ମା' ଦୁର୍ଗାଙ୍କ ବିଶେଷ ସାଧନା ପାଇଁ କରାଯାଏ ଗୁପ୍ତ ନବରାତ୍ରି; ଜାଣନ୍ତୁ କେବେ ପଡିବ ଏହି ପବିତ୍ର ଦିନ

Published By : Prameya-News7 Bureau | January 31, 2019 IST

ଦିଲ୍ଲୀ ୩୧/୧ : ମା' ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ବର୍ଷର ସବୁଠାରୁ ପବିତ୍ର ଦିନ ନବରାତ୍ରି ବୋଲି ବିଚାର କରାଯାଏ | ହିଁ ୯ ଦିନ ଶ୍ରଦ୍ଧାର ସହ ଦେବୀଙ୍କୁ ଆରାଧନା କଲେ ମା' ନିଜ ଭକ୍ତ ଏବଂ ସାଧକଙ୍କ ଉପରେ କୃପା ବର୍ଷା କରିଥାନ୍ତି | ଯେଉଁମାନେ ଜୀବନରେ ଧନ, ମାନ, ସମ୍ମାନ, ସୁଖ ଶାନ୍ତି, ସମ୍ପତ୍ତି, ବୈଭବ ଏବଂ ସାଂସାରିକ ସୁଖ ପାଇବା ଚାହୁଁଛନ୍ତି ସେମାନଙ୍କୁ ନବରାତ୍ରିରେ ମା' ଦୁର୍ଗାଙ୍କୁ ନିଶ୍ଚୟ ସାଧନା କରିବା ଉଚିତ |

{"id":80063}


ଆସନ୍ତୁ ଜାଣିବା ଗୁପ୍ତ ନବରାତ୍ରି କ'ଣ :
ଅଧିକାଂଶ ଲୋକେ ବର୍ଷର ଦୁଇଟି ନବରାତ୍ରି ସମ୍ପର୍କରେ ହିଁ ଜାଣିଥାନ୍ତି | ଏହି ଦୁଇଟି ନବରାତ୍ରି ଚୈତ୍ର ଶୁକ୍ଳ ପ୍ରତିପଦାରେ ବାସନ୍ତିକ ନବରାତ୍ରି ଏବଂ ଅଶ୍ୱିନ ଶୁକ୍ଳ ପ୍ରତିପଦାର ଦୁଇଦିନ ପରେ ଆରମ୍ଭ ହେଉଥିବା ଶାରଦୀୟ ନବରାତ୍ରି | ଏହି ଦୁଇ ନବରାତ୍ରିକୁ ବାସନ୍ତିକ ଓ ଶାରଦୀୟ ନବରାତ୍ରି ବୋଲି କୁହାଯାଏ | ଏହାଛଡା ଆଉ ଦୁଇଟି ନବରାତ୍ରି ରହିଛି ଯାହାକୁ ଗୁପ୍ତ ନବରାତ୍ରି ବୋଲି କୁହାଯାଏ | ଏହି ଗୁପ୍ତ ନବରାତ୍ରି ଆଷାଢ଼ ଏବଂ ମାଘ ମାସରେ ପଡିଥାଏ | ଗୁପ୍ତ ନବରାତ୍ରିର ମହତ୍ୱ ଚୈତ୍ର ଓ ଶାରଦୀୟ ନବରାତ୍ରି ଠାରୁ ଅଧିକ ହୋଇଥାଏ | କାରଣ ଏହି ଦୁଇ ଗୁପ୍ତ ନବରାତ୍ରି ବେଳେ ଦେବୀ ଦୁର୍ଗା ନିଜ ପୁର୍ଣ ସ୍ଵରୂପରେ ବିଦ୍ୟମାନ ହୁଅନ୍ତି | ଗୁପ୍ତ ନବରାତ୍ରି ବେଳେ ଦେବୀ ଶୀଘ୍ର ପ୍ରସନ୍ନ ହୁଅନ୍ତି | କିନ୍ତୁ ଏହି ନବରାତ୍ରିର ସବୁଠାରୁ ଜରୁରୀ ଏବଂ ମହତ୍ଵପୁର୍ଣ କଥା ହେଲା ସାଧକଙ୍କୁ ସମ୍ପୂର୍ଣ ଶ୍ରଦ୍ଧା ଏବଂ ସଂଯମର ସହ ମା'ଙ୍କ ଆରାଧନା କରିବାକୁ ହୋଇଥାଏ | ଚଳିତ ବର୍ଷର ପ୍ରଥମ ଗୁପ୍ତ ନବରାତ୍ରି ମାଘ ଶୁକ୍ଲପକ୍ଷ ପ୍ରତିପଦା ଅର୍ଥାତ ଫେବୃଆରୀ ୫ ତାରିଖରୁ ଆରମ୍ଭ ହେବ | ଏହି ନବରାତ୍ରି ମାଘ ଶୁଳ୍କ ନବମୀ ଫେବୃଆରୀ ୧୪ ତାରିଖରେ ଶେଷ ହେବ | ଏଥର ଗୁପ୍ତ ନବରାତ୍ରି ୧୦ ଦିନ ପର୍ଯ୍ୟନ୍ତ ରହିବ କାରଣ ଦ୍ଵିତୀୟା ତିଥି ଦୁଇଦିନ ରହିବ |

{"id":80064}


ଗୁପ୍ତ ନବରାତ୍ରି ସାଧାରଣତଃ ଉତ୍ତର ଭାରତର ହିମାଚଳ ପ୍ରଦେଶ, ପଞ୍ଜାବ, ହରିୟାଣା, ଉତ୍ତରାଖଣ୍ଡ ଏବଂ ଏହି ସବୁ ରାଜ୍ୟର ଆଖପାଖ ଅଂଚଳରେ ପାଳନ କରାଯାଏ | ଗୁପ୍ତ ନବରାତ୍ରିରେ ମଧ୍ୟ କ୍ରମ ଅନୁସାରେ ୯ଦିନ ପର୍ଯ୍ୟନ୍ତ ଦେବୀଙ୍କ ୯ଟି ସ୍ୱରୂପ ପୂଜା ପାଇଥାନ୍ତି |


ଯେଉଁ ସାଧକ ତନ୍ତ୍ର ମନ୍ତ୍ର ସିଦ୍ଧି ପ୍ରାପ୍ତ କରିବାକୁ ଚାହାନ୍ତି ସେମାନଙ୍କ ପାଇଁ ଗୁପ୍ତ ନବରାତ୍ରି ବହୁତ ମହତ୍ଵପୁର୍ଣ ହୋଇଥାଏ | ସାଧକ ଗୁପ୍ତ ସ୍ଥାନରେ ରହି ଦେବୀଙ୍କ ବିଭିନ୍ନ ସ୍ୱରୂପ ସହ ୧୦ଟି ମହାବିଦ୍ୟାର ସାଧନା କରିଥାନ୍ତି |

{"id":80065}


ଗୃହସ୍ଥ ସାଧକ ଯଥା, ସାଂସାରିକ ବସ୍ତୁ, ଭୋଗ ବିଳାସର ସାଧନା, ସୁଖ ସମୃଦ୍ଧି ଏବଂ ନିରୋଗୀ ଜୀବନ ପାଇବାକୁ ଏହି ୯ଦିନରେ ଦୁର୍ଗା ସପ୍ତସତୀ ପାଠ କରିବା ଉଚିତ | ଯଦି ସାଧକଙ୍କ ପାଖରେ ସେତିକି ସମୟ ନାହିଁ ତାହେଲେ ସପ୍ତଶ୍ଲୋକ ଦୁର୍ଗା ପାଠ ପ୍ରତିଦିନ କରିବା ଉଚିତ | ମା' ଦୁର୍ଗାଙ୍କୁ ପ୍ରସନ୍ନ କରିବା ପାଇଁ ଏବଂ ସାଧନାର ପୁର୍ଣ ପାଇଁ ୯ଦିନ ପର୍ଯ୍ୟନ୍ତ ଲୋଭ, କ୍ରୋଧ, ମୋହ, କାମନା, ବାସନା ଠାରୁ ଦୁରେଇ ରହି କେବଳ ଦେବୀଙ୍କୁ ଧ୍ୟାନ କରିବା ଉଚିତ | କନ୍ୟା ଭୋଜନ କରାଇବା, ଯଥା ଶକ୍ତି ଦାନ ଦକ୍ଷିଣା ଏବଂ ଉପହାର ଦେବା ଉଚିତ |

{"id":80066}


ଆସନ୍ତୁ ଜାଣିବା ଗୁପ୍ତ ନବରାତ୍ରିର ୯ ଦିନ ସମ୍ପର୍କରେ :
ଫେବୃଆରୀ ୫ ତାରିଖ, ମଙ୍ଗଳବାର, ପ୍ରତିପଦା - ଘଟ ସ୍ଥାପନା ଏବଂ ଶୈଳପୁତ୍ରୀ ପୂଜନ
ଫେବୃଆରୀ ୬ ତାରିଖ, ବୁଧବାର, ଦ୍ଵିତୀୟା - ମା' ବ୍ରହ୍ମଚାରିଣୀ ପୂଜନ
ଫେବୃଆରୀ ୭ ତାରିଖ, ଗୁରୁବାର, ଦ୍ଵିତୀୟା - ମା' ବ୍ରହ୍ମଚାରିଣୀ ପୂଜନ
ଫେବୃଆରୀ ୮ ତାରିଖ, ଶୁକ୍ରବାର, ତୃତୀୟା - ମା' ଚନ୍ଦ୍ରଘଣ୍ଟା ପୂଜା, ଗୌରୀ ତୃତୀୟା
ଫେବୃଆରୀ ୯ ତାରିଖ, ଶନିବାର, ଚତୁର୍ଥୀ - ମା' କୁଷ୍ମାଣ୍ଡା ପୂଜା
ଫେବୃଆରୀ ୧୦ ତାରିଖ, ରବିବାର, ପଞ୍ଚମୀ - ମା' ସ୍କନ୍ଦମାତା ପୂଜା, ବସନ୍ତ ପଞ୍ଚମୀ, ସରସ୍ବତୀ ପୂଜା
ଫେବୃଆରୀ ୧୧ ତାରିଖ, ସୋମବାର, ଷଷ୍ଠୀ - ମା' କାତ୍ୟାୟନୀ ପୂଜା
ଫେବୃଆରୀ ୧୨ ତାରିଖ, ମଙ୍ଗଳବାର, ସପ୍ତମୀ - ମା' କାଳରାତ୍ରି ପୂଜା, ରଥ ସପ୍ତମୀ, ନର୍ମଦା ଜୟନ୍ତୀ
ଫେବୃଆରୀ ୧୩ ତାରିଖ, ବୁଧବାର, ଅଷ୍ଟମୀ - ମା' ମହାଗୌରୀ ପୂଜା, ଦୁର୍ଗା ଅଷ୍ଟମୀ, ଭୀଷ୍ମଅଷ୍ଟମୀ
ଫେବୃଆରୀ ୧୪ ତାରିଖ, ଗୁରୁବାର, ନବମୀ - ମା' ସିଦ୍ଧିଦାତ୍ରୀ ପୂଜା, ଗୁପ୍ତ ନବରାତ୍ରି ସମ୍ପୂର୍ଣ

News7 Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.