Prameya News7

Prameya News7, News7 Odia, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ସିରିଜ୍‌ ଦୁର୍ଘଟଣା, ପଛକୁ ପଛ ଧକ୍କା ହେଲେ ୮ ଗାଡ଼ି ; ୩ ମୃତ
  • ||
  • ମମିତା ମେହେର ହତ୍ୟା ମାମଲା : ବିଜେପି ପକ୍ଷରୁ ୧୨ ଘଣ୍ଟିଆ ସୋନପୁର ବନ୍ଦ ପାଳନ
  • ||
  • ଓଡିଶା ଆସୁଛନ୍ତି କେନ୍ଦ୍ର କୋଇଲା ମନ୍ତ୍ରୀ, ଗସ୍ତ କରିବେ ପାରାଦୀପ ଓ ତାଲଚେର
  • ||

ଅମାବାସ୍ୟା ରାତିରେ ଗୁପ୍ତଧନ ଖୋଜୁଥିଲେ ୧୧ ଯୁବକ, ଧରିଦେଲେ ଗ୍ରାମବାସୀ

9/09/2021 at 9:04 AM

ମୁନିଗୁଡା, ୦୯।୦୯ : ଅନ୍ଧ ବିଶ୍ୱାସର ବଶବର୍ତ୍ତୀ ହୋଇ ଅମାବାସ୍ୟା ରାତିରେ ଗୁପ୍ତ ଧନ ଖୋଜିବାକୁ ଯାଉଥିଲେ । କିନ୍ତୁ ଗାଁ ଲୋକଙ୍କ ହାବୁଡ଼ରେ ପଡିଯାଇଥିଲେ ୧୧ଜଣ  । ରାୟଗଡା ଜିଲ୍ଲା ବିଷମ କଟକ ଥାନା ଅନ୍ତର୍ଗତ ଡେଡ଼ିପଡ଼ା ଗ୍ରାମରେ ଏପରି ଘଟଣା ଘଟିଛି ।

ସୂଚନାନୁସାରେ, ଗ୍ରାମରେ ଥିବା କାଣିମାଣି ଠାକୁରାଣୀ ଝାଙ୍କିରି ମା’ଙ୍କ ପୀଠରେ ମଙ୍ଗଳବାର ରାତ୍ର ସମୟରେ ୧୧ଜଣ ମିଳିମିଶି ପୂଜା ପାଠ କରିବାକୁ ଯାଉଥିଲେ । ଏହି ସମୟରେ ଗ୍ରାମବାସୀ ସେମାନଙ୍କୁ କାବୁ କରି ଏକ କୋଠରୀରେ  ଅଟକ ରଖିଥିଲେ। ଅଟକଙ୍କ ମଧ୍ୟରେ ଜଣେ ତାନ୍ତ୍ରିକ ମଧ୍ୟ ରହିଛି ।  ସମସ୍ତେ କୋଡ଼ି କାଙ୍କରେ ଖୋଳାଖୋଳି ଉଦ୍ୟମ କରିବା ସମୟରେ ଗ୍ରାମ ବାସୀଙ୍କ ହାବୁଡ଼ରେ ପଡି ଯାଇଥିଲେ । ଶିମିଳି ଗଛ ତଳେ ଥିବା ଗୁପ୍ତ ଧନ ବାହାର କରୁଥିବା ବେଳେ ସେମାନେ ଫସିଯାଇଥିଲେ ।

ଗ୍ରାମରେ ଏକ ବୈଠକ ରେ ନିଷ୍ପତି ହେବା ପରେ ଏମାନଙ୍କୁ ଛଡ଼ାଯିବା ବୋଲି ଗ୍ରାମବାସୀ କହିଛନ୍ତି । ଅଟକ ୧୧ ଜଣଙ୍କ ମଧ୍ୟରେ   କଳାହାଣ୍ଡି ଭବାନୀ ପାଟଣାର ୩ ଜଣ,ବିଶ୍ଵନାଥପୁରର ୩ଜଣ ଓ ରାୟଗଡା ଜିଲ୍ଲା ପଦ୍ମପୁର ବ୍ଲକର ଜଣେ ଥିବା ବେଳେ ବିଷମ କଟକ ଥାନା ଅଞ୍ଚଳର ୪ ଜଣ ରହିଛନ୍ତି ।  ଖବରପାଇ ବିଷମକଟକ ପୋଲିସ ଗାଁ ରେ ପହଞ୍ଚି ଲୋକଙ୍କୁ ବୁଝାସୁଝାକରି ସେମାନଙ୍କୁ ଉଦ୍ଧାର କରିବାର ପ୍ରୟାସ ଜାରି ରଖିଛି ।

   Related Posts