ରଞ୍ଜିତ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କ ସହିତ ଦୋଷି ସାବ୍ୟସ୍ତ ହେଲେ ବାବା ଗୁରମିତ୍ ରାମ ରହିମ୍ !

Published By : Prameya-News7 Bureau | October 08, 2021 IST

ପଞ୍ଚକୁଲା ୮/୧୦ : ଆତ୍ମ ଘୋଷିତ ଧର୍ମଗୁରୁ ତଥା ଡେରା ସଚ୍ଚା ସୌଦାର ମୁଖ୍ୟ ରାମ ରହିମଙ୍କ ଉପରେ ପୁଣି ଲାଗିଛି ଏକ ବଡ଼ ଝଟ୍କା। ବହୁ ଚର୍ଚ୍ଚିତ ରଞ୍ଜିତ ହତ୍ୟା ମାମଲାର ଶୁଶାଣି କରି ସ୍ୱତନ୍ତ୍ର ସିବିଆଇ କୋର୍ଟ ରାମ ରହିମଙ୍କ ସହିତ ଆଉ ପାଞ୍ଚ ଜଣଙ୍କୁ ଦୋଷି ସାବ୍ୟସ୍ତ କରିଛନ୍ତି। ଏବେ ରାମ ରହିମ ସୁନାରିଆ ଜେଲରେ ଅଛନ୍ତି । ବର୍ତ୍ତମାନ ସୁଦ୍ଧା ଦୋଷି ମାନଙ୍କୁ ଦଣ୍ଡ ବିଧାନ ହୋଇନାହିଁ। ଆସନ୍ତା ଅକ୍ଟୋବର ୧୨ ତାରିଖରେ ସିବିଆଇର ସ୍ୱତନ୍ତ୍ର କୋର୍ଟରେ ସେମାନଙ୍କୁ ଦଣ୍ଡ ବିଧାନ କରାଯିବ। ସୂଚନା ଅନୁସାରେ ରାମ ରହିମଙ୍କ ସହିତ କୃଷ୍ଣ ଲାଲ, ସବଦିଲ, ଅବତାର ଓ ଜସବୀର ଏହି ମାମଲାରେ ଦୋଷି ସାବ୍ୟସ୍ତ ହୋଇଛନ୍ତି। ଏହି ମାମଲାରେ ଯଡ଼ିତ ଥିବା ଆଉ ଜଣେ ସନ୍ଦିଗ୍ଧଙ୍କର ମୃତ୍ୟୁ ଘଟିଛି।

ଶୁକ୍ରବାର ଦିନ ଭିଡିଓ କନ୍ଫେରେନ୍ସିଂ ମାଧ୍ୟମରେ ରାମ ରହିମଙ୍କୁ ଅଦାଲତରେ ହାଜର କରାଯାଇଥିବା ବେଳେ ଅବତାର ଓ ଯଶବୀରଙ୍କୁ ପ୍ରତ୍ୟକ୍ଷ ଭାବେ ଅଦାଲତରେ ହାଜର କରାଯାଇଥିଲା। ସିବିଆଇ କୋର୍ଟ ଏହି ମାମଲାରେ ଗତ ଅଗଷ୍ଟ୨୬ ତାରିଖରେ ଏହାର ଶୁଣାଣି କରିବାର ଥିଲା ଯାହାକି ଶୁକ୍ରବାର ଦିନ ହୋଇଛି। ଏହି ହତ୍ୟାକାଣ୍ଡର ପୂର୍ବ ଶୁଣାଣି ଅଗଷ୍ଟ ୧୨ ତାରିଖ ଦିନ ହୋଇଥିଲା ଯାହାକି ଦୀର୍ଘ ୧୯ ବର୍ଷ ପୂର୍ବର ମାମଲା। ସିବିଆଇ ବିଚାରପତି ଡ.ସୁସୀଲ ଗର୍ଗ ପ୍ରାୟ ଅଢ଼େଇ ଘଣ୍ଟା ବିଚାର ଓ ତର୍ଜମା କଲା ପରେ ଅଭିଯୁକ୍ତମାନଙ୍କୁ ଦୋଷି ସାବ୍ୟସ୍ତ କରିଛନ୍ତି। ଏହା ପୂର୍ବରୁ ରାମ ରହିମଙ୍କ ପାଇଁ ସିବିଆଇ ବିଚାରପତି ଥିବା ଜଗଦୀପ ସିଂହ ଦଣ୍ଡିତ କରିଥିଲେ କିନ୍ତୁ ତାଙ୍କର ବଦଳୀ ହୋଇଯିବାରୁ ଗର୍ଗ ତାଙ୍କର ଦାୟିତ୍ୱ ନେଇଥିଲେ।

ସୂଚନାଯୋଗ୍ୟ ଯେ, ରଞ୍ଜିତ ସିଂହଙ୍କୁ ୨୦୦୨ ମସିହାରେ ହତ୍ୟା କରାଯାଇଥିଲା। ଡେରା ପରିଚାଳନା ସମିତିରେ ଥିବା ଜଣେ ସାଧ୍ୱୀଙ୍କୁ ଏକ ଯୌନ ଶୋଷଣାତ୍ମକ ଚିଠି ଦିଆଯାଇଥିଲା। ଏହି ଚିଠିଟି ରଞ୍ଜିତ ତାଙ୍କ ଭଉଣୀଙ୍କ ଦ୍ୱାରା ଲେଖି ସାଧ୍ୱୀଙ୍କୁ ଦେଇଥିଲେ ବୋଲି ଡେରା ପରିଚାଳନା ସମିତି ସନ୍ଦେହ କରୁଥିଲେ। କିନ୍ତୁ ଏହି ମାମଲାରେ ସିରସା ଡେରା ମୁଖ୍ୟଙ୍କୁ ଦାୟୀ କରାଯାଇଥିଲା। ଏହି ମାମଲାର ଶୁଣାଣି ବହୁତ ଥର କୋର୍ଟରେ ସ୍ଥଗିତ ହୋଇଛି। ସିବିଆଇ ୨୦୦୩ ମସିହାରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରଥିଲା ଓ ୨୦୦୭ରେ ଏହା ବିରୁଦ୍ଧରେ କୋର୍ଟରେ ଚାର୍ଜଫ୍ରେମ ଦାଖଲ କରିଥିଲା। ରଞ୍ଜିତ ସେତେବେଳେ ଡେରାରେ ମ୍ୟାନେଜର ରୂପେ କାର୍ଯ୍ୟ କରୁଥିଲେ।

ସୂଚନା ଥାଉକି ଗୁରମିତ ରାମ ରହିମଙ୍କୁ ସାଧ୍ୱୀମାନଙ୍କୁ ଯୌନ ଶୋଷଣ ମାମଲାରେ ୨୦ ବର୍ଷ ଦଣ୍ଡ ବିଧାନ ହୋଇସାରିଛି। ଏହା ଛଡ଼ା ସେ ସାମ୍ବାଦିକ ରାମ ଚନ୍ଦ୍ର ଛତ୍ରପତିଙ୍କ ହତ୍ୟା ମାମଲାରେ ବର୍ତ୍ତମାନ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି।

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.