା ଫଳଦାୟକ ବୋଲି କୁହାଯାଇଛି। ଏହି ଶୁଭଫଳରେ ବୃଦ୍ଧି ପାଇଁ ଆପଣଙ୍କୁ ପୋଖରାଜ କିମ୍ବା ଟୋପାଜ ରତ୍ନ ତର୍ଜନୀ ଆଙ୍ଗୁଳିରେ ମୁଦି କରି ଧାରଣ କରିଲେ ଶୁଭ ଫଳ ମିଳିବ। ‘ଓଂ ଗ୍ରାଂ ଗ୍ରୀଂ ଗ୍ରୌଂ ସଃ ଗୁରବେ ନମଃ’ ମନ୍ତ୍ରର ଯଥାସମ୍ଭବ ପାଠ କରନ୍ତୁ।

କନ୍ୟା ରାଶି: ଗୁରୁ ଚାଣ୍ଡାଳ ଯୋଗର ଉପାୟ ପାଇଁ ଆପଣ ତୁଳସୀ ଗଛରେ ନିୟମିତ ଜଳ ଦିଅନ୍ତୁ ଏବଂ ଏଥିରେ ଧୂପ ଏବଂ ବତୀ ଦିଅନ୍ତୁ। ହଳଦିଆ ଚନ୍ଦନ ଏବଂ କେସରର ତିଳକ କରନ୍ତୁ। ମହାମୃତ୍ୟୁଞ୍ଜୟ ମନ୍ତ୍ର ଜପ କରିଲେ ଲାଭପ୍ରଦ ରହିବ।

ତୁଳା ରାଶି: ତୁଳା ରାଶିର ବ୍ୟକ୍ତିଙ୍କ ପାଇଁ ଏହି ଗୋଚର ମଧ୍ୟମ ଫଳଦାୟକ ରହିବ। କିନ୍ତୁ ଗୁରୁ ଚାଣ୍ଡାଳ ଯୋଗୁଁ ଶୁଭ ଫଳ କମ୍ ଆସିବ। ଆପଣ ଶ୍ରୀକୃଷ୍ଣ ଏବଂ ରାଧାଙ୍କୁ ସବୁଦିନ ପୂଜା କରନ୍ତୁ। ବିଷ୍ଣୁ ସହସ୍ରନାମ ସ୍ରୋତ ପାଠ କରନ୍ତୁ।

ବିଛା ରାଶି : ବୃହସ୍ପତି ଗୋଚର ଶୁଭଫଳ ବୃଦ୍ଧି ପାଇଁ ଆପଣ ‘ଓମ୍ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ସବୁଦିନ ୧୦୮ଥର ଜପ କରନ୍ତୁ। ଦେବୀ କବଚ, କୀଳକ ଏବଂ ଅର୍ଗଳ ପାଠ କରିବା ଆପଣଙ୍କ ପାଇଁ ଶୁଭ ରହିବ।

ଧନୁ ରାଶି: ବିଷ୍ଣୁ ସହସ୍ରନାମ ପାଠ କରିବା ଆପଣଙ୍କ ପାଇଁ ଶୁଭ ରହିବ। ବାପା ମାଆ ଏବଂ ଗୁରୁଙ୍କଠୁ ଆଶୀର୍ବାଦ ନିଅନ୍ତୁ। ବୃହସ୍ପତିବାର ଦିନ କଦଳୀ ବୃକ୍ଷର ପୂଜା ନିଶ୍ଚୟ କରନ୍ତୁ।

ମକର ରାଶି : ଲକ୍ଷ୍ମୀନାରାୟଣଙ୍କ ପୂଜା ଅବଶ୍ୟ କରନ୍ତୁ। ‘ଓମ୍ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ସବୁ ଦିନ ଯେତେ ସମ୍ଭବ ସେତେ ଥର ଜପ କରନ୍ତୁ।

କୁମ୍ଭ ରାଶି : ‘ଓମ୍ ନମଃ ଭଗବତେ ବାସୁଦେବାୟ ’ ମନ୍ତ୍ର ଯାଥା ସମ୍ଭବ ସବୁ ଦିନ ଜପ କରନ୍ତୁ। ଯଦି ସମ୍ଭବ ସାତମୁଖୀ ରୁଦ୍ରାକ୍ଷ ଧାରଣ କରନ୍ତୁ। କଦଳୀ ଗଛ ପୂଜା କରନ୍ତୁ।

ମୀନ ରାଶି : ‘ଓମ୍ ବୃଂ ବୃହସ୍ପତୟେ ନମଃ’ ମନ୍ତ୍ର ସବୁ ଦିନ ୧୦୮ଥର ଜପ କରନ୍ତୁ। ପୋଖରାଜ କିମ୍ବା ଟୋପାଜ ମୁଦି ତର୍ଜନୀ ଆଙ୍ଗୁଳିରେ ଧାରଣ କରନ୍ତୁ।

ଧନୁରାଶିକୁ ବୃହସ୍ପତିଙ୍କ ଚଳନ ଯୋଗୁଁ ମିଥୁନ, ସିଂହ, କୁମ୍ଭ ଓ ମେଷ ରାଶି ବ୍ୟକ୍ତିଙ୍କୁ ଶୁଭ ଫଳ ମିଳିବ । ତେବେ ଧନୁ, ତୁଳା , କନ୍ୟା ,ମୀନ, ମକର, ବୃଷ, କର୍କଟ ରାଶିଙ୍କୁ ଅଶୁଭ ଫଳ ପ୍ରଦାନ କରିବ ।

   Related Posts