ଚୈତ୍ର ନବରାତ୍ରିରୁ ଗୁରୁ ଏବଂ ଶୁକ୍ରର ରାଶି ପରିବର୍ତ୍ତନ : ରାଶି ଅନୁସାରେ କ’ଣ କରିବେ ଏବଂ କ’ଣ କରିବେ ନାହିଁ

Published By : Prameya-News7 Bureau | March 29, 2020 IST

ଏବେ ଚୈତ୍ର ମାସ ନବରାତ୍ରି ଚାଲୁଛି। ଦେବୀ ପୂଜାର ଏହି ମହାପର୍ବରେ ଦୁଇଟି ବଡ଼ ଗ୍ରହର ରାଶି ପରିବର୍ତ୍ତନ ହୋଇଛି। ମାର୍ଚ୍ଚ ୨୮ତାରିଖରେ ଶୁକ୍ର ବୃଷ ରାଶିରେ ପ୍ରବେଶ କରିଛି ଏବଂ ଗୁରୁ ମାର୍ଚ୍ଚ ୨୯ତାରିଖରେ ମକର ରାଶିରେ ପ୍ରବେଶ କରିଛି। ଏହି ଦୁଇଟି ଗ୍ରହର ରାଶି ପରିବର୍ତ୍ତନ ସମସ୍ତ ୧୨ଟି ରାଶି ପାଇଁ ଗୁରୁତ୍ବପୂର୍ଣ୍ଣ। ଜାଣନ୍ତୁ ଏହି ଦୁଇଟି ଗ୍ରହର ରାଶି ପରିବର୍ତ୍ତନ ଯୋଗୁଁ ଆପଣଙ୍କୁ ଭବିଷ୍ୟତରେ କେଉଁ କଥା ପ୍ରତି ଧ୍ୟାନ ରଖିବାକୁ ହେବ,ଆପଣ କ’ଣ କରିବେ ଓ କ’ଣ ନକରିବେ।

ମେଷ : ଏପରି କାମ କରିବାକୁ ପଡ଼ିପାରେ,ଯେଉଁଥିରେ ବାଧା ଆସିବ। ଧୈର୍ଯ୍ୟ ରଖନ୍ତୁ ଏବଂ ପରିଶ୍ରମ କରୁଥାନ୍ତୁ। ସଫଳତା ମିଳିବ। ସଙ୍କୋଚ କରନ୍ତୁ ନାହିଁ,ନଚେତ୍ କ୍ଷତି ସହିବେ।

କ’ଣ କରିବେ- ମାଆ ଦୁର୍ଗାଙ୍କୁ କଦଳୀ ଭୋଗ ଦେବେ।

ବୃଷ : ଆପଣଙ୍କୁ ଧ୍ରାନ ସହକାରେ କାମ କରିବାକୁ ହେବ,ନଚେତ୍ ଅପମାନ ସହିବେ। ଧନ ଲାଭ ହୋଇପାରେ,କିନ୍ତୁ କଠିନ ପରିସ୍ଥିତି ମଧ୍ୟ ଆସିବ। ଉଦ୍ୟମ କରୁଥାଆନ୍ତୁ।

କ’ଣ କରିବେ- ମାଆ କାଳୀଙ୍କୁ ଲେମ୍ବୁର ମାଳା ଚଢ଼ାନ୍ତୁ।

ମିଥୁନ : ଅର୍ଥହୀନ କାର୍ଯ୍ୟ ଆଡ଼କୁ ମନ ଢ଼ଳିବ। ବଡ଼ ଧରଣର ସଫଳତା ପାଇବା ପାଇଁ ମନ ବ୍ୟାକୁଳ ରହିବ,କିନ୍ତୁ ଶାନ୍ତି ମନରେ କାମ କରନ୍ତୁ।

କ’ଣ କରିବେ- ମାଆ ଦୁର୍ଗାଙ୍କୁ କ୍ଷୀରି ଭୋଗ ଅର୍ପଣ କରନ୍ତୁ।

କର୍କଟ- ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ। ନିରାଶା ଯୋଗୁଁ କ୍ଷତି ହେବାର ସମ୍ଭାବନା ରହିଛି। ଉତ୍ସାହିତ ରୁହନ୍ତୁ।

କ’ଣ କରିବେ- ମାଆ ଦୁର୍ଗାଙ୍କୁ ଧଳାବସ୍ତ୍ର ପ୍ରଦାନ କରନ୍ତୁ।

ସିଂହ : ଉତ୍ସାହିତ ରୁହନ୍ତୁ। କଠିନ ପରିଶ୍ରମ କରିବାକୁ ପଡ଼ିବ। ବିବାଦରୁ ଦୂରେଇ ରୁହନ୍ତୁ।

କ’ଣ କରିବେ- ମାଆ ଦୁର୍ଗାଙ୍କୁ ମାଲପୁଆ ଭୋଗ ଦେଇ ପିଲାଙ୍କୁ ବାଣ୍ଟନ୍ତୁ।

କନ୍ୟା : ସମ୍ପର୍କୀୟଙ୍କଠୁ ଶୁଭ ସମାଚାର ପ୍ରାପ୍ତ ହେବ। ଧନବର୍ଷା ହେବ। ସକରାତ୍ମକତା ବଜାୟ ରଖିବା ପାଇଁ ବରିଷ୍ଠ ଲୋକଙ୍କଠୁ ଉପଦେଶ ନିଅନ୍ତୁ।

କ’ଣ କରିବେ- ମାଆ ଦୁର୍ଗାଙ୍କ ମନ୍ତ୍ର ଜପ କରନ୍ତୁ।

ତୁଳା : ଚିନ୍ତା ବଢ଼ିବ,ମନ ବ୍ୟାକୁଳ ରହିବ କିନ୍ତୁ ଆପଣ ନିରାଶ ହେବେ ନାହିଁ। ଆତ୍ମବିଶ୍ବାସ ରଖନ୍ତୁ,ନିକଟ ଭବିଷ୍ୟତରେ ସ୍ଥିତି ଆପଣଙ୍କ ପ୪ରେ ରହିବ।

କ’ଣ କରିବେ- ମାଆ ଦୁର୍ଗାଙ୍କୁ ଘିଅ ଭୋଗ ଲଗାଇ ବ୍ରାହ୍ମଣଙ୍କୁ ଦାନ କରନ୍ତୁ।

ବିଛା : ଗ୍ରହର ସ୍ଥିତି ଆପଣଙ୍କୁ ଅନେକ ଲାଭ ପ୍ରଦାନ କରିପାରେ। ଆପଣ ନିଜ ଅନୁଭବରେ ସବୁ କାମ କରିବାରେ ସକ୍ଷମ ହେବେ। ସାଥିଙ୍କଠୁ ସହଯୋଗ ମିଳିବ। ସନ୍ତାନଙ୍କ ଧ୍ୟାନ ରଖନ୍ତୁ।

କ’ଣ କରିବେ- ମାଆ ସରସ୍ବତୀଙ୍କୁ ମିଠା ଭୋଗ ଲଗାନ୍ତୁ।

ଧନୁ : ପାରିବାରିକ ବିବାଦର ସମ୍ମୁଖୀନ ହେବାକୁ ପଡ଼ିପାରେ। କ୍ରୋଧରୁ ବର୍ତ୍ତନ୍ତୁ ନଚେତ୍ କଥା ବଢ଼ିପାରେ। ରାଗିଯାଇଥିବା ବ୍ୟକ୍ତିଙ୍କୁ ବୁଝାଇବାରେ ସଫଳତା ମିଳିବ।

କ’ଣ କରିବେ- ମାଆ ଦୁର୍ଗାଙ୍କୁ ଏବଂ ଶିବଙ୍କୁ ଲାଲ ରଙ୍ଗ ଚଢ଼ାନ୍ତୁ।

ମକର : ଧନ ବଢ଼ିବ। ଉଦ୍ୟମ କରୁଥାନ୍ତୁ,ସଫଳତା ମିଳିବ। ନିରାଶ ହୁଅନ୍ତୁ ନାହିଁ।

କ’ଣ କରିବେ- ମାଆ ଦୁର୍ଗାଙ୍କୁ ପରିବା ଚଢ଼ାନ୍ତୁ।

କୁମ୍ଭ : ପୂର୍ବ ନିୟୋଜିତ ଯୋଜନାରେ ପରିବର୍ତ୍ତନ କରନ୍ତୁ,ଲାଭ ହୋଇପାରେ। ଭାଗ୍ୟ ଅନୁକୂଳ ରହିପାରେ। କଷ୍ଟ କାମ ମଧ୍ୟ ଠିକ୍ ସମୟରେ ପୂରା ହେବ। ଅହଙ୍କାରୀ ହୁଅନ୍ତୁ ନାହିଁ।

କ’ଣ କରିବେ- ନିମ୍ବ ବୃକ୍ଷରେ ହଳଦୀ ଲଗାଇ ପୂଜା କରନ୍ତୁ। ମାଆଙ୍କଠୁ ଆଶୀର୍ବାଦ ନିଅନ୍ତୁ।

ମୀନ : ଆପଣଙ୍କ ପାଇଁ ସମୟ ଭଲ ରହିଛି। ମନସ୍କାମନା ପୂରଣ ହେବ। ପରିବାରରେ ପ୍ରସନ୍ନତା ରହିବ। ବାଦ-ବିବାଦଠୁ ଦୂରେଇ ରୁହନ୍ତୁ। ନଚେତ୍ ସବୁ କାମ ବିଗିଡ଼ିଯିବ।

କ’ଣ କରିବେ- ୩ରୁ ୧୦ବର୍ଷର କନ୍ୟାଙ୍କୁ ଖାଇବାକୁ ଦିଅନ୍ତୁ।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.