ରୋହତକ ଜେଲ୍‌ରେ ବନ୍ଦୀ ଗୁରମିତ ରାମରହୀମ ଅସୁସ୍ଥ, ପିଜିଆଇରେ ଭର୍ତ୍ତି

Published By : Prameya-News7 Bureau | May 12, 2021 IST

ରୋହତକ ୧୨/୫: ଯୌନ ଶୋଷଣ ମାମଲାରେ ରୋହତକ ଜେଲ୍‌ରେ ବନ୍ଦ ଥିବା ଗୁରମିତ ରାମରହୀମ ସିଂହଙ୍କ ସ୍ବାସ୍ଥ୍ୟବସ୍ଥା ବିଗିଡ଼ିଯାଇଛି। ଏହା ପରେ ତାଙ୍କୁ ରୋହତକ ପିଜିଆଇରେ ଭର୍ତ୍ତି କରାଯାଇଛି। ଏନେଇ ଜେଲ୍‌ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସ୍ପଷ୍ଟ ସୂଚନା ମିଳିନଥିବା ବେଳେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବ୍ୟକ୍ତି ହିଁ ରାମରହୀମ ସିଂହ ବୋଲି ସୂତ୍ରରୁ ଜଣାପଡ଼ିଛି ।

ପୋଲିସର କଡ଼ା ସୁରକ୍ଷା ବଳୟରେ ତାଙ୍କୁ ପିଜିଆଇକୁ ନିଆଯାଇଛି। ଏହି ସମୟରେ ଯବିା ରାସ୍ତାରେ ବହୁ ସଂଖ୍ୟକ ପୋଲିସ ମୁତୟନ ହୋଇଥିଲେ। କେଉଁ ରୋଗରେ ସେ ପୀଡ଼ିତ ଅଛନ୍ତି ଜଣାପଡ଼ିନଥିବା ବେଳେ କରୋନା ସଂକ୍ରମିତ ହୋଇଥିବେ ବୋଲି ଆଶଙ୍କା କରାଯାଉଛି। ହସ୍ପିଟାଲ ବାହାରେ ଆମ୍ବୁଲାନ୍ସ ପହଞ୍ଚିବା ପରେ ପୋଲିସ ଅନ୍ୟ ଏକ ଗାଡ଼ି ଛିଡ଼ା କରିଦେଇଥିଲା। ଯାହାଦ୍ବାରା ପ୍ରକୃତରେ ଆମ୍ବୁଲାନ୍ସରେ କିଏ ଅଛି ଜଣାପଡ଼ିବ ନାହିଁ।

ଏହି ସମୟରେ ହସ୍ପିଟାଲ ଭିତରେ ଏବଂ ବାହାରେ ଅନେକ ସଂଖ୍ୟକ ପୋଲିସ କର୍ମୀ ମୁତୟନ ହୋଇଥିଲେ । ଏହା ସହ ହସ୍ପିଟାଲ ଭିତରକୁ ଅନ୍ୟ କାହାକୁ ପ୍ରବେଶ କରାଇ ଦିଆଯାଉନଥିଲା। ମିଡିଆ କର୍ମୀଙ୍କୁ କୌଣସି ପ୍ରକାର ରିପୋର୍ଟିଂ କରିବାକୁ ଦିଆଯାଇନଥିବା ନ୍ୟୁଜ୍‌ ୧୮ରେ ପ୍ରକାଶିତ ଖବରରୁ ଜଣାପଡ଼ିଛି।  

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.